କଟକ ରାସ୍ତାରେ ଗଡେ କୁନି ବାଇକ । ସିଲଭର ସିଟିର ରାସ୍ତା ସାରା ବାଇକ ଧରି ବୁଲନ୍ତି କୁନି ମଣିଷ । ଭେଟନ୍ତୁ ଜଣେ ନିଆରା ମଣିଷଙ୍କୁ…

314

କନକ ବ୍ୟୁରୋ: କଟକର ରାସ୍ତା । କୁନି ବାଇକ୍, କୁନି ମଣିଷ । ସିଲଭର ସିଟିର ରାସ୍ତା ସାରା ଗଡେ ଏଇ ଟିକି ବାଇକ । ସହରର ୫୨ ବଜାର ୫୩ ଗଳିରେ ଚାଲେ ଅଖନା ଭାଇଙ୍କ ବାଇକ୍ । କେତେବେଳେ ନଦୀବନ୍ଧରେ ତ କେତେବେଳେ ହାଇକୋର୍ଟ ଛକରେ ପୁଣି କେବେ ରେଭନ୍ସାର ରାସ୍ତାରେ ସାଇ ସାଇ ମାଡିଯାଏ ତାଙ୍କ ଗାଡି । ସହରରେ କୁନି ବାଇକ ଚାଲୁଛି ମାନେ ଲୋକେ ଆଖିବୁଜି କହିଦେବେ ଅଖନା ଭାଇର ବାଇକ୍ ଚାଲୁଛି । କଟକ ସହରର ଗଳିକନ୍ଦିରେ ଅଖନା ଭାଇ ନାଁରେ ବେଶ ପରିଚିତ ଏ ଗେଡା ମଣିଷ ଅକ୍ଷୟ ଦାସ ।

୪୫ ବର୍ଷର ଅଖନା ଭାଇ କଟକ ଡଗରପଡାରେ ରୁହନ୍ତି । ପିଲାଟି ବେଳୁ ନିଜ ଉଚ୍ଚତାକୁ ନେଇ କେବେ ଦୁଃଖ କରି ନାହନ୍ତି କି ଲୋକ ଲଜ୍ଜାକୁ ଶୁଣି ହାରିଯାଇ ନାହାନ୍ତି । ବରଂ ଖଟି ଖାଇ ଜିଇଁବାର କଳା ଶିଖିଛନ୍ତି ବୋଲି ଆଜି ସେ ବିନ୍ଦାସ ବଞ୍ଚୁଛନ୍ତି ।

ବ୍ୟବସାୟ କରି ନିଜ ପେଟ ପୋଷୁଥିବା ବେଳେ ଅବସର ସମୟରେ ଗାଈ ଗୁହାଳରେ ଗୋରୁଙ୍କ ସେବା କରନ୍ତି । ଜୀବନ ନିଜ ଉଚ୍ଚତାକୁ ନେଇ କେବେ ଲଜ୍ଜା ଅନୁଭକ କରୁଥିବା କି ଦୁଃଖ କରୁଥିବା ଅଖନା ଭାଇ ନିଜ କର୍ମକୁ ଗୁରୁତ୍ୱ ଦିଅନ୍ତି । ତାସହ ଲୋକଙ୍କୁ ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତି । ସତରେ ଅଖନା ଉଚ୍ଚତାରେ କମ ହୋଇ ପାରନ୍ତି ହେଲେ ମନରେ ସେ ବହୁତ ଉଚ୍ଚ ।