ଜଣେ ଥିଲେ ସୁଶାନ୍ତ...ଆଜି ସୁଶାନ୍ତଙ୍କ ଜନ୍ମବାର୍ଷିକୀ । ଅଫେରା ରାଇଜରେ ଏବେବି ଅପେକ୍ଷା କରିଛନ୍ତି ‘ରାଜପୁତ' ! କେବେ ଖୋଲିବ ମୃତ୍ୟୁ ମିଷ୍ଟ୍ରି ? କେବେ ମିଳିବ ନ୍ୟାୟ ?

Advertisment
ଜଣେ ଥିଲେ ସୁଶାନ୍ତ...ଆଜି ସୁଶାନ୍ତଙ୍କ ଜନ୍ମବାର୍ଷିକୀ । ଅଫେରା ରାଇଜରେ ଏବେବି ଅପେକ୍ଷା କରିଛନ୍ତି ‘ରାଜପୁତ' ! କେବେ ଖୋଲିବ ମୃତ୍ୟୁ ମିଷ୍ଟ୍ରି ? କେବେ ମିଳିବ ନ୍ୟାୟ ?

କନକ ବ୍ୟୁରୋ: ତୁମ ରେଜଲ୍ଟ ନିର୍ଦ୍ଧାରିତ କରେନି ତୁମେ ଲୁଜର କି ନୁହେଁ ତୁମ ପ୍ରୟାସ ହିଁ ଏହାର ପ୍ରମାଣ ଦେଇଥାଏ। ବଲିଉଡ ପାଇଁ ଆଜି ଭାବିବାର ଦିନ, ଚିନ୍ତା କରିବାର ଦିନ। କାରଣ ଆଜି ସିଲଭର ସ୍କ୍ରିନର ମଲ୍ଟି ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମବାର୍ଷିକୀ। କାହିଁକି ହସୁଥିବା ଚେହେରା ନିରବୀ ଗଲେ , ଯୁବପିଢୀଙ୍କ ପ୍ରେରଣା ପାଲଟିଥିବା ସୁଶାନ୍ତ କାହିଁକି ଆମକୁ ଛାଡ଼ିଗଲେ ଏମିତି ଅନେକ ପ୍ରଶ୍ନ ଏବେ ବି 'ଅନ ଟୋଲ୍ଡ ଷ୍ଟୋରୀ' ହୋଇ ରହିଛି।

ଜିତ୍ କେ ଖାତିର୍ ବସ୍ ଜୁନୁନ୍ ଚାହିଏ..ଜିସମେ ଉବାଲ ହୋ ଏସା ଖୁନ୍ ଚାହିଏ ! ୟେ ଆସମା ଭି ଆଏଗା ଜମୀନ ପର, ବସ୍ ଇରୋଦୋଁ ମେ ଜିତ୍ କା ଗୁଞ୍ଜ୍ ଚାହିଏଟ୍ଟ । ବାସ୍ ଏମିତି କିଛି ଜୋଶ୍ ସହ ବିହାରରୁ ବଲିଉଡ ଯାତ୍ରା କରିଥିଲେ ସୁଶାନ୍ତ ସିଂ ରାଜପୁତ । ଛୋଟ ପରଦାରୁ ବଡ଼ ପରଦାକୁ ଆସିବା ପାଇଁ ଏତେ ସଂଘର୍ଷ କରି ସଫଳ ହୋଇଥିଲେ ସୁଶାନ୍ତ ଯାହା ହୁଏତ ଆଜିର ଯୁବପିଢ଼ୀଙ୍କୁ ଅନେକ କ୍ଷେତ୍ରରେ ପ୍ରେରଣା ଦେବ ।

୧୯ ୮୬ ଜାନୁୟାରୀ ୨୧ରେ ବିହାର ରାଜଧାନୀ ପଟନାରେ ଜନ୍ମ ନେଇଥିଲେ ସୁଶାନ୍ତ । ପରିବାରିକ ଆର୍ଥିକ ସ୍ଥିତି ସେମିତି କିଛି ଖାସ୍ ନଥିଲେ ବି ପିଲାଟି ଦିନୁ ସେ ଥିଲେ ଜଣେ ମେଧାବୀ ଛାତ୍ର । ୨୦୦୨ରେ ତାଙ୍କ ମା’ଙ୍କ ଦେହାନ୍ତ ତାଙ୍କ ଜୀବନରେ ଏକ ଝଡ଼ ଆଣିଥିଲା । ଆଉ ସେହିବର୍ଷ ସୁଶାନ୍ତଙ୍କ ପୂରା ପରିବାର ପଟନାରୁ ଦିଲ୍ଲୀକୁ ପଳେଇ ଆସିଲେ । ସେଠାରେ ସୁଶାନ୍ତ ଦିଲ୍ଲୀ ଟେକ୍ନୋଲୋଜୀ ୟୁନିଭରସିଟିରେ ବି-ଟେକ୍ ମେକାନିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ଆରମ୍ଭ କରିଲେ । ପାଠ ସହ ନାଚରେ ମଧ୍ୟ ଆଗ୍ରହ ଥିବାରୁ ସେ ବଲିଡଉ କୋରିଓଗ୍ରାଫର ସାହାମକ୍ ଦାବରଙ୍କ ଡ୍ୟାନ୍ସ ଏକାଡେମୀରେ ନାଚ ଶିଖିଲେ । ଆଉ ୨୦୦୬ରେ ପ୍ରଥମ କରି ଫିଲ୍ମ ଫେୟାର ଆୱାର୍ଡ ସେରିମନିରେ ତାଙ୍କୁ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ସୁଯୋଗ ମିଳିଥିଲା ।

ଏହାପରେ ଧିରେ ଧିରେ ସୁଶାନ୍ତ ନାଚରୁ ଅଭିନୟ ଆଡକୁ ମନ ବଳାଇଲେ । ଏପରିକି ପାଠରୁ ପରଦା ଆଡକୁ ତାଙ୍କର ଉତ୍ସାହ ବଢ଼ିବାରେ ଲାଗିଲା । ସେଥିପାଇଁ ତ ଇଞ୍ଜିନିୟରିଂ ପରୀକ୍ଷାରେ ବାରମ୍ବାର ଫେଲ୍ ହେଉଥିଲେ ସୁଶାନ୍ତ । ତେବେ ପରିବାରରେ ସବୁଠାରୁ ସାନ ହୋଇଥିବାରୁ ତାଙ୍କ ଇଚ୍ଛା ଅଭିଳାଶାକୁ ପୂରଣ କରିବା ପାଇଁ ଉତ୍ସାହିତ କରିଥିଲେ ପରିବାର ଲୋକ । ଯେଉଁଥିପାଇଁ ବି-ଟେକର ତୃତୀୟ ବର୍ଷରେ ହିଁ ପାଠକୁ ବାଏ ବାଏ କହି ନିଜକୁ ଅଭିନୟ କ୍ଷେତ୍ରରେ ପୂରାପୂରି ସମର୍ପି ଦେଲେ । ଆଉ ସମସ୍ତଙ୍କ ପରି ନିଜର ସ୍ୱପ୍ନ ପୂରା କରିବା ପାଇଁ ସ୍ୱପ୍ନର ନଗରୀ ମୁମ୍ବାଇକୁ ଚାଲିଆସି ଏକ ଥ୍ରୀଏଟରରେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଅଭିନୟ ଶିଖିଲେ ।

ଏହାରି ଭିତରେ ସୁଶାନ୍ତଙ୍କୁ ନେସଲେ ଭଳି ବଡ଼ କମ୍ପାନୀ ତରଫରୁ ଚକଲେଟ୍ ବିଜ୍ଞାପନ ପାଇଁ ଅଫର ଦେଲେ । ଧିରେଧିରେ ଭାଗ୍ୟ ଭରସାରେ ଛୋଟମୋଟ ବିଜ୍ଞାପନ କରୁଥିବା ସୁଶାନ୍ତଙ୍କୁ ଦିନେ ବାଲାଜୀ ଟେଲିଫିଲ୍ମସ ତରଫରୁ ଅଫର ମିଳିଲା । ୨୦୦୮ରେ ‘କିସ୍ ଦେଶ୍ ମେ ହେ ମେରା ଦିଲ୍’ ନାମକ ଏକ ସିରିଏଲରେ ସୁଶାନ୍ତ ଟିଭି ପରଦାକୁ ଏଣ୍ଟ୍ରି ମାରିଥିଲେ । ହେଲେ ୨୦୦୯ରେ ‘ପବିତ୍ର ରିସ୍ତା’ ସିରିଏଲ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।

ବାସ୍ ଏହାପରେ ସୁଶାନ୍ତ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ଚଢ଼ି ଚାଲିଲେ । ପବିତ୍ର ରିସ୍ତା ସିରିଏଲ ପାଇଁ ତାଙ୍କୁ ଶ୍ରେଷ୍ଠ ପୁରୁଷ ଅଭିନେତା ଏବଂ ସବୁଠାରୁ ଲୋକପ୍ରିୟ ଅଭିନେତା ଭାବେ ଆୱାର୍ଡ ମିଳିଥିଲା । ଏହାପରେ ୨୦୧୦ରେ ‘ଜରା ନଚ୍ କେ ଦିଖା’ ଏବଂ ଝଲକ ଦିଖ୍ ଲାଜା ସିଜନ୍ ୪ ଭଳି ଡ୍ୟାନ୍ସ ଶୋ’ରେ ନିଜ ଡ୍ୟାନ୍ସ କଳାରେ ସମସ୍ତଙ୍କ ମନ ଜିଣିଥିଲେ । ଅଭିନୟ ନିଶା ତାଙ୍କର ଏତେ ଥିଲା ଯେ, ସେ ୨୦୧୧ ଅକ୍ଟୋବରରେ ପବିତ୍ର ରିସ୍ତା ସିରିଏଲ ଛାଡ଼ି ବିଦେଶକୁ ଅଭିନୟ ଶିଖିବା ପାଇଁ ଚାଲିଗଲେ । ବିଦେଶରୁ ଫେରିବା ପରେ ୨୦୧୩ରେ ପ୍ରଥମ କରି କାଇ ପୋ ଚେ’ ଫିଲ୍ମ ଜରିଆରେ ବଲିଉଡ ଜଗତକୁ ଏଣ୍ଟ୍ରି ମାରିଲେ ।

ଏହାପରେ ସୁଶାନ୍ତ ୟଶରାଜ୍ ଭଳି ବଲିଉଡର ବଡ଼ ବ୍ୟାନରରେ ଶୁଦ୍ଧଦେଶୀ ରୋମାନ୍ସ ଫିଲ୍ମ କରି ଚର୍ଚ୍ଚାକୁ ଚାଲିଆସିଲେ । ଖୁବ୍ କମ୍ ସମୟରେ ବଲିଉଡର ଲୋକପ୍ରିୟ ଅଭିନେତା ପାଲଟି ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଯେଉଁଥିରେ ‘ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ ତାଙ୍କୁ ବେଶ୍ ଲୋକପ୍ରିୟ କରାଇଥିଲା । ଯୁବପୀଢ଼ିଙ୍କ ହୃଦୟରେ ଧିରେ ଧିରେ କ୍ରେଜ୍ ମଧ୍ୟ ବଢ଼ିବାରେ ଲାଗିଲା । ପି.କେ, ରାବତା ଆଉ ୱେଲକମ୍ ଟୁ ନ୍ୟୁ ୟର୍କ, ଛିଛୋରେ ଏବଂ ଦିଲ ବେଚାରା ତାଙ୍କର ଶେଷ ଫିଲ୍ମ ପରଦାରେ ପ୍ରଦର୍ଶିତ ନହୋଇଥିଲେ ବି ହଟଷ୍ଟାରରେ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ଛାପ ଛାଡ଼ି ଯାଇଛି ।

ତେବେ ଜଣେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ ବଲିଉଡକୁ ଏଣ୍ଟ୍ରି କରି ଖୁବ୍ କମ୍ ସମୟରେ ସଫଳତାର ସିଢ଼ି ଚଢ଼ିଥିବା ସୁଶାନ୍ତ ଗତବର୍ଷ ଜୁନ ୧୪ ତାରିଖରେ ସମସ୍ତଙ୍କୁ ପର ଚାଲିଯାଇଥିଲେ । ଯିଏ ଦିନେ ଫିଲ୍ମରେ କହୁଥିଲେ ଆତ୍ମହତ୍ୟା କରିବା ଜଣେ ଲୁଜରର ପରିଚୟ ସେ ନିଜେ ଜୀବନ ଯୁଦ୍ଧରେ ହାରିଯାଇ ଆତ୍ମହତ୍ୟା କରି ସମସ୍ତଙ୍କୁ ଅବାକ୍ କରିଦେଇଥିଲେ। ଛୋଟ ପରଦାରୁ ବଡ଼ ପରଦା ସବୁଠି ସଫଳତା ହାସଲ କରି ସୁଶାନ୍ତ ଏତେ ଜଲଦି ଅଫେରା ଦୁନିଆକୁ ଚାଲିଯିବେ ତାହା କେହି କଳ୍ପନା ବି କରିନଥିଲେ । କିନ୍ତୁ ଦୀର୍ଘ ୭ ମାସରୁ ଅଧିକ ସମୟ ବିତିଯାଇଥିଲେ ବି ଆଜି ଯାଏଁ ସୁଶାନ୍ତଙ୍କୁ ମୃତ୍ୟୁ ନେଇ ସସପେନ୍ସ ଲାଗି ରହିଛି।, ସିବିଆଇ ହାତକୁ କେସ ଗଲା ପରେ ବି ସିବିଆଇ ଶୋଇ ରହିଥିବା ଭଳି ତଦନ୍ତ କରୁଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡର ନିଶା କାରବାରର କୁଣ୍ଡଳୀ ଖୋଲିଛି ସତ କିନ୍ତୁ ଏ ଯାଏଁ ସୁଶାନ୍ତଙ୍କ ମୃତ୍ୟୁ ମିଷ୍ଟ୍ରି ଉପରୁ ପରଦା ହଟିନି। ତେବେ ଆଜି ସୁଶାନ୍ତଙ୍କ ଜନ୍ମଦିନ କିନ୍ତୁ ସ୍ଵର୍ଗରେ ଥିବା ସୁଶାନ୍ତଙ୍କ ଆତ୍ମା ଆମର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ କରୁଥିବ ନିଶ୍ଚିତ, କେଉଁଠି ନା କେଉଁଠି ବଲିଉଡରେ ଚାଲିଥିବା ମାଫିଆ ରାଜ ଆଉ ନ୍ୟାୟ ବ୍ୟବସ୍ଥାର ନିକିତିକୁ ଅଫେରା ରାଇଜରୁ ଚାହିଁଥିବେ ରାଜପୁତ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe