ବାପା ଅଟୋ ଡ୍ରାଇଭର । ଝିଅ ଦିବ୍ୟାଙ୍ଗ ହୋଇ ବି ମାନିଲାନି ହାର୍, ‘ନିଟ୍’ରେ ସଫଳ ହୋଇ ସାଜିଲେ ଡକ୍ଟର ।

312

କନକ ବ୍ୟୁରୋ: ସମାଜ ଆଖିରେ ସେ ଥିଲେ ଶାରୀରିକ ଦିବ୍ୟାଙ୍ଗ । ସାଙ୍ଗସାଥୀ ପ୍ରିୟ ପରିଜନ ଅକ୍ଷମତାକୁ ପାସୋରି ଦେଉଥିଲେ ବି ମନକୁ ମାରିଦେଉଥିଲା ଦିବ୍ୟାଙ୍ଗ ଶବ୍ଦର ଦାରୁଣ ଦୁଃଖ । ଆଉ ତା’ଠୁ ବଳିଯାଉଥିଲା ତୋ’ ବାପା ଅଟୋଡ୍ରାଇଭର, ତୋ ବାପା ଅଟୋ ଡ୍ରାଇଭର ଭଳି ଟାହିଟାପରା । ପ୍ରତିଦିନ ଏସବୁର ସାମ୍ନା କରି ବୁଦ୍ଧି-ବିବେକ ଉପରେ ଦିବ୍ୟାଙ୍ଗ ଶବ୍ଦକୁ ଭାରି ପକାଇ ସଂଘର୍ଷ ଓ ସଫଳତାରେ ବନିଗଲେ ଡକ୍ଟର, ଉଭୟ ସକ୍ଷମ ଓ ଅକ୍ଷମଙ୍କ ପାଇଁ ସାଜିଲେ ଉଦାହରଣ । ଏ ସଫଳତାର କହାଣୀ ଜଣେ ଅଟୋ ଡ୍ରାଇଭରଙ୍କ ଦିବ୍ୟାଙ୍ଗ ଝିଅର…

ପ୍ରୟାଗରାଜ ଗୋରଖପୁରର ୟଶୀ କୁମାରୀ । ପିଲାଦିନୁ ସେରେବଲ ପାଲ୍ସୀ ରୋଗରେ ପୀଡ଼ିତ । ଯାହାଦ୍ୱାରା ସେ କଥା କହିପାରନ୍ତି କିନ୍ତୁ ତାଙ୍କ ଗୋଡ଼ଠୁ ମୁଣ୍ଡ ଉପରେ ତାଙ୍କର ନିୟନ୍ତ୍ରଣ ନଥାଏ । ୟଶୀଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼ ପିଲାଦିନୁ ଅଚଳ । ଏକ ପ୍ରକାର କହିବାକୁ ଗଲେ ହ୍ୱିଲ ଚେୟାର ହିଁ ତାଙ୍କର ସାହାରା । ହେଲେ ୟଶୀ ପିଲାଦିନୁ ପରିବାରର ପ୍ରେରଣା ଆଉ ପ୍ରୋତ୍ସାହନ ଯୋଗୁଁ ନିଜ ମସ୍ତିଷ୍କ ଉପରେ ନିୟନ୍ତ୍ରଣ କରି ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଯାହା ଜଣେ ସକ୍ଷମ ବ୍ୟକ୍ତି କରିବା କାଠିକର ପାଠ ସେଭଳି ଅସମ୍ଭକୁ ସମ୍ଭବରେ ପରିଣତ କରି ଗୌରବ ଆଣିଛନ୍ତି ଗୋରଖପୁରର ଝିଅ ।

ୟଶୀଙ୍କ ବାପା ମନୋଜ କୁମାର ସିଂ କୁହନ୍ତି, ମୋ ଝିଅ ଦିବ୍ୟାଙ୍ଗ ହେଲେ ଆମେ ତାକୁ କେବେ ହେଲେ ଦିବ୍ୟାଙ୍ଗ ଭଳି ଅନୁଭବ କରାଇନାହୁଁ । ବରଂ ଦିବ୍ୟାଙ୍ଗ ମାନେ ଭଗବାନଙ୍କର ବରଦାନ ବା ଦିବ୍ୟ ଅଙ୍ଗ ବୋଲି ଝିଅକୁ ସବୁବେଳେ ବୁଝାଉ । ତା’ ସାଙ୍ଗସାଥୀ ଆଉ ଆମ ସମ୍ପର୍କୀୟ ତାକୁ ସବୁବେଳେ ଉତ୍ସାହିତ କରି ଆସିଛନ୍ତି । ମୁଁ ଅଟୋ ଡ୍ରାଇଭର ବୋଲି ତାକୁ ଲଜ୍ଜିତ କରନ୍ତି କିନ୍ତୁ ମୋ ଝିଅ ମୋର ସ୍ୱାଭିମାନ ଓ ମୋ ଗୌରବ ପାଟିଛି । ଆଜି ସେ ନିଟ୍ ହାସଲ କରି କୋଲକାତାର ଏକ ପ୍ରତିଷ୍ଠିତ ହସ୍ପିଟାଲରେ ଡାକ୍ତର ଭାବେ ନିଯୁକ୍ତି ପାଇଛି ।

ଏପଟେ ସଫଳତାକୁ ନେଇ ୟଶୀ ମଧ୍ୟ ତାଙ୍କ ଅନୁଭୁତିକୁ ବଖାଣିଛନ୍ତି । ପିଲାଦିନୁ ମୋ ହାତ-ଗୋଡ କାମ କରେନି କିନ୍ତୁ ମୁଁ ନିଜ ମସ୍ତିଷ୍କ ଉପରେ ନିୟନ୍ତ୍ରଣ କରିଛି । ଏପରିକି ମୋ ମସ୍ତିଷ୍କ ମୋ ନିୟନ୍ତ୍ରଣ ଥିବାରୁ ମୋ ଅଚଳ ଗୋଡ଼ ହାତ ମୋତେ ସଫଳତା ସିଡ଼ି ଚଢ଼ିବାକୁ ଅଟକାଇ ପାରିନି । ଯାହାଦ୍ୱାରା ମୋ ଦିବ୍ୟାଙ୍ଗତା ଉଶ୍ର ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ମୁଁ ମୋ ସଫଳତା ଜରିଆରେ ଜବାବ୍ ଦେଇପାରିଛି । ଯେଉଁମାନେ ସମାଜରେ ମୋ ଭଳି ଦିବ୍ୟାଙ୍ଗଙ୍କୁ ଦୁର୍ବଳ ଭାବୁଛନ୍ତି ସେମାନେ ଜାଣିବା ଦରକାର, ଜିଦ୍ ଆଉ ଜୋଶ ଥିଲେ ଦୁନିଆରେ ଏମିତି କିଛି ନାହିଁ ଯାହାକୁ ସତ କରିହେବନି ।