କନକ ବ୍ୟୁରୋ: ଟିକଟକ୍ ବାପାଙ୍କ ବଡ଼ ଚାଲ୍, ଭାରତୀୟ କର୍ମଚାରୀଙ୍କ ଉପରେ ବ୍ୟାନ୍ ର ବଦଲା ନେଉଛି ବାଇଟ୍-ଡ୍ୟାନ୍ସ । ଭାରତରେ ଲୋକପ୍ରିୟ ଚାଇନା ଆପ୍ ଟିକଟକ୍ ବ୍ୟାନ୍ ପରେ ଏବେ ବି ଭାରତ ସହ ଜାରି ରହିଛି ଚାଇନିଜ୍ କମ୍ପାନୀର ଛକାପଞ୍ଝା । ବ୍ୟାନ୍ ନିର୍ଦ୍ଦେଶ କେବେ ହଟିନପାରେ ବୋଲି ଆଶଙ୍କା କରି ଟିକଟକ୍ ମାଲିକ ନେଇଛନ୍ତି ବଡ଼ ପଦକ୍ଷେପ । ଭାରତସ୍ଥିତ ଅଫିସରେ ଭାରତୀୟ କର୍ମଚାରୀଙ୍କୁ ଚାକିରିରୁ ହଟାଇବାକୁ ଯାଉଛି ବାଇଟ-ଡ୍ୟାନ୍ସ । ଯାହାକୁ ନେଇ ନୂଆ ବିବାଦ ସୃଷ୍ଟି କରିଛନ୍ତି ଟିକଟକ୍ ମାଲିକ ।
ତେବେ ଟିକଟକର ଭାରତୀୟ ଅଫିସରେ ପାଖାପାଖି ୨ ହଜାରରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇଥିଲେ । ଯେଉଁଥିରେ ବର୍ଷେ ବା ଦେଢ଼ ବର୍ଷରୁ ବି ଅଧିକ ସମୟ ଧରି ଏଠାରେ କାର୍ଯ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେଥିମଧ୍ୟରୁ କେତେ ଜଣଙ୍କ ଚାକିରି ଯିବ ତାହା ଆକଳନ କରାଯାଇ ନାହିଁ ବୋଲି କହିଛନ୍ତି ଟିକଟକ୍ ମାଲିକ । ବାଇଟ-ଡ୍ୟାନ୍ସ ଆହୁରି ମଧ୍ୟ କହିଛନ୍ତି କି ବ୍ୟାନ୍ ପୂର୍ବରୁ ଟିକଟକର ସବୁଠୁ ବଡ଼ ମାର୍କେଟିଂ ବଜାର ଥିଲା ଭାରତ । କିନ୍ତୁ ନିଷେଧାଦେଶ ପରଠୁ ଭାରତୀୟ ବଜାରରେ ସମ୍ପୂର୍ଣ୍ଣ ମାର୍କେଟିଂ ବନ୍ଦ କରିଦେଇଛି ଟିକଟକ୍ । ଯାହା ଫଳରେ କମ୍ପାନୀ ଭାରତୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ଯାଉଛି ।
Follow Us