କନକ ବ୍ୟୁରୋ: ଘୋଷଯାତ୍ରା ଯେତିକ ପାଖଉଛି, ରଥ ନିର୍ମାଣ କାମ ସେତିକି ତ୍ବରାନ୍ବିତ ହେଉଛି। ମହାରଣା ସେବକ, ଭୋଇ ସେବକ ଏବଂ କମାର ଶାଳରେ ଓଝା ସେବକ, ସମସ୍ତେ ନିଜ ନିଜର ଦାୟିତ୍ବ ନିଷ୍ଠାର ସହ ନିର୍ବାହ କରୁଛନ୍ତି। ବିଶ୍ବକର୍ମାମାନେ ତିନି ରଥର ଛନ୍ଦାଗୟଳ ମୋଡ଼ା କାମକୁ ଶେଷ ପର‌୍ୟ୍ୟାୟରେ ପହଞ୍ଚାଇଛନ୍ତି।

Advertisment

ରଥଯାତ୍ରା ଯେତିକି ପାଖେଇ ଆସୁଛି ରଥଖଳା ସେତିକି ଚଳଚଞ୍ଚଳ ହେବାରେ ଲାଗିଛି । ନିତି ଅନୁଯାୟୀ ରଥ କାମ ସମ୍ପର୍ଣ୍ଣ କରିବାକୁ ଚାଲିଛି ଜୋରଦାର ଉଦ୍ୟମ । ଆଜି ତିନ ରଥର ୪ଟି ଲେଖା ଛନ୍ଦା ଗୟଳ ମୋଡା କାମ ସରିଛି। ପ୍ରତି ରଥ ପାଇଁ ୬ଟି ଲେଖା ଛନ୍ଦାଗୟଳ ମୋଡ଼ା ହେବାକୁ ଥିବା ବେଳେ ଆସନ୍ତାକାଲି ଆଉ ଦୁଇଟି ଛନ୍ଦା ଗୟଳ ମୋଡ଼ା କାମ ହେବ। ସେପଟେ ପଟାଗୁଜ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକର ସେବକମାନେ ଏ କାମକୁ ଆଗେଇ ନେଉଛନ୍ତି। ଆଜି ନାଟଗୁଡ ପାଇଁ କାଠ ପକାଯାଇଛି। ଏହା ପରେ ସିଂହାସନ କାମ ଆରମ୍ଭ ହେବ। କମାରଶାଳରେ ଯୋଖା ଓ ଗୟଳ କାମ ମଧ୍ୟ ଆଗେଇ ଚାଲିଛି। ଓଝା ସେବକମାନେ ଏହି କାମକୁ ତ୍ବରାନ୍ବିତ କରିଛନ୍ତି।