କନକ ବ୍ୟୁରୋ: ସେଦିନର ସେ ଘା ଶୁଖି ଯାଇଛି... ଦେହରୁ ଧିରେଧିରେ ଚିହ୍ନ ବି ଲିଭି ଯାଇଛି... ହେଲେ ମନରୁ ଲିଭିପାରୁନି ସେଦିନର ଚିତ୍ର, ଯେତେ ବୁଝାଇଲେ ବି ଜମା ବୁଝୁନି ଅବୁଝା ଏ ମନ । ଦରଜ କମୁନି କି କ୍ଷତ ଭରୁନି, ହୃଦୟର ଏ ଘା’ ପାଇଁ ଔଷଧ ବି ମିଳୁନି... ଆଖି ବୁଜିଦେଲେ କି କାନ୍ଥରେ ଝୁଲୁଥିବା ଏ ଫଟୋ ଫ୍ରେମ ଦେଖିଦେଲେ ଆପେଆପେ ବଢିିଯାଉଛି ଅଦେଖା ଦରଜ । ପାର୍ସଲ ବୋମା ବିସ୍ପୋରଣ ପରେ ଏବେ ଏମିତି କଟୁଛି ଅଳ୍ପକେ ବର୍ତ୍ତି ଯାଇଥିବା ରୀମାଙ୍କ ଜୀବନ...

Advertisment

ଆଉ ଠିକ ଦୁଇ ମାସ ପରେ ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଦୁଇ ବର୍ଷ ପୂରିବ । ହେଲେ ଏଇ ଦୁଇ ବର୍ଷ ଭିତରେ ବିନା ସୌମ୍ୟରେ କେମିତି କଟୁଛି ଦିନ ? ନିଜର ମଣିଷକୁ ନିଶ୍ୱାସଠୁ ଦୂରେଇ କେମିତି ବିତୁଛି ଜୀବନ? ଅବଶ୍ୟ ଆଖିର ଲୁହକୁ ଓଠରେ ପିଇ ମିଛ ହସ ହସିବାର କଳାକୁ ଭଲଭାବେ ଶିଖିଗଲେଣି ରୀମା? ହେଲେ ଅଧ ରାତିରେ, ଯେତେବେଳେ ସ୍ୱାମୀଙ୍କ କଥା ମନେପଡେ ସେତେବେଳେ କଣ କରନ୍ତି ରୀମା...? ବୋଧହୁଏ ସ୍ୱାମୀଙ୍କ ଏହି ଶେଷ ସନ୍ତକରେ ନିଜ ମୁହଁକୁ ଗୁଞ୍ଜି ରାତି ପାହି ଦିଅନ୍ତି ରୀମା...

publive-image

ଖାଲି ରୀମା ନୁହଁନ୍ତି ମୃତ ସୌମ୍ୟଙ୍କ ବାପାମାଆ ବି ସେଦିନର କଥାକୁ ଆଦୌ ଭୁଲିପାରୁନାହାନ୍ତି । ୨୩ ଫେବୃୟାରୀ ୨୦୧୮ । ପୁଅବୋହୂଙ୍କ ବାହାଘରରେ ମିଳିଥିବା ଉପହାର ଦେଖୁଦେଖୁ ହୋଇଥିଲା ଭୟାନକ ବିସ୍ଫୋରଣ । ଯେଉଁଥିରେ ଛାରଖାର ହୋଇଥିଲା ରବୀନ୍ଦ୍ରଙ୍କ ପରିବାର । ପାର୍ସଲ ବୋମା ବାପାମାଆଙ୍କ ପାଖରୁ ପୁଅକୁ ଛଡାଇ ନେଇଥିବା ବେଳେ ସ୍ତ୍ରୀର ମଥାରେ ନୂଆ କରି ଲାଗିଥିବା ନାଲି ସିନ୍ଦୂରକୁ ସବୁଦିନ ପାଇଁ ଲିଭାଇ ଦେଇଥିଲା ।

ତେବେ ଏତେ ବଡ କ୍ଷତି ଘଟାଇଥିବା ନରହନ୍ତା ପୁଞ୍ଜିଲାଲ ପାଇଁ ଏବେବି କମିନି ପରିବାର ଲୋକଙ୍କ ହୃଦୟରେ ଜଳୁଥିବା ନିଆଁ । ଦୁଇ ବର୍ଷ ପରେ ବି ପୁଅକୁ ହରାଇଥିବା ବାପା ମନରେ ସେ ନିଆଁ ଦାଉଦାଉ ହୋଇ ଜଳୁଛି ।

publive-image

ସେପଟେ ପୁଅକୁ ହରାଇଥିବା ବାପାମାଆ ବୋହୂ ରୀମାକୁ ନିଜ ଝିଅ ଭଳି ସ୍ନେହ ଦେଉଛନ୍ତି । ରୀମା ବି ନିଜ ଶାଶୁ ଶ୍ୱଶୁରଙ୍କ ଏଭଳି ଭଲପାଇବା ପାଇ ଧିରେଧିରେ ନିଜ ଅସଜଡା ଜୀବନକୁ ସଜାଡିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ନିଜ ଆଗାମୀ ଭବିଷ୍ୟତ ନେଇ କିଛି ଭାବି ନଥିବା ରୀମା ବର୍ତ୍ତମାନରେ ଭଲରେ ଥିବା କହିଛନ୍ତି ।