ରାତ୍ର ଭୋଜନରେ କେତେ ପରିମାଣରେ ଏବଂ କ’ଣ ଖାଇବା ଉଚିଚ ! ଜାଣନ୍ତୁ ପୁରା ତଥ୍ୟ ।

30

ଖାଦ୍ୟ ବିଶେଷଜ୍ଞମାନଙ୍କ ମତରେ, ଗୋଟିଏ ଦିନର ଭୋଜନ ମଧ୍ୟରେ ସକାଳ ଜଳଖିଆ ସାର। ଅର୍ଥାତ୍ ସକାଳବେଳା ଭୋଜନ ଯେତେ ଭଲ ହେବ ସ୍ୱାସ୍ଥ୍ୟ ପାଇଁ ସେତେ ହିତ। ସକାଳ ଭୋଜନ ଛଡ଼ା ମଧ୍ୟାହ୍ନ ଏବଂ ରାତ୍ରୀ ଭୋଜନର ଗୁରୁତ୍ୱ ନାହିଁ ବୋଲି ମଧ୍ୟ କହି ହେବ ନାହିଁ। କିନ୍ତୁ, ଏ ସବୁ ଭୋଜନରେ କିଛି ବାଛ ବିଚାର ରହିଛି। ପ୍ରକାରାନ୍ତରେ କହିବାକୁ ଗଲେ ଏ ଦୁଇ ଓଳି ଭୋଜନରୁ କିଛି ବାଦ ଦେବା ଉଚିତ।

ବିଶେଷତଃ, ରାତ୍ରୀ ଭୋଜନରୁ ବହୁ ଜିନିଷ ବାଦ ଦେବାକୁ ସ୍ଥଳବିଶେଷରେ ରାତ୍ରୀ ଭୋଜନ ନ କରିବାକୁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। କାରଣ ଦିନର ଶେଷ ପର‌୍ୟ୍ୟାୟ କଫ ଦୋଷ ଅକ୍ତିଆରରେ ଥାଏ। ତେଣୁ କଫ ଦୋଷ ବୃଦ୍ଧି ନ ପାଇବା ଭଳି ଖାଦ୍ୟ ରାତ୍ର କାଳରେ ଖାଇବା ଉଚିତ। ରାତ୍ର ଭୋଜନ ପାଇଁ ଆୟୁର୍ବେଦରେ କେତୋଟି ଉପଦେଶ ରହିଛି-

ସ୍ୱାସ୍ଥ୍ୟପ୍ରଦ ଓ ଲଘୁ ଶ୍ୱେତସାରଯୁକ୍ତ ଆହାର:

ଲଘୁ ଶ୍ୱେତସାରଯୁକ୍ତ ଆହାର ସହଜରେ ହଜମ ହୋଇଥାଏ। ରାତ୍ରୀରେ ଗରିଷ୍ଠ ଖାଦ୍ୟ ଖାଇଲେ ନିଦ୍ରାରେ ବ୍ୟାଘାତ ଘଟେ। ତେଣୁ ପରଦିନ ମାନ୍ଦାଳିଆ ଲାଗେ।

ଦହି ନୁହେଁ ଘୋଳ ଦହି:

ରାତ୍ର କାଳରେ କଦାପି ଦହି ପିଅନ୍ତୁ ନାହିଁ। ଦହିରେ ଉଭୟ ଅମ୍ଳ ଓ ମଧୁର ତତ୍ତ୍ୱ ଥିବାରୁ ଏହା ଶରୀରରେ କଫ ଦୋଷ ବଢ଼ାଇ ଦିଏ। ନିହାତି ଆବଶ୍ୟକ ହେଲେ ଘୋଳ ଦହି ପିଅନ୍ତୁ।

ଅଳ୍ପ ଖାଆନ୍ତୁ:

ରାତ୍ର କାଳରେ ଭୋଜନ ସୀମିତ ରଖନ୍ତୁ। ଅଳ୍ପ ଖାଇଲେ ସୁନିଦ୍ରା ହୋଇଥାଏ। ଏହାଛଡ଼ା ରାତ୍ରୀରେ ହଜମ ପ୍ରକ୍ରିୟା ବିଶେଷ ସକ୍ରିୟ ରହୁ ନ ଥିବାରୁ ଖାଦ୍ୟ ହଜମ କଷ୍ଟକର ହୋଇପଡ଼େ। ଆୟୁର୍ବେଦ ବିଶାରଦଙ୍କ ମତରେ, ଆଞ୍ଜୁଳିରେ ଯେତିକି ଧରିବ ଜଣେ ଥରକେ ସେତିକି ପରିମାଣରେ ଖାଦ୍ୟ ଖାଇବା ଉଚିତ। ଏହାଠୁ ଅଧିକ ଖାଇଲେ ପାକସ୍ଥଳୀର ସମ୍ପ୍ରସାରଣ ହେଉଥିବାରୁ ବହକା ଖାଦ୍ୟ ଦରକାର ହୁଏ। ଅଧିକ ଖାଇଲେ ଅନ୍ତଃନଳୀରେ ଅଣୁଜୀବମାନେ ବିଷୋଦ୍ଗାର କରନ୍ତି। ରାତ୍ର ଭୋଜନ ଓ ଶଯ୍ୟାକୁ ଯିବା ମଧ୍ୟରେ ଅନ୍ୟୂନ ୨/୩ ଘଣ୍ଟା ବ୍ୟବଧାନ ରଖନ୍ତୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.