କନକ ବ୍ୟୁରୋ: ବସ ଦୁର୍ଘଟଣାର ଦୁଇ ଦେବଦୂତ । ଜୀବନକୁ ବାଜି ଲଗାଇ ଜୀବନ ବଞ୍ଚାଇଲେ । ବ୍ରହ୍ମପୁର ମେନ୍ଦ୍ରାଜପୁର ନିକଟରେ ମୃତ୍ୟୁ ଯେତେବେଳେ ମାୟାଜାଲ ବିଛାଇ ଗୋଟେ ପରେ ଗୋଟେ ଜୀବନକୁ ନିଜ କବଳକୁ ନେଉଥିଲା... କରେଣ୍ଟ ଲଗାଇ ଯମ ଯେତେବେଳେ ଯାତ୍ରୀଙ୍କ ଜୀବନକୁ କଲବଲ କରି ମାରୁଥିଲା... ଠିକ ସେତିକି ବେଳେ ମୃତ୍ୟୁର ମାୟାଜାଲ ଭେଦି ଯମ କୋଳରୁ ଜୀବନ ଛଡାଇ ଆଣିବାକୁ ବସ ଭିତରକୁ ଲମ୍ଫ ଦେଇଥିଲେ ଏହି ଦୁଇ ଦେବଦୂତ । ନିଜ ଜୀବନ ବିପଦରେ ଥିବା ଜାଣି ବି ସେସବୁକୁ ଖାତିର ନକରି ଅନ୍ୟର ଜୀବନ ବଞ୍ଚାଇବାକୁ ବିଦ୍ୟୁତର ବଳୟ ଭିରତକୁ ଖେଦି ଯାଇଥିଲେ ଏ ଯୁଗର ଗୋପବନ୍ଧୁ...
ଜିତୁ ରେଡ୍ଡୀ ଓ ଦେବେନ୍ଦ୍ର ସାହୁ । ବସ ଦୁର୍ଘଟଣାର ଦୁଇ ରିଅଲ ହିରୋ । ଯାହାଙ୍କ ଆପ୍ରାଣ ଉଦ୍ୟମ ଆଉ ଅଦମ୍ୟ ସାହସ ପାଇଁ ମୃତ୍ୟୁର ପଞ୍ଝାରୁ ମୁକୁଳି ଯାଇଛି ଅନେକ ଜୀବନ । ଜିତୁ ରେଡ୍ଡୀ, ମେନ୍ଦ୍ରାଜପୁର ମୃତ୍ୟୁସ୍ଥଳୀର ମୁକସାକ୍ଷୀ । ଯିଏ ଦୁର୍ଘଟଣା ପରେ ନିଜ ଦୋକାନରୁ ଦୌଡି ଆସି ମୃତ୍ୟୁର ବନ୍ଧନରେ ଅଣନିଶ୍ୱାସୀ ହେଉଥିବା ଜୀବନକୁ ଦେଖିଥିଲେ । ଆଉ ସାହସ ବାନ୍ଧି ବସ ଭିତରୁ ଜଣେ ପରେ ଜଣେ ଲୋକଙ୍କୁ ବାହାର କରିଥିଲେ । ତେବେ କେମିତି ଥିଲା ମୃତ୍ୟୁକୁ ତଡିପାର କରି ଜୀବନକୁ ବଞ୍ଚାଇବାର ମୁହୂର୍ତ୍ତ ? ନିଜ ମୁହଁରେ ପୂରା କାହାଣୀ କହିଛନ୍ତି ଜିତୁ ।
ଦୁର୍ଘଟଣାର ଅନ୍ୟ ଜଣେ ଦେବଦୂତ ହେଉଛନ୍ତି ଦେବେନ୍ଦ୍ର ସାହୁ । ଯିଏ ନିଜେ ବି ବିଦ୍ୟୁତ ଝଟକାର ସମ୍ମୁଖୀନ ହୋଇଛନ୍ତି । ବସ ଭିତରୁ ଲୋକଙ୍କୁ ଉଦ୍ଧାର କଲା ବେଳେ ତାଙ୍କ ହାତ, ମୁଣ୍ଡ ବି ପୋଡି ଯାଇଛି । ହେଲେ ତଥାପି ଅନ୍ୟର ଜୀବନ ଆଗରେ ନିଜ ଜୀବନକୁ ତୁଚ୍ଛ କରି ସେ ଅନେକ ଜୀବନକୁ ମୃତ୍ୟୁର ଆଁରୁ ମୁକୁଳାଇ ଆଣିଥିଲେ... ତେବେ ମେନ୍ଦ୍ରାଜପୁର ହୃଦୟଥରା ଦୁର୍ଘଟଣାରେ ମୃତ୍ୟୁର ଝାସରେ ମଉଳି ଯାଉଥିବା ଜୀବନକୁ ମୁକୁଳାଇ ଏହି ଦୁଇ ଦେବଦୂତ ସମସ୍ତଙ୍କ ପାଇଁ ମହାନ ସାଜିଛନ୍ତି...
Follow Us
/kanak/media/post_attachments/wp-content/uploads/2020/02/51.jpg)
/kanak/media/post_attachments/wp-content/uploads/2020/02/vlcsnap-2020-02-10-18h57m43s2.png)