ପେଟ୍ରୋଲ ପଡିବନି, ଗାଡି ଗଡିବ । ବିନା ତେଲରେ ବି ରାସ୍ତା ଉପରେ ୨୮୦ କିଲୋମିଟର ଧାଇଁବ ଆପଣଙ୍କ ଗ୍ଲାମର । ଜାଣନ୍ତୁ ଗାଡି ପଛର ଗୁଢ ରହସ୍ୟ...

Advertisment
ପେଟ୍ରୋଲ ପଡିବନି, ଗାଡି ଗଡିବ । ବିନା ତେଲରେ ବି ରାସ୍ତା ଉପରେ ୨୮୦ କିଲୋମିଟର ଧାଇଁବ ଆପଣଙ୍କ ଗ୍ଲାମର । ଜାଣନ୍ତୁ ଗାଡି ପଛର ଗୁଢ ରହସ୍ୟ...

କନକ ବ୍ୟୁରୋ: ବିନା ତେଲରେ ଗଡିବ ଗ୍ଲାମର । ମାତ୍ର ୪ ଟଙ୍କା ଖର୍ଚ୍ଚ କଲେ ଗାଡି ଗଡିଯିବ ୨୮୦ କିଲୋମିଟର । କଥାଟା କାନକୁ ଟିକେ ଖଟକା ଶୁଭୁଥିଲେ ବି ପୂରାପୂରି ସତ । ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗଞ୍ଜ ଗାଁର ଭାରତ ଭୂଷଣ ଦାସ । ବ୍ୟାଟେରୀ ଚାଳିତ ବାଇକ ତିଆରି କରି ଭାରତ ବିନା ପେଟ୍ରୋଲରେ ନିଜ ଗାଡିକୁ ବେଶ ଆରାମରେ ଚଳାଇ ପାରୁଛନ୍ତି ।

publive-image

ସୋର ବଜାରରେ ଘଣ୍ଟା ଦୋକାନ କରିଥିବା ଭାରତ ବିନା ପେଟ୍ରୋଲରେ ଗାଡି ଚଳାଇବାକୁ ଇଛା ପ୍ରକାଶ କଲେ । ଆଉ ସେଥିପାଇଁ ଚାଇନାରୁ ଅନଲାଇନରେ ବ୍ୟାଟେରୀ ମଗାଇ ନିଜ ଗ୍ଲାମରରେ ଫିଟିଂ କଲେ । ୪୦ କିଲୋ ଓଜନର ଏହି ବ୍ୟାଟେରୀକୁ ଥରେ ଚାର୍ଜ କଲେ ଏହା ୨୮୦ କିଲୋମିଟର ଯାଏଁ ଆରାମରେ ଚାଲିବ । ଅଧଘଣ୍ଟା ଯାଏଁ ଚାର୍ଜ କଲେ ଅର୍ଥାତ ମାତ୍ର ସାଢେ ୪ ଟଙ୍କାର ବିଦ୍ୟୁତ ଖର୍ଚ୍ଚ କଲେ ଆ ପଣଙ୍କୁ ଏହି ଗାଡି ୨୮୦ କିଲୋମିଟର ଯାଏଁ ବୁଲାଇ ପାରିବ ।

ତେବେ ବିଦ୍ୟୁତ ଚାଳିତ ଭାରତଙ୍କ ଗ୍ଲାମର ଘଣ୍ଟାକୁ ୮୦ରୁ ୯୦ କିମି ବେଗରେ ଗତି କରିବ । ତାସହ ଏଥିରେ ୨ ଜଣ ଆରାମରେ ବସି ଯାତ୍ରା କରି ପାରିବେ । ଇଣ୍ଟରନେଟରୁ ଦେଖି ଏଭଳି ଏକ ଭିନ୍ନ ଉଦ୍ଦଭାବନ କରିବାକୁ ଭାରତ ମନ ବଳାଇଥିବା ବେଳେ ବ୍ୟାଟେରୀ ଗାଡି ପାଇଁ ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ।

publive-image

ସବୁଠାରୁ ବଡ କଥା ହେଉଛି ଭାରତଙ୍କ ଗାଡି ଯଦି କେବେ ଚୋରୀ ହୁଏ ତେବେ ସଙ୍ଗେସଙ୍ଗେ ତାଙ୍କ ପାଖକୁ ମେସେଜ ପଳାଇବ । ଆଉ ତାକୁ ଡ୍ରାକ କରି ଗାଡି ପାଖରେ ପହଞ୍ଚିହେବ । ୪୦ ବର୍ଷ ଯାଏଁ ଉକ୍ତ ବ୍ୟାଟେରୀ ଚାଲିବାର କ୍ଷମତା ଥିବା ବେଳେ ଏହା ଶବ୍ଦ ପ୍ରଦୂଷଣ, ବାୟୂ ପ୍ରଦୂଷଣରୁ ମୁକ୍ତି ଦେବ ।
ଭାରତଙ୍କ ଏହି ଭିନ୍ନ ଉଦ୍ଦଭାବନକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ସରକାର କିମ୍ବା କୌଣସି ଘରୋଇ ସଂସ୍ଥା ଯଦି ତାଙ୍କ କଳା କୌଶଳକୁ ଆପଣାନ୍ତା କିମ୍ବା ତାଙ୍କୁ ପ୍ରୋତ୍ସାହନ ଦିଅନ୍ତା ତେବେ ସେ ଅଧିକରୁ ଅଧିକ ଏମିତି ଗାଡି ତିଆରି କରିପାରନ୍ତେ ବୋଲି ଭାରତ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe