ଦାବ୍ରିଡ଼ଠୁ ଆରମ୍ଭ କରି ମ୍ୟାକୁଲମ, କ୍ରିକେଟ ଜଗତର ଦାମୀ କୋଚ୍ କିଏ? ଦରମା ଶୁଣିଲେ କାବା ହୋଇଯିବେ ଆପଣ

Advertisment
ଦାବ୍ରିଡ଼ଠୁ ଆରମ୍ଭ କରି ମ୍ୟାକୁଲମ, କ୍ରିକେଟ ଜଗତର ଦାମୀ କୋଚ୍ କିଏ? ଦରମା ଶୁଣିଲେ କାବା ହୋଇଯିବେ ଆପଣ

କନକ ବ୍ୟୁରୋ: ଫୁଟବଲ ପରେ ଦୁନିଆରେ ଯଦି କେଉଁ ଖେଳକୁ ଅଧିକ ପସନ୍ଦ କରନ୍ତି ତାହା ହେଉଛି କ୍ରିକେଟ୍ । ଟେଷ୍ଟ, ଦିନିକିଆ ଏବଂ ଫଟାଫଟ୍ କ୍ରିକେଟ୍ ଟି-୨୦ର ଚାହିଦା ବେଶ୍ ବଢ଼ିବାରେ ଲାଗିଛି, ଆଉ ଦିନକୁ ଦିନ ବିଶ୍ୱରେ କ୍ରିକେଟ୍ ଖେଳର ଦବଦବା ଦେଖିବାକୁ ମିଳୁଛି । ହେଲେ ବିଭିନ୍ନ କ୍ରିକେଟ୍ ବୋର୍ଡର କୋଚଙ୍କ ଦରମା ଆପଣ ଜାଣିଛନ୍ତି କି? କେଉଁ ଟିମର କୋଚ କେତେ ଟଙ୍କା ଦରମା ପାଉଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କ୍ରିକେଟ ଦୁନିଆରେ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ । ସେଥିପାଇଁ ବିସିସିଆଇ ତାଙ୍କ ମୁଖ୍ୟ କୋଚଙ୍କୁ ସବୁଠାରୁ ଅଧିକ ଦରମା ଦେଉଥିବା ରିପୋର୍ଟ କହୁଛି । ଏବେ ଭାରତୀୟ ପୁରୁଷ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଅଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ରାହୁଲ ଦ୍ରାବିଡ଼, ଆଉ ଦାବ୍ରିଡ ହିଁ ଏବେ ବିଶ୍ୱ କ୍ରିକେଟ୍ ଦୁନିଆରେ ସବୁଠାରୁ ଦାମୀ କୋଚ୍ ଭାବେ ଦରମା ପାଉଛନ୍ତି । ୫୧ ବର୍ଷୀୟ ରାହୁଲ ଦ୍ରାବିଡ଼ ବିସିସିଆଇ ସହ ଚୁକ୍ତି ମୁତାବକ ବାର୍ଷିକ ୧୦ କୋଟି ଟଙ୍କା ଦରମା ପାଉଥିବା ବୋର୍ଡ ସୂଚନା ଦେଇଛି ।

ରାହୁଲ ଦ୍ରାବିଡ଼ଙ୍କ ପରେ ପରେ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଅଷ୍ଟ୍ରେଲିଆ ହେଡ୍ କୋଚ ଏଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ । ବିଦେଶୀ ଗଣମାଧ୍ୟମ ରିପୋର୍ଟ ମୁତାବକ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଏଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡଙ୍କୁ ବାର୍ଷିକ ସାଢ଼େ ୬ କୋଟି ଟଙ୍କା ଦରମା ଦେଉଛି । ସେହିପରି ଦାମୀ କୋଚ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡ ଦଳର ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ । ନ୍ୟୁଜିଲାଣ୍ଡର ଏହି ପୂର୍ବତନ ବିସ୍ଫୋରକ ବ୍ୟାଟରଙ୍କୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ୪ ବର୍ଷ ପାଇଁ ୧୬ କୋଟି ଟଙ୍କା ଦରମାରେ ଚୁକ୍ତି ସ୍ୱାକ୍ଷର କରିଛି । ଅପରପକ୍ଷେ ନ୍ୟୁଜିଲାଣ୍ଡ ଟିମର ମୁଖ୍ୟ କୋଚ୍ ଗ୍ୟାରୀ ଷ୍ଟିଡ୍ଙ୍କୁ କିୱି କ୍ରିକେଟ୍ ବୋର୍ଡ ବାର୍ଷିକ ପାଖାପାଖି ୨ କୋଟି ଟଙ୍କା ବାର୍ଷିକ ଦରମା ଦେଉଛନ୍ତି । ୨୦୧୮ରୁ ଆରମ୍ଭ କରି ୨୦୨୫ ପର୍ଯ୍ୟନ୍ତ ଗ୍ୟାରୀ ଷ୍ଟିଡ୍ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ତାଲିକାର ୫ମ ସ୍ଥାନରେ ଶ୍ରୀଲଙ୍କା କ୍ରିକେଟ୍ ଦଳର କ୍ରିସ୍ ସିଲଭରଉଡ୍ ଅଛନ୍ତି, ଯାହାଙ୍କୁ ସିଙ୍ଘଳ କ୍ରିକେଟ୍ ବୋର୍ଡ ବାର୍ଷିକ ୫୦ ଲକ୍ଷ ଟଙ୍କା ଦରମା ଦେଉଥିବା ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଛି ।

ତେବେ ବିଶ୍ୱ କ୍ରିକେଟ୍ ଜଗତରେ ରାହୁଲ ଦ୍ରାବିଡ ସବୁଠୁ ଦାମୀ କ୍ରିକେଟ୍ କୋଚ୍, ଆଉ କିଛିଦିନ ପରେ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବିସିସିଆଇ ନିୟମ ମୁତାବକ, ନୂଆ କୋଚ୍ ପାଇଁ ଆବେଦନ ପ୍ରକ୍ରିୟା ସହ ଚୁକ୍ତି ସ୍ୱାକ୍ଷର କରାଯିବ । ଯଦି ରାହୁଲ ଦ୍ରାବିଡ଼ କାର୍ଯ୍ୟକାଳ ଶେଷ ପରେ ପୁନଃ ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବାକୁ ଚାହାନ୍ତି ତେବେ ତାଙ୍କୁ ଆଉଥରେ ଆବେଦନ କରିବାକୁ ପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe