ପୁଲୱାମା ଆତଙ୍କୀ ହମଲା: ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଥିଲେ ୨ ଓଡିଆ…ଦେଶ ପାଇଁ ଜୀବନ ଦେଇଦେଲେ ଜଗତସିଂହପୁର ନାଉଗାଁର ପ୍ରସନ୍ନ ସାହୁ ଓ ନିଆଳିର ମନୋଜ ବେହେରା

32

କନକ ବ୍ୟୁରୋ: କାଳ ୨୦୧୯…ଆଉ କାଳ ଥିଲା ଫେବ୍ରୁଆରୀ ମାସର ସେହି ୧୪ ତାରିଖ । ଯାହା ପୂରା ଦେଶବାସୀଙ୍କୁ କରିଦେଇଥିଲା ସ୍ତବ୍ଧ । ତେବେ ଚଳିତବର୍ଷ ଫେବ୍ରୁଆରୀ ୧୪ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କୀମାନଙ୍କର ବର୍ବରକାଣ୍ଡ ଏବେବି ଭାରତୀୟଙ୍କ ମନରେ ସୃଷ୍ଟି କରିଥିବା କ୍ଷତକୁ ତାଜା କରିରଖିଛି । ଆତଙ୍କୀଙ୍କ ଆକ୍ରମଣରେ ଭାରତମାତା ତାର ସୁଯୋଗ୍ୟ ସନ୍ତାନକୁ ସବୁଦିନ ପାଇଁ ହରାଇବସିଥିଲା ।

ତେବେ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସହିଦ ଯବାନଙ୍କ ମଧ୍ୟରେ ଥିଲେ ଦୁଇ ଜଣ ଓଡିଆ ଯବାନ । ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ । ଯିଏକି ସିଆରପିଏଫର ୬୧ ବାଟାଲିୟନରେ କାର୍ୟ୍ୟରତ ଥିଲେ । ଏହି ଖବର ଆସିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା । ପ୍ରସନ୍ନ ବହୁତ ମେଳାପୀ ଥିଲେ । ସହିଦ ହେବା ପୂର୍ବରୁ ସେ କିଛି ଦିନ ପାଇଁ ଗାଁକୁ ଆସିଥିଲେ । ତେବେ ହଠାତ୍ ତାଙ୍କ ସହିଦ ହେବା ଖବରକୁ କେହି ବିଶ୍ୱାସ କରିପାରିନଥିଲେ ।

ସେପଟେ ନିଆଳି ରତନପୁର ଗାଁର ମନୋଜ ବେହେରା ପୁଲୱାମା ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଥିଲେ । ଏହି ଖବର ଆସିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା । ମନୋଜଙ୍କ ଦୁଇବର୍ଷର ଝିଅ ଅଛନ୍ତି । ଏବେବି ମନୋଜଙ୍କୁ ଗାଁ ଲୋକେ ଝୁରୁଛନ୍ତି ।

ସୂଚନାଯୋଗ୍ୟ କଶ୍ମୀରର ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ସିଆରପିଏଫ୍ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ଯବାନ ପ୍ରାଣ ହରାଇଥିବା ବେଳେ ଅନେକ ଯବାନ ଆହତ ହୋଇଥିଲେ । ତେବେ ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା । ତେଣୁ ଏତେ ବଡ ଆକ୍ରମଣ କେମିତି ହେଲା ତଦନ୍ତ ପାଇଁ ଏନଆଇଏ ସହ ଏନଏସଜି ଟିମ୍ ବି ଲାଗିପଡିଥିଲେ ।