ଆଉ ରହିବନି ଝିଅ ବାହାଘରର ଟେନସନ୍ : ଏଲଆଇସିର ଏହି ଶାନଦାର୍ ପଲିସିରେ ସାମିଲ୍ ହୁଅନ୍ତୁ , ବିନା ଚିନ୍ତାରେ ଆଡ଼ମ୍ବର ସହ ଝିଅ ବାହାଘର କରାନ୍ତୁ

ଆଉ ରହିବନି ଝିଅ ବାହାଘରର ଟେନସନ୍ : ଏଲଆଇସିର ଏହି ଶାନଦାର୍ ପଲିସିରେ ସାମିଲ୍ ହୁଅନ୍ତୁ , ବିନା ଚିନ୍ତାରେ ଆଡ଼ମ୍ବର ସହ ଝିଅ ବାହାଘର କରାନ୍ତୁ

କନକ ବ୍ୟୁରୋ : ଝିଅ ବାହାଘର ପାଇଁ ଚିନ୍ତା କରୁଛନ୍ତି କି ? ବାହାଘରରେ କୌଣସି ଅସୁବିଧା ଅଛିକି ? ଯଦି ହଁ ତେବେ ଜମା ବି ଚିନ୍ତା କରନ୍ତୁ ନାହିଁ । କାରଣ ଭାରତର ବୃହତ୍ତମ ବୀମା କମ୍ପାନୀ ଏଲଆଇସି ବାହାଘରରୁ ନେଇ ଏକ ବଡ ଯୋଜନା କରିଛି , ଯାହାକି ଆପଣଙ୍କ ଝିଅ ବାହାଘରରେ ଏକ ବଡ ସାହାଯ୍ୟ କରିବ ।

୧୨୧ ଟଙ୍କା ଦିଅନ୍ତୁ, ୨୭ ଲକ୍ଷ ପାଆନ୍ତୁ
୨୫ ବର୍ଷରେ ମିଳିବ ପୂରା ପ୍ରମିୟମ ଟଙ୍କା

ଆଉ ରହିବନି ଝିଅ ବାହାଘର ଚିନ୍ତା

ଦେଶର ସରକାରୀ ତଥା ବୃହତମ ବୀମା କମ୍ପାନୀ ଏଲଆଇସିକୁ ଏହାରି ମଧ୍ୟରେ ୬୫ ବର୍ଷ ହୋଇଛି । ୫ କୋଟି ବ୍ୟୟରେ କେନ୍ଦ୍ର ସରକାର ଏହି ସଂସ୍ଥାକୁ ଆରମ୍ଭ କରିଥିଲେ । ଯାହାକି ବର୍ତମାନ ସମୟରେ ଦେଶର ବୃହତମ ବୀମା କମ୍ପାନୀ ଭାବରେ ଛିଡା ହୋଇପାରିଛି । ତେବେ ବାହାଘରକୁ ନେଇ କମ୍ପାନୀ ଯେଉଁ ନୀତି ଆରମ୍ଭ କରିଛି ତାହା ଝିଅ ବାହାଘର କରିପାରୁନଥିବା ଲୋକଙ୍କ ନିଶ୍ଚିତ ଭାବରେ ସାହାଯ୍ୟ କରିବ ।

ନିତିଦିନ ୧୨୧ ନଚେତ୍ ମାସକୁ ଦେବେ ୩୬ ଶହ ଟଙ୍କା

ଯଦି ଆପଣ ନିଜର ଝିଅ ବାହାଘର ପାଇଁ ଚିନ୍ତିତ ଅଛନ୍ତି ତେବେ ଏଲଆଇସିର ଏହି ପଲିସି ଆରଣାଇ ପାରିବେ । କେବଳ ଝିଅ ବାହାଘର ପାଇଁ ହିଁ ଏଲଆଇସିର ଏହି ପଲିସିରେ ଯୋଜନା କରାଯାଇଛି । ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରହିଛି । ତେବେ ଏହି ଯୋଜନାରେ ପ୍ରତ୍ୟେକ ଦିନ ୧୨୧ ଟଙ୍କା ହିସାବରେ ପ୍ରତିମାସ ୩୬ ଶହ ଟଙ୍କା ଦେବାକୁ ପଡିବ । କେବଳ ଏତିକି ନୁହେଁ ବରଂ ଯଦି କୌଣସି ବ୍ୟକ୍ତି ଏହାଠାରୁ କମ କିମ୍ବା ଅଧିକ ଟଙ୍କା ଦେଇ ପ୍ରିମିୟମ ଆପଣାଇବାକୁ ଇଚ୍ଛା କରୁଛନ୍ତି ତେବେ ସେମାନେ ମଧ୍ୟ ଏହି ଯୋଜନାରେ ନିଜକୁ ସାମିଲ କରିପାରିବେ ।

ପଲିସି କରିବା ପରେ ମୃତ୍ୟୁ ହେଲେ ପ୍ରିମିୟମ ସମ୍ପୂର୍ଣ୍ଣ ଛାଡ

ଏହି ପ୍ରିମିୟମରେ ନିତିଦିନ ୧୨୧ ଟଙ୍କା ହିସାବରେ ଆପଣ ଯଦି ଟଙ୍କା ଜମା କରିଥାଆନ୍ତି ତେବେ ୨୫ ବର୍ଷରେ ୨୭ ଲକ୍ଷ ଟଙ୍କା ଆପଣ ପାଇପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ସ୍ୱତନ୍ତ୍ର ପଲିସିରେ ଯୋଡି ହେବା ପରେ ମୃତ୍ୟୁ ହୁଏ ତେବେ ପରିବାରକୁ ପ୍ରିମିୟମ ବାବଦରେ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବରଂ ସେମାନଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ଏଲଆଇସି ଦେବ । ଏହାସହ ୨୫ ବର୍ଷ ପୂରଣ ହେବା ପରେ ୨୭ ଲକ୍ଷ ଟଙ୍କା ପରିବାର ଲୋକ ପାଇବେ ବୋଲି ଜଣାଯାଇଛି ।

କେଉଁ ବସୟରେ ମିଳିବ ପଲିସ ?

ଏହି ପ୍ରମିୟମର ଲାଭ ଉଠାଇବାକୁ ଅଭିଭାବକଙ୍କୁ ୩୦ ବର୍ଷ ହୋଇଥିବାର ଆବଶ୍ୟକତା ବେଳେ ଝିଅକୁ ୧ ବର୍ଷ ହୋଇଥିବା ନିହାତି ଆବଶ୍ୟକ । ଏହି ଯୋଜନା ୨୫ ବର୍ଷ ପାଇଁ ଉପଲବ୍ଧ ହେବ । କିନ୍ତୁ ପ୍ରିମିୟମ କେବଳ ୨୨ ବର୍ଷ ଦେବାକୁ ହିଁ ପଡିବ । କିନ୍ତୁ ମନେ ରଖନ୍ତୁ ଆପଣଙ୍କ ବୟସ ଓ ଆପଣଙ୍କ ଝିଅର ବର୍ଷ ଅନୁସାରେ ହିଁ ଏହା ମିଳିବ ।

ପଲିସି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ...

୨୫ ବର୍ଷ ପର୍ଯ୍ୟନ୍ତ ପଲିସିର ଅବଧି ରହିବ
୨୨ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ପ୍ରମିୟମର ଟଙ୍କା ଦେବାକୁ ପଡିବ
ପ୍ରତ୍ୟେକ ଦିନ ୧୨୧ ଟଙ୍କା ନଚେତ୍ ମାସକୁ ୩୬ ଶହ ଟଙ୍କା ଦେବାକୁ ହେବ
ପ୍ରିମିୟମ ଦେବା ସମୟରେ ଯଦି ଉପଭୋକ୍ତାଙ୍କ ମୃତ୍ୟୁ ହୁଏ ତେବେ ଆଉ ଦେବାକୁ ପଡିବ ନାହିଁ କୌଣସି ଅର୍ଥ
ପଲିସି ସରିବା ପରେ ପାଇବେ ପୂରା ୨୭ ଲକ୍ଷ ଟଙ୍କା

ନିର୍ଦ୍ଧାରିତ ଟଙ୍କାଠାରୁ କମ କିମ୍ବା ଅଧିକ ଟଙ୍କା ଦେଇ ଆପଣ ବି ପ୍ରମିୟମ କରିପାରିବେ...ଏଲାଆଇସିର ଏହି ଯୋଜନାରେ ପ୍ରିମିୟମ କେବଳ ଥରେ ଦେବାକୁ ପଡିବ । ୯୦ ଦିନର ପିଲାଙ୍କ ଠାରୁ ୬୫ ବର୍ଷ ବୟସ୍କର ଲୋକମାନେ ଏହି ଯୋଜନାରେ ସାମିଲ ହୋଇପାରିବେ । କେବଳ ୧୦ ବର୍ଷ ପାଇଁ ଏହି ଯୋଜନା ଉପଲବ୍ଧ ହେଉଛି । ଏଠାରେ ସର୍ବନିମ୍ନ ୫୦ ହଜାର ବୀମା ଅଛି କିନ୍ତୁ ସର୍ବାଧିକ ସୀମା ନାହିଁ । ଯଦି ଜଣେ ବ୍ୟକ୍ତି ୫୦ ହଜାର ଟଙ୍କା ବୀମା ନିଏ ତେବେ ତାଙ୍କୁ ୪୦ ହଜାର ଟଙ୍କାର ପ୍ରମିୟମ ଦେବାକୁ ପଡିବ । ୧୦ ବର୍ଷ ପରେ ବୀମାର ଅବଧୀ ପୂରଣ ହେବା ପରେ ପାଖାପାଖି ୭୦ ରୁ ୮୦ ଟଙ୍କା ଫେରି ପାଇବେ । ଯଦି ବୀମାଧାରୀଙ୍କ ମୃତ୍ୟୁ ହୁଏ ତେବେ ନୋମିନିଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe