ପୁଲୱାମା ଆତଙ୍କୀ ହମଲା: ଭୟଙ୍କର ବିସ୍ଫୋରଣରେ ସହିଦ ହୋଇଯାଇଥିଲେ ୪୪ ଜଣ ଯବାନ: ପ୍ରତିଜବାବରେ ପାକିସ୍ତାନରୁ ଛଡାଇ ନିଆଯାଇଥିଲା ମୋଷ୍ଟ ଫେର୍ବୋଡ ନେସନର ସମ୍ମାନ

140

କନକ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରର ପୁଲୱାମାରେ ଫେବ୍ରୁଆରୀ ୧୪ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ୪୪ ଜଣ ଭାରତୀୟ ଯବାନ । ଯାହାକୁ ନେଇ ଦେଶବାସୀ ସ୍ତବ୍ଧ ହୋଇଯିବା ସହ ପ୍ରତିଶୋଧରେ ନିଆଁରେ ଜର୍ଜରିତ ହୋଇଉଠିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନିନ୍ଦା କରିବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସହିଦ ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସେ କହିଥିଲେ । ସହିଦ ଯବାନ ମାନଙ୍କ ପରିବାର ପଛରେ ସମଗ୍ର ଦେଶ ରହିଛି ବୋଲି ସେ କହିଥିଲେ ।

ଆଉ ଏକ ଟ୍ଵିଟ କରି ମୋଦି କହିଥିଲେ ଯେ ସେ ଏସଂପର୍କରେ ଗୃହମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ କଥା ହୋଇଥିଲେ । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଟ୍ଵିଟ କରିଥିଲେ ଯେ ଏହି ଆକ୍ରମଣ ଆତଙ୍କବାଦୀଙ୍କ ଏକ କାପୁରୁଷ ପଣିଆର ନିଦର୍ଶନ । ଦେଶ ସହିଦ ଯବାନମାନଙ୍କୁ ସାଲ୍ୟୁଟ କରୁଛି । ଆତଙ୍କବାଦୀଙ୍କ ଏହି କାଣ୍ଡ ପାଇଁ ସେମାନଙ୍କୁ ଏପରି ଶିକ୍ଷା ଦିଆଯିବ ଯେ ସେମାନେ ତାହାକୁ ଭୁଲିପାରିବେ ନାହିଁ । ଏହି ଘଟଣା ପରେ କ୍ୟାବିନେଟ ସୁରକ୍ଷା ସମିତିର ଜରୁରୀ ବୈଠକ ମଧ୍ୟ ଡକାଯାଇଥିଲା ।

ପୁଲୱାମା ଆକ୍ରମଣ ପରେ ମୋଦି ସରକାରଙ୍କ ୫ ବଡ ନିଷ୍ପତ୍ତି

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କେନ୍ଦ୍ରରେ ମୋଦି ସରକାରଙ୍କ ତରଫରୁ ବଡ ନିଷ୍ପତ୍ତି ନିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସୁରକ୍ଷା ମାମଲାରେ ନିଆଯାଇଥିବା କେନ୍ଦ୍ରିୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ପାକିସ୍ତାନରୁ ମୋଷ୍ଟ ଫେୱର୍ଡ ନ୍ୟାସନର ସମ୍ନାନ ପୁନଶ୍ଚ ଫେରାଇ ନିଆଯାଇଥିଲା । ପୁଲୱାମା ଆକ୍ରମଣ ପରେ ଦେଶବାସୀ ରକ୍ତଚାଉଳ ଚୋବାଉଥିଲେ । ସିସିଏସ୍ ର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛଡା ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ,ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ,ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ୍ ସାମିଲ୍ ହୋଇଥିଲେ । ଏହି ବୈଠକରେ ବଡ ବଡ ନିଷ୍ପତ୍ତି ନିଆଯାଇଥିଲା ।

୧ . ପାକିସ୍ତାନରୁ ମୋଷ୍ଟ ଫେୱର୍ଡ ନ୍ୟାସନ୍ ର ସମ୍ନାନ ପୁନଶ୍ଚ ଫେରାଇ ନିଆଯାଇଥିଲା । ଅର୍ଥାତ୍ ଏବେ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନକୁ ଟ୍ରେଡ୍ କରିବା ପାଇଁ ଯେଉଁ ସୁଯୋଗ ମିଳୁଥିଲା ତାହା ବନ୍ଦ ହୋଇଯାଇଥିଲା ।

୨ . ବିଦେଶ ମନ୍ତ୍ରାଳୟ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଅଲଗା କରିବା ପାଇଁ ସବୁ ଦେଶ ସହ କଥାବାର୍ତ୍ତା କରିବ । ଦୁନିଆ ସାମ୍ନାରେ ପାକିସ୍ତାନର ଆତଙ୍କପରସ୍ତୀ ଚେହେରାର ପର୍ଦ୍ଦାଫାସ୍ କରାଯିବ ।

୩ . ୧୯୮୬ରେ ଭାରତ ସଂଯୁକ୍ତ ରାଷ୍ଟ୍ରରେ ଆତଙ୍କବାଦର ପରିଭାଷାକୁ ବଦଳାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ପାସ୍ କରିବା ପାଇଁ ସମ୍ପୁର୍ଣ୍ଣ ଚେଷ୍ଟା କରାଯାଇଥିଲା । ପ୍ରସ୍ତାବକୁ ପାସ୍ ପାଇଁ ଅନ୍ୟ ଦେଶ ଉପରେ ଚାପ ପ୍ରୟୋଗ କରାଯାଇଥିଲା ।

୪ . ଗୃହମନ୍ତ୍ରୀ ରାଜନାଥ ସିଂହ ସର୍ବଦଳୀୟ ବୈଠକ କରାଯାଇଥିଲା । ଏହି ବୈଠକରେ ରାଜନାଥ ସିଂହ ବିପକ୍ଷ ପାର୍ଟିଙ୍କ ସହ ବିସ୍ତାର ଭାବରେ ଆଲୋଚନା କରିଥିଲେ ।

୫ . ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆତଙ୍କବାଦ ବିପକ୍ଷରେ ଖୋଲା ଚ୍ୟାଲେଞ୍ଜ କରିଥିଲେ । କହିଥିଲେ ଯେ ଆତଙ୍କବାଦୀ ବହୁତ ବଡ ଭୁଲ୍ କରିଦେଲେ ଏବଂ ସେ ସେନାକୁ ମଧ୍ୟ ଖୋଲା ଛାଡି ଦେଇଛନ୍ତି ।

ଜେଟଲୀ ଏବଂ ନିର୍ମଳା ଗଣମାଧ୍ୟମ ସହ କଥାବାର୍ତ୍ତା କରିଥିଲେ : ଆପଣଙ୍କୁ କହିରଖୁଛୁ ସିସିଏସ୍ ର ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ଏନେଇ ଗଣମାଧ୍ୟମକୁ ସ୍ପଷ୍ଟ କରିଥିଲେ । ଅରୁଣ ଜେଟଲୀ କହିଥିଲେ ଯେ ବୈଠକରେ ପୁଲୱାମା ଆକ୍ରମଣ ସମୀକ୍ଷାର ଚର୍ଚ୍ଚା ହୋଇଥିଲା । ବୈଠକରେ ୨ ମିନିଟର ମୌନ ରଖାଯାଇଥିଲା । ସେ କହିଥିଲେ ଯେ ଯେଉଁ ଯବାନ୍ ମାନେ ଦେଶ ପାଇଁ ଜୀବନ ଦେଇଛନ୍ତି ତାଙ୍କୁ ଦେଶ ସଲାମ୍ କରୁଛି, ଗର୍ବ କରୁଛି । ବିଦେଶ ମନ୍ତ୍ରାଳୟ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଅଲଗା କରିବା ପାଇଁ ସବୁ ସମ୍ଭାବିତ ପଦକ୍ଷେପ ନିଆଯିବ । ବୈଠକରେ ନିଆଯାଇଥିବା ସବୁ ନିଷ୍ପତ୍ତିକୁ ପ୍ରଘଟ କରାଯାଇ ନଥିଲା ।