ପୁଲୱାମା ଆତଙ୍କୀ ହମଲା ପରେ ଚିହିଁକି ଉଠିଥିଲା ସାରା ଦେଶ…ଭାରତ ସପକ୍ଷରେ ବାହାରିଥିଲା ଆମେରିକା ସମେତ ବହୁ ବଡ ବଡ ରାଷ୍ଟ୍ର

44

କନକ ବ୍ୟୁରୋ: ଜମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଆମେରିକା, ଋଷ, ଫ୍ରାନ୍ସ ସମେତ ସାରା ବିଶ୍ୱର ଅନେକ ଦେଶ ଘଟଣାକୁ ନିନ୍ଦା କରିଥିଲେ । ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପାଇଁ ଭାରତ ସହ ସମସ୍ତେ ଅଛନ୍ତି ବୋଲି ପ୍ରକାଶ କରିଥିଲେ । କଶ୍ମୀରର ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା ।

ଜୈସ ସଂଗଠନ କଶ୍ମୀରରେ ଭାରତୀୟ ସେନାକୁ ଲଗାତାର ଟାର୍ଗେଟ୍ କରି ଚାଲିଥିବା ବେଳେ ପ୍ରଥମ ଥର ପାଇଁ ଏକ ବିସ୍ଫୋରକ ବୋଝେଇ ସ୍କର୍ପିଓ ବ୍ୟବହାର କରି ସିଆର୍ପିଏଫ୍ ଉପରେ ଆକ୍ରମଣ କରିଥିଲେ । ପଠାନ କୋଟ ଏବଂ ଉରି ପରେ ଭାରତୀୟ ଯବାନଙ୍କ ଉପରେ ଏତେ ଭୟାନକ ଆକ୍ରମଣ ସମସ୍ତଙ୍କ କଳ୍ପନା ବାହରେ ଥିଲା । ସିରିୟା ଏବଂ ଆଫଗାନ୍ ଶୈଳୀରେ ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସ˚ଗଠନ ଯୋଜନା କରୁଥିବା ନେଇ କେତେକ ଗୁଇନ୍ଦା ତଥ୍ୟ ମିଳିଥିଲେ ମଧ୍ୟ ଏହାକୁ ରୋକିବାକୁ କୌଣସି ଉପାୟ ନଥିଲା ।

ଭାରତରେ ଆମେରିକା ରାଜଦୂତ କେନେଥେ ଜଷ୍ଟର ଟ୍ୱିଟ୍ କରି କହି କରିଥିଲେ ଯେ, ଜମ୍ମୁ-କଶ୍ମୀର ହୋଇଥିବା ଆକ୍ରମଣକୁ ମୁଁ ଆମେରିକା ଦୃଢ଼ ନିନ୍ଦା କରୁଛି । ଏହାବ୍ୟତୀତ ପୀଡ଼ିତ ପରିବାର ପ୍ରତି ସମବେଦନା ମଧ୍ୟ ଜଣାଇଥିଲେ । ରୁଷ ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲା ।ଭାରତରେ ଫ୍ରାନ୍ସ ରାଜଦୂତ ଆଲେକଜାଣ୍ଡାର ଜିଗଲର କହିଥିଲେ, ଫ୍ରାନ୍ସ ଜମ୍ମୁ-କଶ୍ମୀରରେ ହୋଇଥିବା ଜଘନ୍ୟ ତଥା ଅମାନବବୀୟ ଘଟଣାକୁ କାନ ନିନ୍ଦା ମଧ୍ୟ କରିଥିଲେ । ଜର୍ମାନୀ ସମେତ ଅଷ୍ଟ୍ରଲିଆ, ତୁର୍କୀ, ଚେକ୍ ରିପବ୍ଲକି୍ ମଧ୍ୟ ଆକ୍ରମଣର ଘୋର ନିନ୍ଦା କରିଥିଲେ । ଭାରତର ଅନେକ ପଡ଼ୋଶୀ ଦେଶ ଏହି ଆକ୍ରମଣ ପାଇଁ ଏକାଠି ହୋଇଥିଲେ । ବାଙ୍ଗଲାଦେଶ, ଭୂଟାନ୍, ଶ୍ରୀଲଙ୍କା, ମାଳଦ୍ୱୀପ ସମେତ ଅନେକ ଦେଶ ଆତଙ୍କବାଦ ସହ ଲଢ଼େଇ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ । ନେତାଙ୍କ ଠାରୁ ଆରମ୍ଭ କରି କ୍ରିଟେର ଓ ବଲିଉଡ଼୍ ହସ୍ତିମାନେ ଆକ୍ରମଣକୁ କଡ଼ା ନିନ୍ଦା କରିଥିଲେ ।

ପୁଲୱାମା ଆକ୍ରମଣକୁ ଆମେରିକାର ନିନ୍ଦା !

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେରିକା ମଧ୍ୟ ନିନ୍ଦା କରିଥିଲା ଏବଂ ସବୁ ଦେଶରୁ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ତଥା ସମର୍ଥନ ନଦେବା ପାଇଁ ଅପିଲ୍ କରିଥିଲା । ଏହି ଆକ୍ରମଣ ପାକିସ୍ଥାନ ସ୍ଥିତ ଆତଙ୍କୀ ସଂଗଠନ ଜେସ୍ –ଏ-ମହମ୍ମଦ ତରଫରୁ ହୋଇଥିଲା ଯେଉଁଥିରେ ୩୭ ରୁ ଅଧିକ ଯବାନ ସହିଦ୍ ହୋଇଯାଇଥିଲେ । ସଂଗଠନର ଆତ୍ମଘାତୀ ଆତତାୟୀ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଏକ ବସରେ ବିସ୍ଫୋଟକପୂର୍ଣ୍ଣ ବାହନ ନେଇ ପିଟିଥିଲେ ଯାହାଦ୍ୱାରା ଯବାନଙ୍କ ଶରୀର ଛୋଟ ଛୋଟ ଟୁକୁଡା ହୋଇ ରାସ୍ତା ସାରା ବିଛେଇ ହୋଇପଡିଥିଲା । ଆକ୍ରମଣକୁ ଆମେରିକାର ବୈଦେଶିକ ମନ୍ତ୍ରାଳୟ ନିନ୍ଦା କରିବା ବେଳେ ଏକ ବୟାନ୍ ଜାରୀ କରିଥିଲା । ଯେଉଁଥିରେ କୁହାଯାଇଥିଲା ଯେ ଆତଙ୍କବାଦର ମୁକାବିଲା ପାଇଁ ଭାରତ ସରକାର ସାଙ୍ଗରେ ଆମେରିକା ସବୁବେଳେ ରହିଛି । ସହିଦ୍ ଯବାନଙ୍କ ପରିଜନଙ୍କ ପ୍ରତି ସମ୍ବେଦନା ବ୍ୟକ୍ତ କରି ଆମେରିକା ବିଦେଶ ମନ୍ତ୍ରାଳୟର ଉପ ପ୍ରବକ୍ତା ରବର୍ଟ ପେଲାଡିନୋ କହିଥିଲେ ଯେ ଜମ୍ମୁ-କାଶ୍ମୀରରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେରିକା ନିନ୍ଦା କରୁଛି । ସୁରକ୍ଷା ମାମଲାରେ କ୍ୟାବିନେଟ୍ କମିଟିର ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସିଆରପିଏଫ୍ ଡିଜିଙ୍କ କଥାବାର୍ତ୍ତା ହୋଇଥିଲା ଯେଉଁଥିରେ ସେ ଘଟଣାକ୍ରମ ଆଲୋଚନା କରିଥିଲେ ।