ଝଡ ମୁହଁରେ ଯୋଦ୍ଧା: ଆମେ ଥିଲୁ ଘର ଭିତରେ, ସେମାନେ ଲଢୁଥିଲେ ଝଡ ସାମ୍ନାରେ… ମହାମାରୀ ହେଉ କି ମହାବାତ୍ୟା । ସବୁ ବିପତ୍ତି, ବିପର୍ଯ୍ୟୟ ବେଳେ ସୁରକ୍ଷା ଦେବାକୁ ଏମାନେ ଥାନ୍ତି ଆମ ସାଥୀରେ…

ଘର ଘର ବୁଲି ମଙ୍ଗୁନଥିବା ଲୋକଙ୍କୁ ମନାଇ ଆଶ୍ରୟସ୍ଥଳୀ ଆଣିଥିଲେ ଏ ଝଡକ ଇଗଲମାନେ । କିଏ ଝଡି ବର୍ଷାରେ ଭିଜି ଭିଜି ଲୋକଙ୍କୁ ସ୍ଥାନାନ୍ତର କରୁଥିଲା ତ ପୁଣି କିଏ ମାଆ ଭଳି ଭୟରେ କାଙ୍କୁରି କୁଙ୍କୁରି ଛିଡା ହୋଇଥିବା କୁନି ଛୁଆକୁ କାଖେଇ କାଖେଇ ସୁରକ୍ଷିତ ସ୍ଥାନକୁ ଆଣୁଥିଲା । ଝାଳ ବୁହାଇ ସ୍ୱପ୍ନ ଗଢୁଥିବା ଝାଟିମାଟିର ଘର ଆଉ ସାଇତା ସମ୍ପତ୍ତିକୁ ପଛରେ ଛାଡି ଆଶଙ୍କା ଭିତରେ ଆଶ୍ରୟସ୍ଥଳୀ ଆସୁଥିବା ଲୋକଙ୍କୁ ଜୀବନର ଆଶା ଦେଖାଉଥିଲେ ଏମାନେ ।

506

କନକ ବ୍ୟୁରୋ: ଝଡ ମୁହଁରେ ଯୋଦ୍ଧା, ଘର ଭିତରେ ଜୀବନ । ସମୁଦ୍ର ଭିତରୁ ଯେତେବେଳେ ସୁ ସୁ ଗର୍ଜନ କରି ସ୍ଥଳଭାଗ ଆଡକୁ ମାଡି ଆସୁଥାଏ ମହାବାତ୍ୟା । ଠିକ ସେତିକି ବେଳେ ଝଡ ମୁହଁରୁ ଜୀବନ ବଞ୍ଚାଇବାକୁ ଅଣ୍ଟା ଭିଡନ୍ତି ଏ ସିପାହୀମାନେ । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ତଳିଆ ଅଞ୍ଚଳରୁ ଉପରକୁ ଆଣନ୍ତି । ସେ ବାତ୍ୟା ହେଉ କି ବନ୍ୟା । ଯେତେବେଳେ ଯେକୌଣସି ବିପର୍ଯ୍ୟୟ ଆସୁନା କାହିଁକି ନିଜ ଜୀବନକୁ ପାଣି ଛଡେଇ ଅନ୍ୟର ଧନଜୀବନ ସୁରକ୍ଷିତ ରଖିବାକୁ ପଣ କରିଥାନ୍ତି ବିପତ୍ତି ବେଳର ଏ ଯୋଦ୍ଧାମାନେ ।

ଓଡିଶା ଯେତେବେଳେ ମହାମାରୀର ମୁକାବିଲା କରୁଥିଲା ଠିକ ସେତିକି ବେଳେ ମହାବାତ୍ୟାର ଆଉ ଏକ ବିପଦ ଓଡିଶା ଆକାଶରେ ଘୋଟି ଆସିଥିଲା । ଆଉ ବିପଦର ସଂକେତ ପାଇ ସଜାଗ ହୋଇଥିଲେ ସରକାର, ପ୍ରସ୍ତୁତ ହୋଇଗଲା ପ୍ରଶାସନ । ବାତ୍ୟା ଆସିବା ଆଗରୁ ପ୍ରଭାବିତ ଜିଲ୍ଲାମାନଙ୍କୁ ପଠାଇ ଦିଆଗଲା ଉଦ୍ଧାରକାରୀ ଦଳ । ଘନଘନ ସମୀକ୍ଷା, ଘନଘନ ବୈଠକ କରି ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନାରାରେ ଝଡ ଆସିବା ଆଗରୁ ଉପକୂଳିଆଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଗଲା ।

ତେବେ ଘର ଘର ବୁଲି ମଙ୍ଗୁନଥିବା ଲୋକଙ୍କୁ ମନାଇ ଆଶ୍ରୟସ୍ଥଳୀ ଆଣିଥିଲେ ଏ ଝଡକ ଇଗଲମାନେ । କିଏ ଝଡି ବର୍ଷାରେ ଭିଜି ଭିଜି ଲୋକଙ୍କୁ ସ୍ଥାନାନ୍ତର କରୁଥିଲା ତ ପୁଣି କିଏ ମାଆ ଭଳି ଭୟରେ କାଙ୍କୁରି କୁଙ୍କୁରି ଛିଡା ହୋଇଥିବା କୁନି ଛୁଆକୁ କାଖେଇ କାଖେଇ ସୁରକ୍ଷିତ ସ୍ଥାନକୁ ଆଣୁଥିଲା । ଝାଳ ବୁହାଇ ସ୍ୱପ୍ନ ଗଢୁଥିବା ଝାଟିମାଟିର ଘର ଆଉ ସାଇତା ସମ୍ପତ୍ତିକୁ ପଛରେ ଛାଡି ଆଶଙ୍କା ଭିତରେ ଆଶ୍ରୟସ୍ଥଳୀ ଆସୁଥିବା ଲୋକଙ୍କୁ ଜୀବନର ଆଶା ଦେଖାଉଥିଲେ ଏମାନେ ।

ଆଉ ଇଏ ହେଉଛି ଝଡ ପରର ଦୃଶ୍ୟ । ଆଖି ଦେଖାଇ ଅମ୍ଫାନ ପଶ୍ଚିମବଙ୍ଗ ମୁହାଁ ହେବା ପରେ ଓଡିଶାରେ ଆରମ୍ଭ ହୋଇଛି ଉଦ୍ଧାରକାମ । ମହାବାତ୍ୟା ମହାତାଣ୍ଡବ ରଚି ଚାଲିଯିବା ପରେ ଯୁଦ୍ଧକାଳିନ ଭିତିରେ ଚାଲିଛି ପୁନରୁଦ୍ଧାର କାମ । ଭାଙ୍ଗିପଡିଥିବା ଗଛକୁ କେଉଁଠି ରାସ୍ତାରୁ ସଫା କରାଯାଉଛି ତ ପୁଣି କେଉଁଠି ଉପୁଡି ପଡିଥିବା ବିଦ୍ୟୁତ ଖୁଂଟର ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ଝଡ ଭିତରେ ଆଉ ଝଡ ଗଲା ପରେ ବର୍ଷାରେ ଭିଜି ଭିଜି ଏନଡିଆରଏଫ ଟିମ୍, ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ ଜନଜୀବନକୁ ପୁଣିଥରେ ସ୍ୱାଭାବିକ କରିବାକୁ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି । ତେବେ ୧୯୯୯ ମହାବାତ୍ୟା ହେଉ କି ତିତିଲି, ହୁଡୁହୁଡ, ଫନି ପରି ବାତ୍ୟା ଅବା ହେଉ ଅମ୍ଫାନ ମହାବାତ୍ୟା । ସବୁବେଳେ ସବୁ ପରିସ୍ଥିତିରେ ସଙ୍କଟର ସାମ୍ନା କରିଆସିଥିବା ଏ ସିପାହୀମାନଙ୍କୁ ସଲାମ କରୁଛି ସାରା ଓଡିଶା ।