ରାସ୍ତାରେ ଆମେ କାହିଁକି ଦେଉ ଟୋଲ ଟ୍ୟାକ୍ସ ? ଏହା ବଦଳରେ ଆମକୁ କଣ ସବୁ ସୁବିଧା ମିଳୁଛି ? ଜାଣନ୍ତୁ, ଏହି ସବୁ ପ୍ରଶ୍ନର ଉତ୍ତର । 

542

ଆପଣ ଜାଣିଥିବେ ସାଧାରଣତଃ ଜାତୀୟ ରାଜପଥ ହେଉ ଅବା ରାଜ୍ୟ ରାଜପଥ ବିଭିନ୍ନ ସ୍ଥାନରେ ଟୋଲ୍ ଗେଟ ରହିଥାଏ । ଯେଉଁଠି ଟ୍ୟାକ୍ସ ଆଦାୟ ହୋଇଥାଏ । ରାସ୍ତାରେ ଯାଉଥିବା ବିଭିନ୍ନ ଗାଡିଠାରୁ ଟ୍ୟାକ୍ସ ଆଦାୟ କରିଥାନ୍ତି ଏହି ଟୋଲ କର୍ମଚାରୀ । ହେଲେ ଏଠାରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା ଆମେ ଟୋଲରେ ଟ୍ୟାକ୍ସ କାହିଁକି ଦେଉ? ଯଦି ଆମେ ଟ୍ୟାକ୍ସ ଦେଉଛୁ ତେବେ ଏହା ବଦଳରେ ଆମକୁ କଣ ସୁବିଧା ମିଳୁଛି ?

ପ୍ରଥମେ ଜାଣିବା ଟୋଲ ଟ୍ୟାକ୍ସ କଣ ?

ରାଜ୍ୟ ବା ଦେଶରେ ହେଉଥିବା ବିଭିନ୍ନ ରାସ୍ତା ସରକାର କରିଥାନ୍ତି । ଏହି ଲମ୍ବା ଚଉଡା ରାସ୍ତା ତିଆରି କରିବା ଆଉ ଏହାର ମେଣ୍ଟେନାନ୍ସ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଆଉ ଏହି ଖର୍ଚ୍ଚ ଟୋଲ ଟ୍ୟାକ୍ସ ମାଧ୍ୟମରେ ଜନତାଙ୍କଠାରୁ ଆଦାୟ କରନ୍ତି ସରକାର । କେତକ ସମୟ ରାସ୍ତା ତିଆରି ପାଇଁ ସରକାର ପ୍ରାଇଭେଟ କମ୍ପାନୀଙ୍କୁ ଦେଇଥାନ୍ତି । ଏହା ବଦଳରେ ସେମାନଙ୍କୁ ଟୋଲ ଆଦାୟ କରିବାର ଅଧିକାର ଦିଆଯାଇଥାଏ । ଯେତେବେଳେ ଟୋଲ ଅବଧି ଶେଷ ହୋଇଥାଏ ସରକାର ଟୋଲ ଗେଟ ହଟେଇ ଦେଇଥାନ୍ତି ।

ଗୋଟିଏ ଟୋଲ ଓ ଅନ୍ୟ ଟୋଲ ମଧ୍ୟରେ ଦୂରତା ୬୦ କିଲୋମିଟର ରହିଥାଏ । ସେହିପରି ବିଭିନ୍ନ ଗାଡି ପାଇଁ ଟ୍ୟାକ୍ସ ଅଲଗା ଅଗଲା ହୋଇଥାଏ । ଯେମିତି ଯଦି ରାସ୍ତାରେ ଟେନେଲ, ବ୍ରିଜ କିମ୍ବା ବାଇପାସ ପଡିଥାଏ ତେବେ ଏଠାରେ ଟୋଲ ଅଧିକା ଦେବାକୁ ପଡିଥାଏ କାରଣ ଏହି ସବୁ ତିଆରି କରିବାକୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଟ୍ରକ, କାର, ପ୍ରାଇଭେଟ ଗାଡି ଓ କର୍ମସିଆଲ ଗାଡି ପାଇଁ ମଧ୍ୟ ଟୟାକ୍ସ ଅଲଗା ଅଲଗା ହୋଇଥାଏ ।

ଏବେ ଜାଣିବା ଟୋଲ ଦେଲେ ଆମକୁ କଣ ଫାଇଦା ମିଳିଥାଏ ? 

ଟୋଲ ଦେଲେ ଆମକୁ ରାସ୍ତାରେ କିଛି ସୁବିଧା ମିଳିଥାଏ । ଆଉ ଏହି ସୁବିଧା ରୋଡ ତିଆରି କରିଥିବା ସଂସ୍ଥା ଦେଇଥାନ୍ତି । ସେ ସରକାର ହୁଅନ୍ତୁ ଅବା ପ୍ରାଇଭେଟ ସଂସ୍ଥା । ରାସ୍ତା ଉପରେ ପୋଲିସ ପାଟ୍ରୋଲିଂ ସୁବିଧା ମିଳିଥାଏ । ଏହାସହ ଆମ୍ବୁଲାନ୍ସ ଓ ଦମକଳ ଗାଡିର ମଧ୍ୟ ସୁବିଧା ଥାଏ । ଯଦି କୌଣସି ସ୍ଥାନରେ ଦୁର୍ଘଟଣା ଘଟିଥାଏ ତେବେ ଟ୍ରକ ଉଠାଇବାକୁ ଟୋଲ ପ୍ଲାଜା କ୍ରେନର ବ୍ୟବସ୍ଥା ମଧ୍ୟ କରିଥାନ୍ତି । ଅନ୍ୟ କିଛି ଟୋଲ ପ୍ଲାଜାରେ ଟଏଲେଟ, ଗ୍ୟାରେଜ ଭଳି ସୁବିଧା ମଧ୍ୟ ଥାଏ । ଯଦି କେବେ ଏକ୍ସପ୍ରେସ ହାଇୱେ ଦେଇ ଆପଣ ଯାଆନ୍ତି ତେବେ ଏହି ସବୁ ସୁବିଧା ପାଇ ପାରିବେ । ଆଉ ଆପଣଙ୍କ ଟଙ୍କା କେମିତି ଖର୍ଚ୍ଚ ହେଉଛି ତାହା ଜାଣିପାରିବେ ।