ମାଟିରୁ ଆକାଶ ଆଜିର ମହିଳା... ଅସୀମ ଧର୍ଯ୍ୟର ଉଦ୍ଧ୍ୱର୍ରେ, ସଙ୍ଘର୍ଷ କରି ସବୁ ସଫଳତାର ଶୀର୍ଷରେ... ମହିଳା ଦିବସରେ ତେଜସ୍ୱିନୀ, ଓଜସ୍ୱିନୀଙ୍କୁ ଶତ ଶତ ପ୍ରଣାମ...

Advertisment
ମାଟିରୁ ଆକାଶ ଆଜିର ମହିଳା... ଅସୀମ ଧର୍ଯ୍ୟର ଉଦ୍ଧ୍ୱର୍ରେ, ସଙ୍ଘର୍ଷ କରି ସବୁ ସଫଳତାର ଶୀର୍ଷରେ... ମହିଳା ଦିବସରେ ତେଜସ୍ୱିନୀ, ଓଜସ୍ୱିନୀଙ୍କୁ ଶତ ଶତ ପ୍ରଣାମ...

କନକ ବ୍ୟୁରୋ: ନାରୀ ସ୍ନେହ, ପ୍ରେମର ଫେଣ୍ଟାଫେଣ୍ଟି ପ୍ରତୀକ । ନାରୀ ସହି ଜାଣେ, ବୋଝ ବୋହି ବି ଜାଣେ । କେବେ ମମତାର ମଖମଲ ରଙ୍ଗ ମାରି ଜୀବନକୁ ରଙ୍ଗୀନ କରେ ତ ପୁଣି କେବେ ସୁରକ୍ଷା ପାଇଁ ସିଂହବାହିନୀ ସାଜେ । ନାରୀ ଈଶ୍ୱରଙ୍କ ଏକ ଅନବଦ୍ୟ ସୃଷ୍ଟି, ଭଗବାନଙ୍କ କାନଭାସରେ ଏକ ସୃଜନଶୀଳ ଚିତ୍ର । ନାରୀକୁ ନେଇ କେତେ ସୃଷ୍ଟି, କେତେ ସର୍ଜନା । ସେଇଥିପାଇଁ ତ ନାରୀ ସୃଷ୍ଟିର ଶ୍ରେଷ୍ଠ ସମ୍ପତ୍ତି, ସ୍ନେହ-ସଙ୍ଘର୍ଷ ଆଉ ସହନଶୀଳତାର ସାକ୍ଷାତ ପ୍ରତିମୂର୍ତ୍ତୀ ।

ଝିଅଟିଏ ଫୁଲଟିଏ । ବଗିଚାରୁ ମନ୍ଦିର ଯାଏଁ ଫୁଲର ଯାତ୍ରା ପରି ଘର ଅଗଣାରୁ ସାରା ବିଶ୍ୱକୁ ଝିଅଟିର ଯାତ୍ରା । ନାରୀ ଆଗ ଭଳି ଏରୁଣ୍ଡି ଭିତରେ ରହୁନି । ହାତେ ଓଢଣାର କଟକଣା ଭିତରେ ନିଜକୁ ସୀମିତ ରଖିନି । ସେ ସଶକ୍ତ, ସେ ସ୍ୱାବଲମ୍ବୀ ହୋଇଛି ଆଉ ନିଜ ଭିତରର ସୁପ୍ତ ପ୍ରତିଭାକୁ ଜାଗ୍ରତ କରି ସମାଜରେ ନୂଆ ପରିଚୟ ସୃଷ୍ଟି କରିଛି । ତେଣୁ ତ ଆଜି ନାରୀକୁ ସାରା ବିଶ୍ୱ ସଲାମ କରୁଛି, ତା ପାଇଁ ଦିନଟିଏ ପାଳୁଛି ।

publive-image

ସମାଜରେ ଅନେକ ମହିଳା ଅଛନ୍ତି ଯେଉଁମାନେ ଘରର ପାଇଟି ଭିତରେ ବି ପରିବର୍ତ୍ତନର ସ୍ୱପ୍ନ ଦେଖନ୍ତି । ନିଜ ସହ ଅନ୍ୟମାନଙ୍କୁ ନେଇ ସମାଜକୁ ବଦଳାଇବାକୁ ଚେଷ୍ଟା କରନ୍ତି । ସେମିତି ଜଣେ ମହିଳା ହେଉଛନ୍ତି ଆସ୍କା ସାଂସଦ ପ୍ରମିଳା ବିଷୋୟୀ । ଚୁଳି ମୂଳରୁ ସମାଜର ସ୍ୱପ୍ନ ଦେଖିଥିବା ପ୍ରମିଳା ଆଜି ଲୋକଙ୍କ ଭରସା ଜିତି ଲୋକସଭାରେ ପାଦ ଦେଇଛନ୍ତି ।

ସେ କୋରାପୁଟର ବିହନର ଜନନୀ କମଳା ପୂଜାରୀ ହୁଅନ୍ତୁ ବା ଗାଁ ଦାଣ୍ଡରୁ ବିଶ୍ୱସ୍ତରୀୟ ଗ୍ରାଉଣ୍ଡରେ ଦୌଡି ସାରା ଦେଶ ପାଇଁ ସୁନା ଆଣିଥିବା ସୁନା ଝିଅ ଦୂତୀ ଚାନ୍ଦ ହୁଅନ୍ତୁ ସମସ୍ତେ ଏ ସମାଜ ପାଇଁ ଜଣେ ଜଣେ ସଫଳ ଉଦାହରଣ ।

ପେଟ ପାଇଁ, ପରିବାର ପାଇଁ ପୁରୁଷ ସମାଜରେ ରାସ୍ତାକୁ ଓହ୍ଲାଇ ଗୁପଚୁପ ବିକୁଥିବା ସମ୍ବଲପୁର କବରିବାହାଲର ପ୍ରତିମାଙ୍କ କାହାଣୀ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ବେଳେ କେନ୍ଦୁଝର ସଟତିରା ଗାଁର ସଞ୍ଜୁଲତାଙ୍କ କାହାଣୀ ଆଖିରେ ଲୁହ ଆଣିଦେବ ।

ତେବେ ନିଜ ବୋହୂକୁ ବିଧବା ହେବା ଦେଖି ନପାରି ତା ମଥାରେ ପୁଣି ଥରେ ସିନ୍ଦୂର ଦେଇ ଲାଲ ଟୁକଟୁକ ସାଧବ ବୋହୂ ସଜାଇଥିବା ଅନୁଗୁଳ ଗୋବରା ଗାଁର ପୂର୍ବତନ ସରପଞ୍ଚ ପ୍ରତିମା ବେହେରା ସମାଜକୁ ଭିନ୍ନ ଏକ ବାର୍ତ୍ତା ଦେଇଥିଲେ ।

publive-image

ସେମିତି ବେକେ ପାଣିରେ ପିଲାଙ୍କ ଭବିଷ୍ୟତ ଗଢିବାକୁ ଭରା ନଈ ପାର କରି ପାଠ ପଢାଇବାକୁ ଯାଉଥିବା ଢେଙ୍କାନାଳ ରଥିଆପାଳ ସ୍କୁଲର ଶିକ୍ଷୟିତ୍ରୀ ବିନି ଦିଦି ବି ନିଜ ନିଷ୍ଠା ପାଇଁ ସମସ୍ତଙ୍କ ଆଖିରେ ଶିକ୍ଷାର ସାକ୍ଷାତ ଦେବୀ ପାଲଟିଥିଲେ ।

ତେବେ ମହିଳା ଦିବସ ଆସିଲେ ସମସ୍ତେ ସଫଳ ନାରୀଙ୍କ ଉଦା ହରଣ ଦେଅନ୍ତି, ନାରୀଙ୍କୁ ସମ୍ମାନ, ନାରୀର ସୁରକ୍ଷା କଥା କୁହନ୍ତି । ହେଲେ ଏବେ ଯେଉଁମାନେ ଝିଅଟିଏ ଜନ୍ମ କରୁଛନ୍ତି ସେମାନେ ତାଙ୍କ ଝିଅକୁ ଗଜପତି ଏସପି ସାରା ଶର୍ମା ଓ ଟ୍ରାଫିକ ଡିସିପି ସାଗରିକାଙ୍କ ପରି ହେବାକୁ ସ୍ୱପ୍ନ ଦେଖାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe