ଛାତିରେ ବାଜିବା ପୂର୍ବରୁ ଗୁଳିକୁ ଅଟକାଇଲା ମୋବାଇଲ । ବଞ୍ଚିଗଲା ବ୍ୟକ୍ତିଙ୍କ ଜୀବନ

94

ମୋବାଇଲ ଫୋନ ବଞ୍ଚାଇଦେଲା ଜୀବନ | କିଛି ଡକାୟତ ଜଣେ ବ୍ୟକ୍ତିଙ୍କୁ ଗୁଳି ମାଡ଼ କରିଥିବାବେଳେ ଛାତି ପାଖ ପକେଟରେ ଥିବା ମୋବାଇଲରେ ଗୁଳି ବାଜିଥିଲା | ଏଥିରେ ଫୋନର ସ୍କ୍ରିନ ଫାଟିଯାଇଥିବାବେଳେ ବ୍ୟବହାରକାରୀଙ୍କ ଛାତିରେ କିନ୍ତୁ ଗୁଳି ଭେଦି ପାରିନାହିଁ | ବ୍ରାଜିଲର ପେଟ୍ରୋଲିନାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଡେଲି ମେଲର ରିପୋର୍ଟ ଅନୁଯାୟୀ, ସଶସ୍ତ୍ର ଡକାୟତମାନେ ଜଣେ ଯୁବକଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଡକାୟତମାନେ ଯୁବକଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ମାରିଥିଲେ ଓ ବୁଲେଟ ଯୁବକଙ୍କ ପକେଟରେ ଥିବା ଫୋନରେ ବାଜିଥିଲା | ସୌଭାଗ୍ୟବଶତଃ ଯୁବକ ଜଣକ ପକେଟରେ ମୋଟରୋଲାର ମୋଟୋ ଜି ୫ ହ୍ୟାଣ୍ଡସେଟ୍ ରଖିଥିଲେ |

ଗୁଳି ଯାଇ ଫୋନରେ ବାଜିଥିବାବେଳେ ଏହାର ସ୍କ୍ରିନ କ୍ଷତିଗ୍ରସ୍ତ ହୋଇଥିଲା | ତେବେ କୌତୁହଳର କଥା ଯେ ଗୁଳି ଯୁବକଙ୍କ ଛାତିକୁ ସ୍ପର୍ଶ କରିପାରିନଥିଲା | ଗୁଳିମାଡ ପରେ ଡକାୟତମାନେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଆଉ ସ୍ଥାନୀୟ ଲୋକ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଯୁବକଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଏହି ଆକ୍ରମଣରେ ୟୁଜର୍ସ ଜଣକ ସାମାନ୍ୟ ଆଘାତ ପାଇଛନ୍ତି।

ଡାକ୍ତର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ବୁଲେଟ୍ ଦ୍ୱାରା ନଷ୍ଟ ହୋଇଥିବା ମୋଟୋ ଜି ୫ ହ୍ୟାଣ୍ଡସେଟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ଡକାୟତଙ୍କ ଗୁଳି ଦ୍ୱାରା ବ୍ୟବହାରକାରୀଙ୍କ ଜୀବନ ବଞ୍ଚି ଯାଇଥିଲା ସତ କିନ୍ତୁ ଫୋନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ଫୋନର ସ୍କ୍ରିନ୍ ସହିତ ବୁଲେଟ୍ ଯୋଗୁଁ ଏହାର ଆଭ୍ୟନ୍ତରୀଣ ଅଂଶ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ଏହି ଫୋନରେ ୩ ଜିବି ରାମ୍ ଏବଂ ୩୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ କ୍ଷମତା ରହିଥିଵାବେଳେ ୧୩ ମେଗାପିକ୍ସେଲର ପଛ ଏବଂ ୫ ମେଗାପିକ୍ସେଲର ରିୟର କ୍ୟାମେରା ରହିଛି |