ଆଇଆଇସିଙ୍କ ଅଲଗା ଅଲଗା କାହାଣୀ । ଶାସ୍ତି ପାଇଲେ ସନ୍ଧ୍ୟାରାଣୀ , ସାବାସୀ ପାଇଲେ ସାବିତ୍ରୀ । କିଏ ଦବଙ୍ଗଗିରି ଦେଖାଇ ଦଣ୍ଡ ପାଇଲା ତ କିଏ ମଣିଷପଣିଆ ଦେଖାଇ ପୋଲିସ ଡିଜିଙ୍କ ଠାରୁ ପ୍ରଶଂସା ପାଇଲା । ଦେଖନ୍ତୁ ଦୁଇ ମହିଳା ଆଇଆଇସିଙ୍କ କର୍ମ ଓ କର୍ତ୍ତବ୍ୟର କାହାଣୀ...

Advertisment
ଆଇଆଇସିଙ୍କ ଅଲଗା ଅଲଗା କାହାଣୀ । ଶାସ୍ତି ପାଇଲେ ସନ୍ଧ୍ୟାରାଣୀ , ସାବାସୀ ପାଇଲେ ସାବିତ୍ରୀ । କିଏ ଦବଙ୍ଗଗିରି ଦେଖାଇ ଦଣ୍ଡ ପାଇଲା ତ କିଏ ମଣିଷପଣିଆ ଦେଖାଇ ପୋଲିସ ଡିଜିଙ୍କ ଠାରୁ ପ୍ରଶଂସା ପାଇଲା । ଦେଖନ୍ତୁ ଦୁଇ ମହିଳା ଆଇଆଇସିଙ୍କ କର୍ମ ଓ କର୍ତ୍ତବ୍ୟର କାହାଣୀ...

କନକ ବ୍ୟୁରୋ: ଆଇଆଇସିଙ୍କ ଅଲଗା ଅଲଗା କାହାଣୀ । ଶାସ୍ତି ପାଇଲେ ସନ୍ଧ୍ୟାରାଣୀ , ସାବାସୀ ପାଇଲେ ସାବିତ୍ରୀ । ଓଡିଶା ପୋଲିସ ବିଭାଗର ଦୁଇ ଆଇଆଇସିଙ୍କୁ ନେଇ ଆସିଛି ଦୁଇ ଅଲଗା ଅଲଗା ଚିତ୍ର । ଜଣେ ଭଲ କାମ ପାଇଁ ସାବାସୀ ପାଇଛନ୍ତି ଆଉ ଜଣେ ବିବାଦକୁ ଆସି ଶାସ୍ତି ପାଇଛନ୍ତି । ଆମେ କହୁଛୁ ପୋଲିସ ଡିଜିଙ୍କ ଏହି ଦୁଇ ଦୁଇଟି ଟ୍ୱିଟ୍ କଥା । ଗୋଟିଏ ଟ୍ୱିଟରେ ଡିଜିପି କେନ୍ଦୁଝର ପାଟଣା ଆଇଆଇସିଙ୍କ ଦବଙ୍ଗଗିରିର ଦଣ୍ଡ ଦେଇଛନ୍ତି ଆଉ ଅନ୍ୟଟିରେ ଝାରସୁଗୁଡା ଆଇଆଇସିଙ୍କ ମାନବିକତା ପାଇଁ ସାବାସୀ ଦେଇଛନ୍ତି ।

ଗତ କିଛି ତଳେ ଥାନା ଭିତରେ ଥାର୍ଡଡିଗ୍ରୀ ଦେଇ ବିବାଦ ଘେରକୁ ଆସିଥିବା କେନ୍ଦୁଝର ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ପୁଲିସ ଡିଜି ଚାକିରିରୁ ନିଲମ୍ବିତ କରିଥିଲେ । ଏପରିକି ସନ୍ଧ୍ୟାରାଣୀଙ୍କ ଗୋଟିଏ ମାସର ଦରମାରୁ ୧୦ ହଜାର ଟଙ୍କା କାଟିବା ପାଇଁ କେନ୍ଦୁଝର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଥାନା ଭିତରେ ନିସ୍ତୁକ ମାଡ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚାରିଆଡେ ଚର୍ଚ୍ଚା ହୋଇଥିଲା । ସନ୍ଧ୍ୟାରାଣୀଙ୍କ ଏହି ବର୍ବର ମାନସିକତାକୁ ସୋସିଆଲ ମିଡିଆରେ ସମାଲୋଚନା କରିଥିଲେ ।

ତେବେ, ସନ୍ଧ୍ୟାରାଣୀଙ୍କର କର୍ତ୍ତବ୍ୟ ଉପରେ ସମସ୍ତେ ପ୍ରଶ୍ନ ଉଠାଉ ଥିବା ବେଳେ ଝାରସୁଗୁଡ଼ା ଟାଉନ ଥାନା ଆଇଆଇସି ସାବିତ୍ରୀ ବଳଙ୍କୁ ଏବେ ଚାରିଆଡୁ ଲୋକେ ପ୍ରଶଂସା କରୁଛନ୍ତି । କାରଣ ଆଇଆଇସି ସାବିତ୍ରୀ ପିସିଆର ଭ୍ୟାନ ଭିତରେ ବିହାରର ଜଣେ ମହିଳାଙ୍କର ପ୍ରସବ କରାଇଛନ୍ତି । ଯାହାକୁ ଖୋଦ ପୋଲିସ ଡିଜି ଟୁଇଟ କରି ଭୁରି ଭୁରି ପ୍ରଶଂସା କରିଛନ୍ତି ।

ମେଡିକାଲ ନେବା ବାଟରେ ପ୍ରବାସୀ ଶ୍ରମିକ ପୋଲିସ ଗାଡିରେ ପିଲା ଜନ୍ମ କରିବା ଖବର ଚର୍ଚ୍ଚା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇଆଇସି ସାବିତ୍ରୀ । ମହିଳାଙ୍କ କଷ୍ଟ ଦେଖି ସହ୍ୟ କରି ପାରିନଥିଲି, ମୁଁ ଜଣେ ମହିଳା ଭାବରେ ଜଣେ ମହିଳାଙ୍କ କଷ୍ଟକୁ ନିଜେ ଅନୁଭବ କରିଥିଲି। ତେଣୁ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ କିଭଳି ଡାକ୍ତରଖାନାକୁ ପହଞ୍ଚାଇବି ତାକୁ ନେଇ ବ୍ୟସ୍ତ ହୋଇ ପଡ଼ିଥିଲି। ତେବେ ଆଉ କେହି ମହିଳା ନଥିବା ବେଳେ ମୁଁ ଏକୁଟିଆ ଏହି ମହିଳାଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲି ବୋଲି ସାବିତ୍ରୀ କହିଛନ୍ତି । ତେବେ ପୋଲିସ ଆଇଆଇସିଙ୍କ ଏହି ଦୁଇ ଦୁଇଟି ଚିତ୍ର କର୍ମ ଓ କର୍ତ୍ତବ୍ୟର ଫଳ କହିଲେ ଅତ୍ୟୁକ୍ତି ହେବନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe