କନକ ବ୍ୟୁରୋ: ପରିବେଶରେ ଯେଉଁ ପରିବର୍ତ୍ତନର ସ୍ୱପ୍ନ ଦେଖୁଛ, ସେ ସ୍ୱପ୍ନର ଶୁଭାରମ୍ଭ ଆମଠାରୁ ଆରମ୍ଭ କର । ପରିବେଶର ସୁରକ୍ଷା ପାଇଁ ଏମିତି କିଛି ବାର୍ତ୍ତା ବାଣ୍ଟୁଛନ୍ତି ଜଣେ ବସ୍ କଣ୍ଡକ୍ଟର । ପେଶାରେ ବସ୍ କଣ୍ଡକ୍ଟର କିନ୍ତୁ ନିଶା ବୃକ୍ଷରୋପଣ । ୩୦ ବର୍ଷରୁ ଅଧିକ ବର୍ଷ ହେବ ୩ ଲକ୍ଷରୁ ଅଧିକ ଗଛ ଲଗାଇଥିବା ଏହି ବସ୍ କଣ୍ଡକ୍ଟରଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରୁ ସୋସିଆଲ ମିଡ଼ିଆ ସବୁଠି ଚର୍ଚ୍ଚା ।
Advertisment
ନାଁ ମାରିମୁଥୁ ଯୋଗନାଥନ୍, ବୟସ ୫୨ ବର୍ଷ । ବୃତ୍ତି ବସ୍ କଣ୍ଡକ୍ଟର କିନ୍ତୁ ନିଶା  ବୃକ୍ଷ ରୋପଣ କରିବା । ଦ୍ୱାଦଶ ପାସ୍ କରିଥିବା ଯୋଗନାଥନ୍ ପରିବେଶରେ ପ୍ରେମରେ ଏମିତି ପଡ଼ିଛନ୍ତି ଯେ, ସେ ନିଶା ଆଜି ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ତାମିଲନାଡୁ ରାଜ୍ୟ ସଡ଼କ ପରିବହନ ନିଗମରେ କାର୍ଯ୍ୟରତ ଥିବା ଯୋଗନାଥନ୍ ୩୦ ବର୍ଷ ଭିତରେ ୩ ଲକ୍ଷରୁ ଅଧିକ ଗଛ ଲଗାଇଛନ୍ତି । ଆଉ ତାହା ପୁଣି ନିଜ ସ୍ୱଳ୍ପ ଆୟ ଟଙ୍କାରୁ, ଯେଉଁଥିପାଇଁ ତାଙ୍କୁ ସିବିଏସଇର ପଞ୍ଚ ଶ୍ରେଣୀ ପାଠ୍ୟପୁସ୍ତକରେ ସାମିଲ କରାଯାଇଛି । ସିବିଏସଇ ଜେନେରାଲ ନଲେଜ ପୁସ୍ତକରେ ତାଙ୍କୁ ‘ଗ୍ରୀନ୍ ଯୋଦ୍ଧା’ ଭାବେ ପିଲାମାନେ ଜାଣିବାକୁ ପାଉଛନ୍ତି ।
ସୁବଠାରୁ ପ୍ରେରଣାଦାୟୀ  କଥା ହେଲା କି, ଯୋଗନାଥନ୍ ନିଜ ରୋଜଗାରର ସ୍ୱପ୍ଳ ଟଙ୍କାରୁ ୪୦ ପ୍ରତିଶତ ଅର୍ଥରାଶି କେବଳ ଚାରା ରୋପଣରେ ଖର୍ଚ୍ଚ କରନ୍ତି । ଆଉ ବସ୍ ରେ ଯେଉଁ ଯାତ୍ରୀମାନେ ଯାଆନ୍ତି ତାଙ୍କୁ ମାଗଣାରେ ଗୋଟେ ଗୋଟେ ଚାରାଗଛ ଦିଅନ୍ତି ଗ୍ରୀନ୍ ଯୋଦ୍ଧା । ଏନେଇ ଯୋଗନାଥନ୍ କହନ୍ତି କି, ଗଛଲତା ମୋ ପରିବାର, ସେମାନଙ୍କ ଯତ୍ନ ମୋ ପରିବାର ଭଳି ନେଉଛି ।
ସେପଟେ ଜଣେ ସାଧାରଣ ବସ୍ କଣ୍ଡକ୍ଟରଙ୍କ ଏଭଳି ପ୍ରକୃତି ପ୍ରେମ ଦେଖି ସୋସିଆଲ ମିଡ଼ିଆରେ ୟୁଜର୍ସ ଭାବେ ତାଙ୍କୁ ବାଃ ବାଃ କରୁଛନ୍ତି । ଏପରିକି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଖୋଦ୍ ତାମିଲନାଡରୁ ଏହି ବସ୍ କଣ୍ଡକ୍ଟର ବା ବୃକ୍ଷ ମଣିଷର ବାଃ ବାଃ କରିଛନ୍ତି । ତାଙ୍କର ଏହି ପ୍ରକୃତିପ୍ରତି ଶ୍ରଦ୍ଧା ଆଉ ସମ୍ମାନ ଦେଖି ଖୋଦ୍ ଉପରାଷ୍ଟ୍ରପତି ତାଙ୍କୁ ‘ଇକୋ ୱାରିଅର’ ଭାବେ ଆଖ୍ୟା ଦେଇଛନ୍ତି । କେବଳ ଏତିକି ନୁହେଁ ଯୋଗନାଥନଙ୍କୁ ଅନେକ ପୁରସ୍କାର ସମ୍ମାନ ମିଳିଥିଲେ ବି ତାଙ୍କର ଗୋଟିଏ କଥା, ମୋତେ ଭଲ ପାଅ କି ନପାଅ ଆମ ଚାରିପାଖରେ ଥିବା ଗଛଲତାଙ୍କୁ ଭଲ ପାଅ । ଯେତେ ଗଛ ଲଗାଇବା ଆମ ପରିବେଶ ସୁସ୍ଥ ଆଉ ସ୍ୱଚ୍ଛ ରହିବ ।