କରୋନା ଭଲ କରିପାରେ ଗଞ୍ଜେଇ ? ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରେ ଗଞ୍ଜେଇ ଚିକିତ୍ସା । ନୂଆ ଅଧ୍ୟୟନରେ ଦାବି କଲେ ବୈଜ୍ଞାନିକ ।

Advertisment
କରୋନା ଭଲ କରିପାରେ ଗଞ୍ଜେଇ ? ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରେ ଗଞ୍ଜେଇ ଚିକିତ୍ସା । ନୂଆ ଅଧ୍ୟୟନରେ ଦାବି କଲେ ବୈଜ୍ଞାନିକ ।

କନକ ବ୍ୟୁରୋ: କରୋନାରେ ଗୁରୁତର ରୋଗୀଙ୍କୁ ଗଞ୍ଜେଇ ଦ୍ୱାରା ଚିକିତ୍ସା କରାଯାଇପାରେ । ଗୁରୁତର ଥିବା ଆକ୍ରାନ୍ତଙ୍କୁ ସୁସ୍ଥ କରିବାକୁ ଗଞ୍ଜେଇର ସାହାଯ୍ୟ ନିଆଯାଇପାରେ । ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ଆମେରିକାର ସାଉଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକମାନେ ମୂଷାମାନଙ୍କ ଉପରେ ଗଞ୍ଜେଇକୁ ନେଇ ତିନୋଟି ଅଧ୍ୟୟନ କରିବା ପରେ ଏଥିରେ ଥିବା ଏକ ଔଷଧୀୟ ତତ୍ତ୍ବ କରୋନା ଚିକିତ୍ସାରେ ବ୍ୟବହାର ହୋଇପାରିବ ବୋଲି ମନେକରୁଛନ୍ତି । ତଥାପି, ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଅଧିକ ଅନୁସନ୍ଧାନ ଆବଶ୍ୟକ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେରିକୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଗଞ୍ଜେଇରେ ଥିବା ଟିଏଚସି ନାମକ ପଦାର୍ଥରେ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ ।

କରୋନା ଭଲ କରିପାରେ ଗଞ୍ଜେଇ ?
ଭୂତାଣୁରୁ ଭଲ ହେବାକୁ ଗଞ୍ଜେଇ ଚିକିତ୍ସା

ବୈଜ୍ଞାନିକମାନଙ୍କ କହିବା କଥା ବାସ୍ତବରେ ଟିଏଚସି ବା ଟେଟ୍ରା ହାଇଡ୍ରୋ କାନାବିନୋଲ ଲୋକଙ୍କୁ ବିପଜ୍ଜନକ ପ୍ରତିକ୍ରିୟାରୁ ରକ୍ଷା କରିପାରିବ, ଯାହା ପ୍ରାୟତଃ ତୀବ୍ର ଶ୍ୱାସକ୍ରିୟା ସମସ୍ୟା ବା ଆକ୍ୟୁଟ ରେସ୍ପିରେଟୋରି ଡିଫେନ୍ସ ସିଣ୍ଡ୍ରୋମ ବା (ଇଜଊଝ ) ସୃଷ୍ଟି କରିଥାଏ । ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ଇଜଊଝ ସମସ୍ୟା ଏକ ସାଧାରଣ କଥା । ଏହି କାରଣରୁ ଅନେକ ରୋଗୀ ମଧ୍ୟ ମୃତ୍ୟୁ ବରଣ କରନ୍ତି। ତେବେ ଆମେରିକୀୟ ବିଶ୍ୱବିଦ୍ୟାଳୟର ତିନୋଟି ଅଧ୍ୟୟନରେ ଅନେକ ଥର ଏହି ପରୀକ୍ଷା କରାଯାଇଥିଲା ।

ପ୍ରଥମେ ମୂଷାମାନଙ୍କୁ ଏକ ଟକ୍ସିନ୍ ଏବଂ ପରେ ଟିଏଚସି ଦିଆଯାଇଥିଲା । ଦେଖାଗଲା ଯେ ଯେଉଁ ମୂଷାମାନଙ୍କୁ ଟିଏଚସି ଦିଆଯାଇଥିଲା ସେହି ମୂଷାମାନେ ବଞ୍ଚିଥିଲେ । କିନ୍ତୁ କେବଳ ଟକ୍ସିନ ଦିଆଯାଇଥିବା ମୂଷାଗୁଡିକର ମୃତ୍ୟୁ ହୋଇଯାଇଥିଲା । ତଥାପି ଅନୁସନ୍ଧାନକାରୀମାନେ ସତର୍କ କରାଇ ଦେଇଛନ୍ତି ଯେ ଏହି ପ୍ରସଙ୍ଗରେ ଅଧିକ ଅନୁସନ୍ଧାନ କରାଯିବା ଆବଶ୍ୟକ ଏବଂ ସେମାନେ ଲୋକମାନଙ୍କୁ ଗଞ୍ଜେଇ ଖାଇବାକୁ ଉତ୍ସାହିତ କରୁନାହାନ୍ତି ଜ୍ଝ କରୋନାରୁ ଭଲ ହେବାକୁ କୌଣସି ଲୋକ ଗଞ୍ଜେଇ ଖାଆନ୍ତୁ ନାହିଁ । ଗବେଷକମାନେ ବର୍ତ୍ତମାନ ଗଞ୍ଜେଇରୁ ଟିଏଚସି ବାହାର କରାଇ ମାନବ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ମାନବ ପରୀକ୍ଷଣ ପରେ ଜଣା ପଡିବ ଗଞ୍ଜେଇ କେତେ ଦୂର କରୋନା ଗୁରୁତରଙ୍କୁ ଭଲ କରିପାରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe