କନକ ବ୍ୟୁରୋ : ପ୍ରେମ.....ଅଢେଇ ଅକ୍ଷରରେ ଗୋଟିଏ ଶବ୍ଦ । ଦୁଇଟି ଆତ୍ମାକୁ ଏକ କରିଦିଏ । ଗୋଟିଏ ସମ୍ପର୍କକୁ ସାତ ଜନ୍ମ ପାଇଁ ଏକାଠି ବାନ୍ଧିଦିଏ । ପ୍ରେମ ଏମିତି ଗୋଟେ ପୂଜା, ଯେଉଁଠି ନା ଚେହେରା, ନା କଳା ଗୋରା ..କିଛି ବି ଲୋଡା ପଡେନା । ଏଇ ଯେମିତି ସେଦିନ ଦିବ୍ୟାଙ୍ଗ ଅଲ୍ଲୀଙ୍କୁ ଦିଲ୍ ଦେଇ ତାଙ୍କ ଇସ୍କରେ ପଡିଯାଇଥିଲେ, ତାଙ୍କ ଦିୱାନୀ ନିଲୁ ଫରନିଶା ।

Advertisment

ଭାଲେଟାଂଇନ ଡେ’ । ପ୍ରେମର ମାସରେ ଆପଣ ଏମିତି ଅନେକ ପ୍ରେମ କାହାଣୀ ପଢିଥିବେ , ଆଉ ଦେଖିଥିବେ । ହେଲେ ନିଲୁ ଆଉ ସାୟଦଙ୍କ ଏ ପ୍ରେମ କାହାଣୀ । ଗୁଲଜାରଙ୍କ ସେ ରୋମାଟିଂକ ସାୟରୀ ...କି ୟଶ ଚୋପ୍ରାଙ୍କର କଉ ବଲିଉଡ୍ ଫିଲ୍ମଠୁ ବି କମ ନୁହେଁ ।

ଆଇଟିଆଇରୁ ଆଇଲଭୟୁ । ଟ୍ରେନିଂ ସେଂଟରରୁ ଦିଲ୍ ଦିଆନିଆ । ୨୦୧୭ରେ ପ୍ରଥମ ଦେଖାରୁ ହିଁ ନିଲୁଙ୍କୁ ନିଜ ଦିଲ୍ ଦେଇଥିଲେ ଦିବ୍ୟାଙ୍ଗ୍ ଯୁବକ ସାୟଦ ଆଜାଦ୍ ଅଲ୍ଲୀ । ଦୁହେଁ ସେତେବେଳେ କାକଟପୁର ଏକ ଟ୍ରେନିଂ ସେଂଟରରେ ଏକାଠି ଟ୍ରେନିଂ ନେଉଥିଲେ । ସାୟଦ ଆଇଟିଆଇ କରୁଥିବାବେଳେ, ସେହି ଟ୍ରେନିଂ ସେଟଂରରେ ସିଲେଇ ଶିଖୁଥିଲେ ନିଲୁ । ଆଉ ୪ ବର୍ଷର ପ୍ରେମ ସମ୍ପର୍କ ପରେ ଦୁହେଁ ବିବାହ ବନ୍ଧନରେ ସବୁଦିନ ପାଇଁ ବାନ୍ଧି ହୋଇଯାଇଥିଲେ ।

ସାୟଦ ଆଜାଦ ପୂର୍ବରୁ ବିବାହିତ ଥିଲେ, ତାଙ୍କର ଗୋଟିଏ ୬ ବର୍ଷର ଝିଅ ବି ଥିଲା । ହେଲେ ସେ ସବୁକୁ ଜାଣିବା ପରେ ବି ତାଙ୍କୁ ହସି ହସି ଗ୍ରହଣ କରିନେଇଥିଲେ ନିଲୁ । ପରିବାର ବିରୋଧ କରିଥିଲେ ବି, ଦୁହେଁ ସାତ ଜନମର ସାଥୀ ହୋଇ ନିକ୍ହା କରିଥିଲେ । ଆଉ ରାଜଧାନୀର ଏ ଛୋଟ କୁଡିଆରେ ଆରମ୍ଭ ହୋଇଥିଲା, ନିଲୁ ଆଜାଦଙ୍କ ହସ ଖୁସିର ସଂସାର ।

ଆମେ ସମସ୍ତେ ଜାଣିଛେ, ପ୍ରେମ ଶ୍ୱାଶତ, ପ୍ରେମ ଅମର । ହେଲେ ଆଜିର ଦିନରେ ପ୍ରତାରଣା କି ପ୍ରତାରିତଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ତେଣୁ ଏମିତି ସମୟରେ ନୀଲୁ ଫରନିଶା ଆଉ ସାୟାଦ ଆଜାଦଙ୍କ ଏ ଲଭ ଷ୍ଟୋରୀ...ଅନ୍ୟମାନଙ୍କ ପାଇଁ ନିଶ୍ଚୟ ଉଦାହରଣ ସାଜିବ ।