ବାଲେଶ୍ୱରର ସୁପରବ୍ରେନ ! ଆଖି ବନ୍ଦ କରି ସବୁ ଜାଣିପାରୁଛନ୍ତି, ଯାହା ଛୁଉଁଛନ୍ତି ତା’ ରଙ୍ଗ ବାରି ଦେଉଛନ୍ତି... ଚର୍ଚ୍ଚାରେ ବାଲେଶ୍ୱରର ବିଚକ୍ଷଣ ପିଲା

Advertisment
ବାଲେଶ୍ୱରର ସୁପରବ୍ରେନ ! ଆଖି ବନ୍ଦ କରି ସବୁ ଜାଣିପାରୁଛନ୍ତି, ଯାହା ଛୁଉଁଛନ୍ତି ତା’ ରଙ୍ଗ ବାରି ଦେଉଛନ୍ତି... ଚର୍ଚ୍ଚାରେ ବାଲେଶ୍ୱରର ବିଚକ୍ଷଣ ପିଲା

କନକ ବ୍ୟୁରୋ: ବୁଦ୍ଧିଆ ହେବେ ପିଲା । ନିଜ ଇନ୍ଦ୍ରୀୟକୁ ନିୟନ୍ତ୍ରଣ କରି ସବୁ ସମସ୍ୟାର କରିବେ ସମାଧାନ । ଆଖି ବୁଜି ବି ସବୁ କହିଦେବେ, ବନ୍ଦ ଆଖିରେ ନିଜ ଚାରିପାଖର ଚିତ୍ର ଚରିତ୍ରକୁ ଛୁଇଁ ସ୍ପଷ୍ଟ ବାରିଦେବେ ଏହି ବିସ୍ମୟ ବାଳକବାଳିକା । ପିଲାବେଳୁ ଷଷ୍ଠ ଇନ୍ଦ୍ରୀୟକୁ ସକ୍ରିୟ କରି ସେମାନଙ୍କ ବ୍ରେନକୁ ସୁପରବ୍ରେନରେ ପରିଣତ କରିବାକୁ ବାଲେଶ୍ୱରରେ ଚାଲିଛି ଜୋରଦାର ତାଲିମ ।

publive-image

୫ ବର୍ଷରୁ ୧୫ ବର୍ଷ ଭିତରେ ପିଲାଙ୍କ ମାନସିକ ଓ ଶାରୀରିକ ବିକାଶ ସହ ସେମାନଙ୍କ ସିକ୍ସଥ୍ ସେନ୍ସର ବିକାଶ ମଧ୍ୟ ଜରୁରୀ । ତେଣୁ ସେହି ଲକ୍ଷ୍ୟ ବାଲେଶ୍ୱରରେ କୁନି କୁନି ପିଲାଙ୍କୁ ସୁପରବ୍ରେନ ତାଲିମ ଦିଆଯାଉଛି । ଯାହା ଫଳରେ ପିଲାଙ୍କ ଭିତରେ ଷଷ୍ଠ ଇନ୍ଦ୍ରୀୟ ଜାଗ୍ରତ ହେବା ସହ ସେମାନେ ଆଖି ବନ୍ଦ କରି ମଧ୍ୟ ବହିର ପୃଷ୍ଠା ଖୋଜିବା, ଖବର କାଗଜର ଶିରୋନାମା ପଢିବା, ଯେକୌଣସି ଜିନିଷର ରଙ୍ଗ ବାରିବା ସହ ଅଜଣା ଚିତ୍ରକୁ ମଧ୍ୟ ସ୍ପର୍ଶକରି ଏହା କେଉଁ ଚିତ୍ର ବୋଲି ସଠିକ ଉତ୍ତର ଦେଇପାରନ୍ତି । ତେବେ ଆପଣ ବି ଦେଖନ୍ତୁ କୁନି ପିଲାଙ୍କ ସେହି କରିସ୍ମା ।

publive-image

ତେବେ କୁନି କୁନି ପିଲାଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବା ପାଇଁ ଏଭଳି ଏକ ଭିନ୍ନ ପ୍ରୟାସକୁ ଅଭିଭାବକମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe