ଲକଡାଉନ ଲୁହ, ଭୋକର ଭୟ । ପରିବା ବିକିଲେ ପରିବାରର ପେଟ ପୂରିବ, ଜୀବନ ବଞ୍ଚିବ । ବେପାରରେ ତାଲା ପଡିବା ପରେ ଅନ୍ଧାର ଭିତରେ ହଜିଯାଇଛି ଦୃଷ୍ଟିହୀନ ଦୋକାନୀଙ୍କ ଆଶା...

ଲକଡାଉନ ଲୁହ, ଭୋକର ଭୟ । ପରିବା ବିକିଲେ ପରିବାରର ପେଟ ପୂରିବ, ଜୀବନ ବଞ୍ଚିବ । ବେପାରରେ ତାଲା ପଡିବା ପରେ ଅନ୍ଧାର ଭିତରେ ହଜିଯାଇଛି ଦୃଷ୍ଟିହୀନ ଦୋକାନୀଙ୍କ ଆଶା...

କନକ ବ୍ୟୁରୋ: ଲକଡାଉନ ମାରିଛି ଭୋକର ଛାଟ । ପରିବା ବିକିଲେ ପୂରିବ ପେଟ । ଖୋଲିଛି ଦୋକାନ, ଖୋଲୁନି ଆଶା । ଦୋକାନରେ ପସରା ମେଲିଛି ପରିବା । ସଜସଜ ପନିପରିବା ଧରି ଗ୍ରାହକଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି ଏ ଦୋକାନୀ ଜଣଙ୍କ । ଲକଡାଉନର ଖାଁ ଖାଁ ଭିତରେ ସିନା ଦୋକାନ ଖୋଲିଛି ହେଲେ ଖୋଲିପାରୁନି ରୋଜଗାରର ଆଶା । କାରଣ ଦୋକାନକୁ କାଁ ଭାଁ ଲୋକ ଆସୁଥିବାରୁ ବେପାରର ଆଶା ମଉଳିଯାଇଛି । ଅନ୍ୟପଟେ ଆଖିକୁ ଭଲରେ ଦିଶୁ ନଥିବାରୁ ଏହି ଦୋକାନକୁ ଭାଗ୍ୟ ଭାବି ଭରସିଛନ୍ତି କଟକ ଲିଙ୍କରୋଡରେ ଦୃଷ୍ଟିଶକ୍ତି ହରାଇଥିବା ଗଗନ ସ୍ୱାଇଁ ।

publive-image

କରୋନା ପାଇଁ ସବୁ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ଏବେ କେମିତି ପରିବାର ଚଳାଇବେ ସେହି ଚିନ୍ତାରେ ସମସ୍ତେ ଥିବା ବେଳେ ନିଜ ୫ ପ୍ରାଣୀ କୁଟୁମ୍ବଙ୍କ କଥା ଚିନ୍ତା କରୁଛନ୍ତି ଗଗନ । ତେବେ ଗୋଟିଏ ଆଖିକୁ ଆଦୌ ଦିଶୁ ନଥିବାରୁ ଅନ୍ୟ ଏକ ଆଖିରେ ଝାପ୍ସା ଝାପ୍ସା ଦେଖିପାରନ୍ତି ଗଗନ । ଆଉ ସେତିକିରେ ସେ ଏହି ପରିବା ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାନ୍ତି । ତେବେ ଲକଡାଉନ ପାଇଁ ଅନେକ ସ୍ଥାନରେ ଅଦିନିଆ ପରିବା ଦୋକାନ ଖୋଲିଥିବାରୁ ଲୋକେ ତାଙ୍କ ଦୋକାନକୁ ଆସିବା କମିଯାଇଛି । ଅନ୍ୟପଟେ ଆଖିକୁ ସ୍ପଷ୍ଟ ଦେଖାଯାଉ ନଥିବାରୁ ଅନ୍ୟ କିଛି ବି କାମ କରିବା ତାଙ୍କ ପାଇଁ ଅସମ୍ଭବ ହୋଇପଡିଛି । ତେଣୁ ବାଧ୍ୟହୋଇ ଭୋକର ଛାଡ ଖାଇ ଖାଇ ପେଟ ପାଇଁ ପରିବା ଦୋକାନ ଖୋଲି ଗ୍ରାହକଙ୍କ ଅପେକ୍ଷାରେ ଅଛନ୍ତି ଗଗନ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe