ଏବେ କେମିତି ଦିଶୁଛନ୍ତି ରାମାୟଣ କଳାକାର ? ୮୦ ଦଶକରେ ଟିଭି ପରଦାରେ ଆପଣ ଦେଖିଥିବା ରାମ-ସୀତାଙ୍କ ଭଳି ମୁଖ୍ୟ କଳାକାର ବର୍ତ୍ତମାନ କିଭଳି ଦେଖା ଯାଉଛନ୍ତି ? ଦେଖନ୍ତୁ ରାମାୟଣର ଆପଣଙ୍କ ପ୍ରିୟ କଳାକାରଙ୍କ ପରିବର୍ତ୍ତିତ ରୂପକୁ…

10,310

କନକ ବ୍ୟୁରୋ: କେମିତି ଦିଶୁଛନ୍ତି ରାମାୟଣ କଳାକାର । ୧୯୮୭-୨୦୨୦ କେତେ ବଦଳିଛି ରୂପରଙ୍ଗ । ତାଲାବନ୍ଦ ସମୟରେ ଏବେ ସମସ୍ତଙ୍କ ପ୍ରିୟ ପାଲଟିଛି ରାମାୟଣ । ୮୦ ଦଶକର ଲୋକପ୍ରିୟ ପୌରାଣିକ ଧାରାବାହିକକୁ ଲୋକେ ପୂର୍ବରୁ ଯେତିକି ପସନ୍ଦ କରୁଥିଲେ ଏବେ ତାଠୁ ଅଧିକ ପସନ୍ଦ କରୁଛନ୍ତି । କାରଣ ଲକଡାଉନ ପାଇଁ ପୁନଃ ପ୍ରସାରିତ ହେଉଥିବା ରାମାନନ୍ଦ ସାଗରଙ୍କ ରାମାୟଣକୁ ନେଇ ଲୋକଙ୍କର ରହିଛି ଅନେକ ପିଲାଦିନର ସ୍ମୃତିଭିଜା କାହାଣୀ । ଆଉ ସେହି ସ୍ମୃତିକୁ ଟିଭି ଆଗରେ ବସି ଏବେ ପିଲା ଦିନର ରାମ-ସୀତାଙ୍କୁ ଦେଖୁଛନ୍ତି ଲୋକେ ।

୮୦ ଦଶକରେ ରାମସୀତା ଓ ରାମାୟଣର କଳାକାରଙ୍କୁ ନେଇ ଲୋକଙ୍କ ମନରେ ଥିଲା ଏକ ସ୍ୱର୍ଗୀୟ ଅନୁଭବ । ରାମାୟଣ ଆରମ୍ଭ ହେବା ମାତ୍ରେ ଲୋକେ ଟିଭି ଆଗରେ ଧୂପ, ଦୀପ ଦେଉଥିଲେ ତ କିଏ କିଏ ରାମସୀତାଙ୍କୁ ମୁଣ୍ଡିଆ ମଧ୍ୟ ମାରୁଥିଲେ । କେହି କେହି ରାମ-ସୀତା ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କୁ ବି ସତସତିକା ଭଗବାନ ଭାବୁଥିଲେ । କଳାକାରଙ୍କ ପୋଷାକ ପରିପାଟ୍ଟୀ ସାଧାରଣ ଲୋକଙ୍କ ମନରେ ଏକ ଉତ୍ସୁକତା ଭରିଦେଇଥିଲା । ତେବେ ସେତେବେଳର ସେ କଳାକାର ଏବେ କେମିତି ଦିଶୁଛନ୍ତି । ନଜର ପକାନ୍ତୁ ୮୦ ଦଶକରେ ରାମ, ସୀତା, ଲକ୍ଷ୍ମଣ ଓ ରାବଣ ହୋଇଥିବା କଳାକାରଙ୍କ ବର୍ତ୍ତାମାନର ରୂପ ।

ତେବେ ୨୫ ଜାନୁଆରୀ ୧୯୮୭ରେ ଟିଭି ପରଦାକୁ ଆସିଥିଲା ରାମାନନ୍ଦ ସାଗରଙ୍କ ପୌରାଣିକ ପୃଷ୍ଠଭୂମି ଉପରେ ଆଧାରିତ ଧାରାବାହିକ ରାମାୟଣ । ଜାନୁୟାରୀ ୨୫ରେ ଆରମ୍ଭ ହୋଇଥିବା ଏହି ସିରିଏଲ ୧୯୮୮ ମସିହା ଜୁଲାଇ ୩୧ରେ ସରିଥିଲା । ତେବେ ସିରିଏଲର ମୋଟ ୭୮ଟି ଅଧ୍ୟାୟ ଭାରତବାସୀଙ୍କ ହୃଦୟକୁ ଛୁଇଁଯାଇଥିଲା । ଦୂରଦର୍ଶନରେ ପ୍ରସାରଣ ହେଉଥିବା ଏହି ଲୋକପ୍ରିୟ ସିରିଏଲ ଦେଖିବାକୁ ଗାଁ ଗାଁ, ଗଳିକନ୍ଦି, ଛକ ବଜାର ସବୁ ଶୂନଶାନ ହୋଇଯାଉଥିଲା ଆଉ ଯେଉଁଠି ଯାହା ଘରେ କଳାଧଳା ଟିଭି ଥିଲା ସେଠି ଲୋକଙ୍କ ଅସମ୍ଭବ ଭିଡ ଲାଗୁଥିଲା ।

ରାମ ଚରିତ୍ରରେ ଅଭିନୟ କରୁଥିବା ଅରୁଣ ଗୋଭିଲଙ୍କୁ ଲୋକେ ସତସତିକା ରାମ ଭାବି ପ୍ରଣାମ କରିଥିବା ନିଜେ ଅରଣ କୁହନ୍ତି । ତେବେ ତାଙ୍କ ପୋଷାକ ଓ ବ୍ୟକ୍ତିତ୍ୱ ପାଇଁ ସେ ଲୋକଙ୍କ ମନରେ ଘର କରି ରହିଥିବା ବେଳେ ଦେଖନ୍ତୁ ଏବେ କେମିତି ଦିଶୁଛନ୍ତି ୮୦ ଦଶକର ରାମ ।

ତେବେ ନିଜ ରୂପ ଆଉ ସୁନ୍ଦର ଅଭିନୟ ପାଇଁ ସୀତା ଭୂମିକାରେ ଥିବା ଦୀପିକା ଚିଖଲିଆ ବି ଲୋକଙ୍କ ମନ ଜିଣିଥିଲେ । ସେମିତି ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲେହରୀ ଏବଂ ପ୍ରବଳ ପ୍ରତାପୀ ରାବଣ ରୂପରେ ନିଜ ଚରିତ୍ରକୁ ଜୀବନ୍ତ କରି ଲୋକଙ୍କ ଗାଳି, ନିନ୍ଦା ରୂପକ ସମ୍ମାନ ଗୋଟାଇଥିବା ଅରବିନ୍ଦ ତ୍ରିବେଦୀ ବି ବେଶ ଲୋକପ୍ରିୟ ଥିଲେ । ତେବେ ଦେଖନ୍ତୁ ଏବେ କେମିତି ଦିଶୁଛନ୍ତି ରାମାୟଣର ସେହି ଆଗଧାଡିର ୩ କଳାକାର ।