କନକ ବ୍ୟୁରୋ : ନୂଆବର୍ଷ ଆସିବା ସହ ନେଇଆସିଛି କିଛି ନୂଆ ନିୟମ । ମୋବାଇଲ୍, କାର୍ , ଟ୍ୟାକ୍ସ, କ୍ୟାସ ପେମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଇଁ ନୂଆ ନିୟମ ଲାଗୁ ହେବ । ଏହି ନିୟମ ସାଧାରଣ ଲୋକଙ୍କ ପକେଟ୍ ଉପରେ ବି ଭାରି ପଡିପାରେ । ତେବେ ଆପଣଙ୍କ ପାଇଁ ଉପଲବ୍ଧ ହେଉଥିବା ସେବାରେ ହିଁ ପରିବର୍ତ୍ତନ ଦେଖିବାକୁ ମିଳିବ । ଜାଣନ୍ତୁ କେଉଁ ସବୁ ନିୟମରେ ହେବ ପରିବର୍ତ୍ତନ ।

Advertisment

ମହଙ୍ଗା ହେବ କାର : ଜାନୁଆରୀ ୧ରୁ ବଢିବ କାରର ମୂଲ୍ୟ । କିଆ ମୋଟର୍ସ, ହୁଣ୍ଡାଇ ଏବଂ ମାରୁତି ସୁଜୁକି ସେମାନଙ୍କ ମଡେଲର ମୂଲ୍ୟ ବୃଦ୍ଧି କରିବେ ।

ଟୋଲପ୍ଲାଜାରେ ଫାସଟ୍ୟାଗ୍ ବାଧ୍ୟତାମୂଳକ : ଡିଜିଟାଲ ହେବ ଟୋଲପ୍ଲାଜା । ସମସ୍ତ ଚାରିଚକିଆ ଯାନରେ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ । ଜାତୀୟ ରାଜପଥର ଟୋଲ ପ୍ଲାଜାର ସବୁ ଲେନ୍ ଫାସଟ୍ୟାଗ୍ରେ ପରିଣତ ହେବ । ଫାସଟ୍ୟାଗ ଲାଗି ନଥିବା ଗାଡି ଗୁଡିକ ଯଦି ଏହି ଲେନ ଦେଇ ଯା’ ଆସ କରନ୍ତି ତାହାଲେ ସେମାନଙ୍କଠାରୁ ଦୁଇଗୁଣ ଶୁଳ୍କ ଆଦାୟ କରାଯିବ ।
ମ୍ୟୁଚୁଆଲ ଫଣ୍ଡରେ ନିବେଶରେ ନୂଆ ନିୟମ : ନିବେଶକଙ୍କ ହିତ ପାଇଁ ମାର୍କେଟ ନିୟାମକ ଝଋଈଓ ମ୍ୟୁଚୁଆଲ ଫଣ୍ଡରେ ନୂଆ ନିୟମ ଲାଗୁ କରିବ । ମଲଟିକ୍ୟାପ୍ ମ୍ୟୁଚୁଆଲ୍ ଫଣ୍ଡରେ ଝଋଈଓ ନିୟମ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ଇକ୍ୱିଟିରେ ୬୫ପ୍ରତିଶତ ପରିବର୍ତ୍ତେ ୭୫ପ୍ରତିଶତ ବିନିଯୋଗ କରିବାକୁ ପଡିବ । ମିଡକ୍ୟାପ୍ ଏବଂ ମଲଟିକ୍ୟାପରେ ୨୫-୨୫ପ୍ରତିଶତ ବିନିଯୋଗ କରିବାକୁ ପାଣ୍ଠି ଆବଶ୍ୟକ ହେବ ।

ୟୁପିଆଇ ଟ୍ରାଞ୍ଜାକସନ ପାଇଁ ଏକ୍ସଟ୍ରା ଚାର୍ଜ : ଦେଶବ୍ୟାପି ମହଙ୍ଗା ହେବ ଡିଜିଟାଲ ଟାଞ୍ଜାକସନ । ଆମାଜନ ପେ, ଫୋନ ପେ ଓ ଗୁଗୁଲ ପେରୁ ପେମେଂଟ କଲେ ଦେବାକୁ ପଡିବ ଅତିରିକ୍ତ ଟଙ୍କା । ଏଭଳି ନିଷ୍ପତ୍ତି ନେଇଛି ଏନସିପିଆଇ ।
ନମ୍ବର ଡାଏଲ ପୂର୍ବରୁ ‘ଜିରୋ’ ବାଧ୍ୟତାମୂଳକ : ଏଣିକି ୧୦ ବଦଳରେ ଆସିବ ୧୧ଅଙ୍କ ବିଶିଷ୍ଟ ନମ୍ବର । ଜନସଂଖ୍ୟା ବୃଦ୍ଧି ଯୋଗୁଁ ବୃଦ୍ଧି ପାଉଛି ମୋବାଇଲ୍ ସେବା । ଯାହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ଟ୍ରାଇ । ଏହା ବ୍ୟତୀତ ୨୦୨୧ରୁ ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ୍ କରିବାକୁ ହେଲେ ନମ୍ବର ପୂର୍ବରୁ ‘ଜିରୋ’ ଡାଏଲ କରିବାକୁ ପଡିବ । ‘ଜିରୋ’ ବିନା ମୋବାଇଲକୁ ଲାଗିବନି କଲ୍ ।

ଜିଏସଟି ରିଟର୍ଣ୍ଣରେ ବଡ ପରିବର୍ତ୍ତନ : କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଜିଏସଟି ପ୍ରକ୍ରିୟା ଆହୁରି ସରଳୀକୃତ ହେବ । ନୂଆ ନିୟମ ଅନୁଯାୟୀ, ଯାହାର ବାର୍ଷିକ ଆୟ ୫କୋଟି ଟଙ୍କା ପର୍ଯ୍ୟନ୍ତ ଥିବ ସେମାନଙ୍କୁ ବର୍ଷକୁ ୪ଟି ସେଲ୍ସ ରିଟର୍ଣ୍ଣ ଫାଇଲ୍ ଦାଖଲ କରିବାକୁ ପଡିବ ।

କମ୍ ପ୍ରିମିୟମରେ କରିପାରିବେ ଜୀବନ ବୀମା : ଜାନୁଆରୀ ୧ରୁ କମ୍ ମୂଲ୍ୟରେ ସରଳ ଜୀବନ ବୀମା କରିପାରିବେ । ଓଜଊଇଓ ଆରୋଗ୍ୟ ସଞ୍ଜିବନୀ ନାମକ ଷ୍ଟାଣ୍ଡାର୍ଡ ରେଗୁଲାର୍ ହେଲ୍ଥ ଇନ୍ସୁରାନ୍ସ ପଲିସିଞ୍ଚ ଏକ ଷ୍ଟାଣ୍ଡାର୍ଡ ଟର୍ମ ଲାଇଫ ଇନ୍ସୁରାନ୍ସ ଲଂଚ କରିଛି । ଏହି ନୂଆ ବୀମା ପଲିସିରେ ବୀମା କମ୍ପାନୀଗୁଡିକର ପଲିସିରେ କଭରର ସର୍ତ୍ତାବଳୀ ଏବଂ ରାଶିର ପରିମାଣ ସମାନ ହେବ ।

ବଦଳିବ ଚେକ୍ ପେମେଣ୍ଟ ନିୟମ : ବ୍ୟାଙ୍କ ଠକେଇ ରୋକିବା ଓ ଚେକ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ଲାଗି ଜଈଓ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ୫୦,୦୦୦ ଟଙ୍କା ବା ତା’ଠାରୁ ଅଧିକ ଆମାଉଂଟର ଚେକ ଉପରେ ପଜିଟିଭ୍ ପେ ,ସିଷ୍ଟମ ଲାଗୁ ହେବ । ଏହି ସିଷ୍ଟମରେ ଚେକ୍ ଈସୁ କରୁଥିବା ବ୍ୟକ୍ତିଙ୍କୁ ଏସଏମଏସ, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କିମ୍ବା ଏଟିଏମ୍ ମାଧ୍ୟମରେ ଚେକ୍ ବିଷୟରେ ବିବରଣୀ ଦେବାକୁ ପଡିବ । ଆରବିଆଇର ସୂଚନା ମୁତାବକ , ଏହି ସିଷ୍ଟମ ଖାତାଧାରୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ, କିନ୍ତୁ ୫ ଲକ୍ଷ ବା ତାଠାରୁ ଅଧିକ ଆମାଉଂଟର ଚେକ୍ ପାଇଁ ବ୍ୟାଙ୍କ ଏହାକୁ ବାଧ୍ୟତାମୂଳକ କରିପାରିବେ ।

ବିଜୁଳି ସଂଯୋଗ ହେବ ଆହୁରି ସହଜ : କେବଳ ୭ଦିନ ଭିତରେ ମେଟ୍ରୋସିଟି ମାନଙ୍କରେ ମିଳିବ ନୂତନ ବିଜୁଳି ସଂଯୋଗ । ସେହିପରି ମ୍ୟୁନିସିପାଲଟି ଅଞ୍ଚଳରେ ୧୫ଦିନ ଭିତରେ ଏବଂ ଗ୍ରାମାଞ୍ଚଳରେ ମାସକ ମଧ୍ୟରେ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ । ସଂଯୋଗ କାଟ, ପୁନଃ ସଂଯୋଗ, ମିଟର ବଦଳା, ବିଲିଂ, ପେମେଣ୍ଟ ଇତ୍ୟାଦି ସକାଶେ ବ୍ୟବସ୍ଥା କରାଯିବ । ନଗଦ ରାଶି, ଚେକ୍, ଡେବିଟ୍ କାର୍ଡ଼, ନେଟ୍ ବ୍ୟାଙ୍କିଙ୍ଗ୍ ଇତ୍ୟାଦି ମାଧ୍ୟମରେ ବିଲ୍ ପୈଠର ସୁବିଧା ରହିବ କିନ୍ତୁ ୧୦୦୦ ଟଙ୍କା କିମ୍ବା ତଦୁର୍ଦ୍ଧ୍ଵ ରାଶି କେବଳ ଅନଲାଇନରେ ହିଁ ପେମେଣ୍ଟ କରାଯିବ । ଏଥିରେ ବିଳମ୍ବ ଘଟିଲେ କମ୍ପାନୀକୁ ଜୋରିମାନା ଦେବାକୁ ପଡିବ ।

ମୋବାଇଲରେ ଚାଲିବନି ହ୍ୱାଟ୍ସଆପ୍ : ନୂଆବର୍ଷରୁ ବନ୍ଦ ହେବ ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପ୍ । କେତେକ ନିର୍ଦ୍ଦିଷ୍ଟ ଫୋନରେ ୧ଜାନୁଆରୀରୁ ହ୍ୱାଟ୍ସଆପ୍ ବନ୍ଦ ହେବା ନେଇ କମ୍ପାନି ସୂଚନା ଦେଇଛି । ଏହି ଫୋନ ଗୁଡିକରେ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ସାମିଲ ଅଛି । ପୁରୁଣା ଭର୍ସନ ସଫ୍ଟୱେର ବିଶିଷ୍ଟ ଫୋନରେ ହ୍ୱାଟ୍ସଆପ୍ କାମ କରିବ ନାହିଁ । ଆଇଓଏସ୍ ୯ ଅପରେଟିଂ ସିଷ୍ଟମଠାରୁ ପୁରୁଣା ଭର୍ସନ ସ୍ମାର୍ଟଫୋନ ଏବଂ ଆଇଫୋନ ୪ କିମ୍ବା ଏହାଠୁ ପୁରୁଣା ଆଇଫୋନରେ ସପୋର୍ଟ କରିବନି ହ୍ୱାଟ୍ସଆପ୍ ।