ଲଟେରୀ ଖୋଲିଦେଲା ଭାଗ୍ୟ । ରାତାରାତି ହୋଇଗଲେ କୋଟିପତି ।

280

କନକ ବ୍ୟୁରୋ: ଭାଗ୍ୟ ଯେତେବଳେ ସାଥିରେ ଥାଏ ସେତେବଳେ ଜୀବନର ମୋଡ କେବେ ବି ପରିବର୍ତ୍ତନ ହୋଇପାରେ । କୈାଣସି ବ୍ୟବସାୟକୁ ଗୋଟିଏ ସ୍ତରକୁ ପହଞ୍ଚାଇବା ପାଇଁ ବହୁ ବର୍ଷ ଲାଗିଥାଏ । ସେଥିପାଇଁ ବ୍ୟବସାୟୀକୁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡେ  । କିନ୍ତୁ ଆମେରିକାର ଗୋଟିଏ ରୋଚକ ଘଟଣା ଦେଖିବାକୁ ମିଳିଛି । ଆମେରିକାରେ ଜଣେ ବ୍ୟକ୍ତି ନିଜ ବ୍ୟବସାୟ ଆରମ୍ଭ କଲେ  । ଯେଉଁଦିନ ସେ ବ୍ୟବସାୟ ଆରମ୍ଭ କଲେ ସେହି ଦିନ ହି  କୋଟିପତି ପାଲଟିଗଲେ  । 

ଆମେରିକାର ଅଟୋ ବ୍ୟବସାୟୀ, ବ୍ରାୟନ ବୁଡଲ । ବୟସ ୪୬ ବର୍ଷ । ଅନେକ କଷ୍ଟ କରି  ଅଟୋ ରିକ୍ସାର ସ୍ପେୟାର ପାର୍ଟ ବ୍ୟବସାୟ ଆରମ୍ଭ କରିଥିଲେ  । ଯେଉଁଦିନ ସେ ଏହି ବ୍ୟବସାୟ ଆରମ୍ଭ କଲେ ସେହି ଦିନ ହି ତାଙ୍କର ଏକ ମିଲିୟନ ଡଲାର ଲଟେରି ଉଠିଲା ଓ ସେ ରାତାରାତି କୋଟିପାତି ପାଲଟିଗଲେ । ଏକ ମିଲିୟନ ଡଲାରର ଭାରତୀୟ ଟଙ୍କାରେ ମୂଲ୍ୟ ହେଉଛି  ୭ କୋଟି ୩୫ ଲକ୍ଷ ୫୩ ହଜାର ଟଙ୍କା  ।

ରିପୋର୍ଟ ମୁତାବକ, ହଠାତ  ଗୋଟିଏ ଦିନ ସେ ରାସ୍ତାରେ ତାଙ୍କ ସ୍ତ୍ରୀଙ୍କ ସହ ଯାଉଥିବା ସମୟରେ ୫ ଡଲାର ମୂଲ୍ୟରେ ଗୋଟିଏ ଗୋଲ୍ଡ ରସ୍ ଲଟେରି କିଣିଥିଲେ । ତାର ଠିକ କିଛି ଦିନ ପରେ ସେ ତାଙ୍କ ସ୍ତ୍ରୀଙ୍କ ସହ ଯେତେବେଳେ ନିଜର ଅଟୋ ପାର୍ଟସ ଦୋକାନର ଉଦଘାଟନ କରୁଥିଲେ ସେହି ଦିନ ହି ତାଙ୍କର ଲଟେରି ଉଠିଗଲା ଓ ସେ ଏକ ମିଲିୟନ ଡଲାର ଜିତିଗଲେ । ଏହା ତାଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ଥିଲା ଯେଉଁ ଖୁସିର ସମୟ ଉଭୟ ସ୍ୱାମୀ ସ୍ତ୍ରୀ ଏକା ସାଙ୍ଗରେ ଉପଭୋଗ କରିଥିଲେ ।  ଜୀବନ ଏମିତି ବି ସମୟ ଆସିବ ସେ କେବେ ଭାବି ନଥିଲେ ।

ଜୀବନରେ ସେ ଅନେକ ଲଟେରି କିଣିଥିଲେ କିନ୍ତୁ କେବେ କୌଣସି ସଫଳତା ମିଳି ନଥିଲା । ତେଣୁ ସେ ଲଟେରି କିଣି ମନେ ରଖୁନଥିଲେ । କିନ୍ତୁ ଏହି ୫ ଡଲାରର ଲଟେରି ତାଙ୍କ ଜୀବନର ଶୈଳୀ ହିଁ ପରିବର୍ତ୍ତନ କରିଦେଲା । ୧ ମିଲିୟନ ଡଲାରରୁ ୨୦୦୦ ଡଲାର ସେ କମିଶନ ହିସାବରେ ଲଟେରି କମ୍ପାନିକୁ ଦେଇଥିଲେ ଓ ବାକି ଟଙ୍କାକୁ ସେ ଧାର ସୁଝିବା ସହ ନିଜ ବ୍ୟବସାୟ ରେ ଲଗାଇଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ ଅନେକ ସ୍ୱପ୍ନ ରହିଛି । ସେହି ସ୍ୱପ୍ନ ଗୁଡିକୁ ଏହି ଟଙ୍କା ଦ୍ୱାରା ପୂରଣ କରିବେ ବୋଲି କହିଛନ୍ତି ସେ  । ତାଙ୍କ ସ୍ତ୍ରୀ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟାରେ କହିଛନ୍ତି ଏହି ଘଟଣା ଆମକୁ ସଠିକ ଭାବରେ ବୁଝାଇଦେଲା ଯେ ଜୀବନରେ କିଛି ବି ହୋଇପାରେ  । ବିଶ୍ୱାସ ଓ ଭରସା ରଖି ପରିଶ୍ରମ କଲେ ଭଗବାନ ସମସ୍ତଙ୍କ ଡାକ ଶୁଣିବେ ।