ଅଲିମ୍ପିକ୍ସ ଦେଖିଲା ଭାରତୀୟ ବକ୍ସରଙ୍କ ଦମ୍ । ମୁହଁ ଫାଟିଥିଲା, ହାତରେ ଲାଗିଥିଲା ଗଭୀର ଆଘାତ… ଶେଷ ଯାଏଁ ସିଂହ ଭଳି ଲଢିଲେ । ମେଡାଲ ନୁହେଁ ମନ ଜିଣିଲେ…

226

କନକ ବ୍ୟୁରୋ : ପଛ ଘୁଞ୍ଚା ନାହିଁ ବୀରର ଯାତକେ । ଯେତେବେଳେ ଦେଶରେ ଇଂରେଜ ଶାସାନ କରୁଥିଲେ, ସେତେବେଳେ ଏ ମୁଣ୍ଡ ନଇଁନଥିଲା କି ଆଜିବି ନଇଁନି… ଟୋକିଓ ଅଲମ୍ପିକ୍ସରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ବକ୍ସର ସତିଶ୍ କୁମାରଙ୍କ ପରାକ୍ରମ । ସତୀଶ୍ କୁମାର୍ ପ୍ରଥମ ହେବିୱେଟ୍ ବକ୍ସର ଥିଲେ ଯିଏକି, ଅଲମ୍ପିକ୍ସରେ ସୁପର ହେବିୱେଟ୍ ଚାମ୍ପିଅନସିପ୍ ପାଇଁ କ୍ୱାଲିଫାଏ କରିଥିଲେ । ଭଲ ପ୍ରଦର୍ଶନ ସତ୍ୱେ କ୍ୱାଟର ଫାଇନାଲରେ ସେ ହାରିଯାଇଛନ୍ତି ସତ କିନ୍ତୁ ପ୍ରତିଦ୍ୱାନ୍ଦିଙ୍କ ସହ ସାରା ଦେଶବାସୀଙ୍କ ମନକୁ ଜିଣିନେଇଛନ୍ତି ।

ଅଲମ୍ପିକ୍ସରେ ପ୍ରଥମରୁ ସତିଶ୍ଙ୍କ ଭଲ ପ୍ରଦର୍ଶନ ରହିଥିଲା । ସମସ୍ତ ପ୍ରତିଦ୍ୱନ୍ଦିଙ୍କୁ ମାତ୍ ଦେଇ ସେ କ୍ୱାଟର ଫାଇନାଲରେ ପ୍ରବେଶ କରିଥିଲେ । ଆଉ କ୍ୱାଟର ଫାଇନାଲରେ ସିଧାସଳଖ ତାଙ୍କର ମୁକାବିଲା ହୋଇଥିଲା ଉଦବେଗିସ୍ଥାନର ଜଣେ ୱାଲ୍ଡ ଚମ୍ପିଆନ୍ ବକ୍ସରଙ୍କ ସହିତ । ମୁହଁରେ ତେର ୧୩ଟି ଷ୍ଟିଜ୍ ପଡିଥିଲା । ଆଖି ପତାରେ ୬ଟି ଷ୍ଟିଜ୍ ଲାଗିଥିବା ବେଳେ ଓଠ ତଳେ ୭ଟି ଷ୍ଟିଜ୍ ପଡିଥିଲା । ହାତରେ ବି ଗଭୀର ଆଘାତ ଲାଗିଥିଲା । ମାଆ ଏବଂ ସ୍ତ୍ରୀ ତାଙ୍କୁ ଲଢିବା ପାଇଁ ବାରଣ କରିଥିଲେ । କିନ୍ତୁ ସତିଶ୍ଙ୍କ ବାପା ତାଙ୍କୁ ଲଢିବା ପାଇଁ ପ୍ରୋତ୍ସାହିତ କରିଥିଲେ, ସୁଯୋଗ ବାରମ୍ବାର ଆସେନି ବୋଲି ସତିଶ୍ଙ୍କୁ ବୁଝାଇଥିଲେ । ପରେ ଜୀବନ ପ୍ରତି ବିପଦ ଥାଇ ଜାଣି ମଧ୍ୟ କ୍ୱାଟର ଫାଇନାଲରେ ରିଙ୍ଗକୁ ଓହ୍ଲାଇଯାଇଥିଲେ ଭାରତର ବୀର ପୁଅ ସତିଶ୍ କୁମାର ।

ସତୀଶ୍ କେବଳ ଜଣେ ବକ୍ସର ନୁହଁନ୍ତି… ସେ ଜଣେ ସେନାର ଯବାନ ମଧ୍ୟ । ସେଥିପାଇଁ ତାଙ୍କ ରକ୍ତରେ ଅଦମ୍ୟ ସାହସ ରହିଛି, ଲଢିବାର ଶକ୍ତି ରହିଛି । ହୁଏତ ସତିଶ୍ଙ୍କ ସ୍ଥାନରେ ଆଉ କିଏ ହୋଇଥିଲେ ପ୍ରତିଯୋଗୀତାରୁ ଓହରି ଯାଇଥାନ୍ତେ, କିନ୍ତୁ ସତିଶ୍ ଏପରି କରିନଥିଲେ । ଶରୀରରେ ଗଭୀର ଆଘାତ ସତ୍ୱେ ବି ରିଙ୍ଗରେ ପ୍ରତିଦ୍ୱନ୍ଦି ବକ୍ସରକୁ କଡା ଟକ୍କର ଦେଇଥିଲେ । ଆଉ ପ୍ରମାଣ କରି ଦେଖାଇ ଦେଇଥିଲେ ଭାରତୀୟଙ୍କ ରକ୍ତରେ ରହିଛି ପରାକ୍ରମ… ଭାରତୀୟ କେବେ ବି ପଛ ଘୁଞ୍ଚା ଦିଅନ୍ତିନି… କଠୋରରୁ କଠୋର ପରିସ୍ଥିତି ଆସିଲେ ବି ସବୁକୁ ସାମ୍ନା କରି ଆଗକୁ ବଢି ପାରନ୍ତି… ଦେଶ କଥା ଉଠିଲେ କେବଳ ଶତିଶ୍ କାହିଁକି ବଂର ପ୍ରତିଟି ଭାରତିୟ ଏକାଠି ହୋଇଯାଆନ୍ତି । ଜାତି ବର୍ଣ୍ଣ ଧର୍ମକୁ ଭୁଲି । ହାତରେ ହାତ ମିଳାଇ ସବୁ ସଂକଟର ସାମ୍ନା କରନ୍ତି ଆଉ ଏହା ହିଁ ଭାରତୀୟ ବୋଲି ପ୍ରମାଣିତ କରିବାକୁ ଯଥେଷ୍ଟ