ଅଫେରା ରାଇଜରେ ‘ରାଜପୁତ’…ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ ବଲିଉଡ଼ର ‘ଧୋନୀ’ । ପରିବାର ସହ ‘ପବିତ୍ର ରିସ୍ତା’ ତୁଟାଇ ଅଧାରେ ଛାଡ଼ିଗଲେ ‘ଛିଛୋରେ’ ସୁଶାନ୍ତ । ବିହାରରୁ ବମ୍ବେ ୧୧ଟି ଫିଲ୍ମରେ ପାଲଟିଥିଲେ ସୁପରଷ୍ଟାର ।ପଢ଼ନ୍ତୁ କେମିତି ଥିଲା ସୁଶାନ୍ତଙ୍କ ସଂଘର୍ଷ ଭିତରେ ସଫଳତାର କାହାଣୀ…

1,734

କନକ ବ୍ୟୁରୋ: ଜିତ୍ କେ ଖାତିର୍ ବସ୍ ଜୁନୁନ୍ ଚାହିଏ..ଜିସ୍ମେ ଉବାଲ ହୋ ଏସା ଖୁନ୍ ଚାହିଏ! ୟେ ଆସମା ଭି ଆଏଗା ଜମୀନ ପର, ବସ୍ ଇରୋଦୋଁ ମେ ଜିତ୍ କା ଗୁଞ୍ଜ୍ ଚାହିଏ… । ବସ୍ ଏମିତି କିଛି ଜୋଶ୍ ସହ ବିହାରରୁ ବଲିଉଡ ଯାତ୍ରା କରିଥିଲେ ସୁଶାନ୍ତ ସିଂ ରାଜପୁତ । ଛୋଟ ପରଦାରୁ ବଡ଼ ପରଦାକୁ ଆସିବା ପାଇଁ ଏତେ ସଂଘର୍ଷ କରି ସଫଳ ହୋଇଥିଲେ ସୁଶାନ୍ତ ଯାହା ହୁଏତ ଆଜିର ଯୁବପିଢ଼ୀଙ୍କୁ ଅନେକ କ୍ଷେତ୍ରରେ ପ୍ରେରଣା ଦେବ ।

୧୯ ୮୬ ଜାନୁୟାରୀ ୨୧ରେ ବିହାର ରାଜଧାନୀ ପଟନାରେ ଜନ୍ମ ନେଇଥିଲେ ସୁଶାନ୍ତ । ପରିବାରିକ ଆର୍ଥିକ ସ୍ଥିତି ସେମିତି କିଛି ଖାସ୍ ନଥିଲେ ବି ପିଲାଟି ଦିନୁ ସେ ଥିଲେ ଜଣେ ମେଧାବୀ ଛାତ୍ର  । ୨୦୦୨ରେ ତାଙ୍କ ମା’ଙ୍କ ଦେହାନ୍ତ ତାଙ୍କ ଜୀବନରେ ଏକ ଝଡ଼ ଆଣିଥିଲା । ଆଉ ସେହିବର୍ଷ ସୁଶାନ୍ତଙ୍କ ପୂରା ପରିବାର ପଟନାରୁ ଦିଲ୍ଲୀକୁ ପଳେଇ ଆସିଲେ । ସେଠାରେ ସୁଶାନ୍ତ ଦିଲ୍ଲୀ ଟେକ୍ନୋଲୋଜୀ ୟୁନିଭରସିଟିରେ ବି-ଟେକ୍ ମେକାନିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ଆରମ୍ଭ କରିଲେ । ପାଠ ସହ ନାଚରେ ମଧ୍ୟ ଆଗ୍ରହ ଥିବାରୁ ସେ ବଲିଡଉ କୋରିଓଗ୍ରାଫର ସାହାମକ୍ ଦାବରଙ୍କ ଡ୍ୟାନ୍ସ ଏକାଡେମୀରେ ନାଚ ଶିଖିଲେ । ଆଉ ୨୦୦୬ରେ ପ୍ରଥମ କରି ଫିଲ୍ମ ଫେୟାର ଆୱାର୍ଡ ସେରିମନିରେ ତାଙ୍କୁ ବ୍ୟାଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ସୁଯୋଗ ମିଳିଥିଲା ।

ଏହାପରେ ଧିରେ ଧିରେ ସୁଶାନ୍ତ ନାଚରୁ ଅଭିନୟ କ୍ଷେତ୍ରରେ ମନ ବଳାଇଲେ । ଏପରିକି ପାଠରୁ ପରଦା ଆଡକୁ ତାଙ୍କର ଉତ୍ସାହ ବଢ଼ିବାରେ ଲାଗିଲା । ସେଥିପାଇଁ ତ ଇଞ୍ଜିନିୟରିଂ ପରୀକ୍ଷାରେ ବାରମ୍ବାର ଫେଲ୍ ହେଉଥିଲେ ସୁଶାନ୍ତ । ତେବେ ପରିବାରରେ ସବୁଠାରୁ ସାନ ହୋଇଥିବାରୁ ତାଙ୍କ ଇଚ୍ଛା ଅଭିଳାଶାକୁ ପୂରଣ କରିବା ପାଇଁ ଉତ୍ତାହିତ କରିଥିଲେ ପରିବାର ଲୋକ । ଯେଉଁଥି ପାଇଁ ବି-ଟେକର ତୃତୀୟ ବର୍ଷରେ ହିଁ ବାଏ ବାଏ କହି ନିଜକୁ ଅଭିନୟ କ୍ଷେତ୍ରରେ ପୂରାପୂରି ସମର୍ପି ଦେଲେ । ଆଉ ସମସ୍ତଙ୍କ ପରି ନିଜର ସ୍ୱପ୍ନ ପୂରା କରିବା ପାଇଁ ସ୍ୱପ୍ନର ନଗରୀ ମୁମ୍ବାଇକୁ ଚାଲିଆସି ଏକ ଥ୍ରୀଏଟରରେ ଆଢ଼େଇ ବର୍ଷ ପର୍ଯ୍ୟନ୍ତ ଅଭିନୟ ଶିଖିଲେ ।

ଏହାରି ଭିତରେ ଶୁଶାନ୍ତଙ୍କୁ ନେସଲେ ଭଳି ବଡ଼ କମ୍ପାନୀ ତରଫରୁ ଚକଲେଟ୍ ବିଜ୍ଞାପନ ପାଇଁ ଅଫର ଦେଲେ । ଧିରେ ଧିରେ ଭାଗ୍ୟ ଭରସାରେ ଛୋଟମୋଟ ବିଜ୍ଞାପନ କରୁଥିବା ସୁଶାନ୍ତଙ୍କୁ ଦିନେ ବାଲାଜୀ ଟେଲିଫିଲ୍ମସ ତରଫରୁ ଅଫର ମିଳିଲା  । ୨୦୦୮ରେ ‘କିସ୍ ଦେଶ୍ ମେ ହେ ମେରା ଦିଲ୍’ ନାମକ ଏକ ସିରିଏଲରେ ସୁଶାନ୍ତ ଟିଭି ପରଦାକୁ ଏଣ୍ଟ୍ରି ମାରିଥିଲେ । ହେଲେ ୨୦୦୯ରେ ‘ପବିତ୍ର ରିସ୍ତା’ ସିରିଏଲ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।

ବାସ୍ ଏହାପରେ ସୁଶାନ୍ତ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ଚାଲିଲେ । ପବିତ୍ର ରିସ୍ତା ସିରିଏଲ ପାଇଁ ତାଙ୍କୁ ଶ୍ରେଷ୍ଠ ପୁରୁଷ ଅଭିନେତା ଏବଂ ସବୁଠାରୁ ଲୋକପ୍ରିୟ ଅଭିନେତା ଭାବେ ଆୱାର୍ଡ ମିଳିଥିଲା । ଏହାପରେ ୨୦୧୦ରେ ‘ଜରା ନଚ୍ କେ ଦିଖା’ ଏବଂ ଝଲକ ଦିଖ୍ ଲାଜା ସିଜନ୍ ୪ ଭଳି ଡ୍ୟାନ୍ସ ଶୋ’ରେ ନିଜ ଡ୍ୟାନ୍ସ କଳାରେ ସମସ୍ତଙ୍କ ମନ ଜିଣିଥିଲେ । ଅଭିନୟ ନିଶା ତାଙ୍କର ଏତେ ଥିଲା ଯେ, ସେ ୨୦୧୧ ଅକ୍ଟୋବରରେ ପବିତ୍ର ରିସ୍ତା ସିରିଏଲ ଛାଡ଼ି ବିଦେଶକୁ ଅଭି୨୦୧୧ ଅକ୍ଟୋବରରେ ପବିତ୍ର ରିସ୍ତା ସିରିଏଲ ଛାଡ଼ି ବିଦେଶକୁ ଅଭିନୟ ଶିଖିବା ପାଇଁ ଚାଲିଗଲେ । ବିଦେଶରୁ ଫେରିବା ପରେ ୨୦୧୩ରେ ପ୍ରଥମ କରି କାଇ ପୋ ଚେ’ ଫିଲ୍ମ ଜରିଆରେ ବଲିଉଡ ଜଗତକୁ ଏଣ୍ଟ୍ରି ମାରିଲେ ।

ଏହାପରେ ସୁଶାନ୍ତ ୟଶରାଜ୍ ଭଳି ବଲିଉଡର ବଡ଼ ବ୍ୟାନରରେ ଶୁଧ୍ ଦେଶୀ ରୋମାନ୍ସ ଫିଲ୍ମ କରି ଚର୍ଚ୍ଚାକୁ ଚାଲିଆସିଲେ । ଖୁବ୍ କମ୍ ସମୟରେ ବଲିଉଡର ଲୋକପ୍ରିୟ ଅଭିନେତା ପାଲଟି ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଯେଉଁଥିରେ ‘ଏମ୍ ଏମ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ ତାଙ୍କୁ ବେଶ୍ ଲୋକପ୍ରିୟ କରାଇଥିଲା । ଯୁବପୀଢ଼ିଙ୍କ ହୃଦୟରେ ଧିରେ ଧିରେ କ୍ରେଜ୍ ମଧ୍ୟ ବଢ଼ିବାରେ ଲାଗିଲା । ପି.କେ, ରାବତା ଆଉ ୱେଲକମ୍ ଟୁ ନ୍ୟୁ ୟର୍କ ଏବଂ ତାଙ୍କର ଶେଷ ଫିଲ୍ମ ଛିଛୋରେ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ଛାପ ଛାଡ଼ି ଯାଇଛି ।

ତେବେ ଜଣେ ବ୍ୟାଗ୍ରାଉଣ୍ଡ ଡ୍ୟାନ୍ସରରୁ ବଲିଉଡକୁ ଏଣ୍ଟ୍ରି କରି ଖୁବ୍ କମ୍ ସମୟରେ ସଫଳତାର ସଢ଼ି ଚଢ଼ିଥିବା ସୁଶାନ୍ତ ସମସ୍ତଙ୍କୁ ପର ଚାଲିଯାଇଛନ୍ତି । ଯିଏ ଦିନେ ଫିଲ୍ମରେ କହୁଥିଲା ଆତ୍ମହତ୍ୟା କରିବା ଜଣେ ଲୁଜରର ପରିଚୟ ସେ ଆଜି ନିଜେ ଜୀବନ ଯୁଦ୍ଧରେ ହାରିଯାଇ ଆତ୍ମହତ୍ୟା କରି ସମସ୍ତଙ୍କୁ ଅବାକ୍ କରିଦେଇଛି । ଛୋଟ ପରଦାରୁ ବଡ଼ ପରଦା ସବୁଠି ସଫଳତା ହାସଲ କରି ସୁଶାନ୍ତ ଏତେ ଜଲଦି ଅଫେରା ଦୁନିଆକୁ ଚାଲିଯିବେ ତାହା କେହି କଳ୍ପନା ବି କରିନଥିଲେ ।