ମାତ୍ର ୭ଦିନରେ ମିଳିବ ଡିଏଲ୍ ! ନା ଦୌଡିବାକୁ ପଡିବ କୌଣସି ବି ଅଫିସ୍ ନା ହିଁ ଘଂଟା ଘଂଟା ଧରି ରହିବାକୁ ହେବ ଲାଇନ୍ ଲାଗାଇ…ଘରେ ବସି ମୋବାଇଲରେ ପ୍ରସ୍ତୁତ କରନ୍ତୁ ଡ୍ରାଇଭିଂ ଲାଇସେନ୍ସ । ଆବେଦନର ସପ୍ତାହକ ଭିତରେ ଘରେ ପହଂଚିବ ଡ୍ରାଇଭିଂ ଲାଇସେନ୍ସ ।

14,268

କନକ ବ୍ୟୁରୋ: ସାଧାରଣତଃ ଗାଡି ଚଲାଇବାକୁ ହେଲେ ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଜରୁରୀ । ବିନା ଡିଏଲରେ ଗାଡି ଚଲାଇବା ବେଆଇନ ଘୋଷିତ ହେବା ସହ ଏଥିପାଇଁ ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିଥାଏ ଟ୍ରାଫିକ୍ ପୋଲିସ । ତେଣୁ ଯଦି ଆପଣ ବିନା ଡିଏଲରେ ଗାଡି ଚଳାଉଛନ୍ତି ତେବେ ତୁରନ୍ତ ଡ୍ରାଇଭିଂ ଲାଇସେନ୍ସ ବନାଇ ଦିଅନ୍ତୁ ନଚେତ ଆପଣ ବହୁତ ଅସୁବିଧାରେ ପଡିପାରନ୍ତି । ତେବେ ଡ୍ରାଇଭିଂ ଲାଇସେନ୍ସକୁ ନେଇ ୟୁପି ସରକାର ଆରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ । ଯାହାଦ୍ୱାରା ଆବେଦନ କରିବାର ମାତ୍ର ୭ ଦିନ ଭିତରେ ହିଁ ଆବେଦନକାରୀଙ୍କ ଘରେ ପହଂଚିଯିବ ଡ୍ରାଇଭିଂ ଲାଇସେନ୍ସ ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଚାଳକଙ୍କୁ ଏବେ ଅନେକ ଦିନ ଅପେକ୍ଷା କରିବାକୁ ପଡିବନି କି  ଦୀର୍ଘ ସମୟ ଧରି ଲମ୍ବା ଧାଡିରେ ଆଉ ଛିଡା ହେବାକୁ ପଡିବ ନାହିଁ । କାହିଁକି ନା ପରିବହନ ବିଭାଗର ଏଭଳି ୨୪ ଟି ସେବାକୁ ଶେଷ କରିବା ପାଇଁ ଉତରପ୍ରଦେଶ ସରକାର ୭ ଦିନର ସମୟ ସୀମା ଧାର୍ଯ୍ୟ କରିଛନ୍ତି । ଅର୍ଥାତ୍  ଏଣିକି ଡ୍ରାଇଭିଂ ଲାଇସେନ୍ସ ତଥା ପରିବହନ ବିଭାଗ ସହ ଜଡିତ କୌଣସି ବି କାର୍ଯ୍ୟକୁ ଆରଟିଓକୁ ୭ ଭିତରେ ସାରିବାକୁ ପଡିବ । ଖାଲି ଡ୍ରାଇଭିଂ ଲାଇସେନ୍ସ ନୁହେଁ ଗାଡିର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ମଧ୍ୟ ସରଳୀକରଣ କରିଛନ୍ତି ୟୁପି ସରକାର  । ଫଳରେ ଗାଡିର ରେଜିଷ୍ଟ୍ରେସନ ପାଇଁ ଏଣିକି ମାଲିକଙ୍କୁ ଆଉ ଆରଟିଓ ଅଫିସର ଚକ୍କର କାଟିବାକୁ ପଡିବ ନାହିଁ । କିଣିବା ସମୟରେ ହିଁ ଗାଡିମାଲିକଙ୍କୁ ତରୁନ୍ତ ରେଜିଷ୍ଟ୍ରସନ ନମ୍ବର ପ୍ରଦାନ କରିଦିଆଯିବ ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥାକୁ ପ୍ରଥମେ ୟୁପିର ଦୁଇଟି ସହରରେ ଲାଗୁ କରିଦିଆଯାଇଛି । ଯଦି କୌଣସି ଚାଳକ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କୌଣସି କାମ ପାଇଁ ଆରଟିଓ ଅଫିସ ଯାଉଛନ୍ତି ତେବେ ତାଙ୍କୁ ଏଥିପାଇଁ ପ୍ରଥମେ ଟୋକନ ନେବାକୁ ପଡିବ । ଯାହାଦ୍ୱାରା ଆବେଦନକଙ୍କୁ ଆଉ ଅନାବଶ୍ୟକ ଲାଇନରେ ଘଂଟା ଘଂଟା ଧରି ଛିଡା ହେବାକୁ ପଡିବ ନାହିଁ । ସେହିଭରି ଏହି ସୁବିଧା ସଫଳ ହେଲେ ଏହାକୁ ସାରା ରାଜ୍ୟରେ ଲାଗୁ କରିବାକୁ ଯୋଗୀ ସରକାର ଯୋଜନା କରୁଥିବା ଜଣାପଡିଛି ।