କନକ ବ୍ୟୁରୋ: ସାଧାରଣ ଲୋକଟିଏ ପାଇଁ ବୀମା ବେଶ ଗୁରୁତ୍ୱପୂର୍ଣ୍ଣ । କେତେବେଳେ ଯେ କଣ ଘଟିବ ତାହା କିଏ ବା କହିପାରିବ । ତେଣୁ ପରିବାର ଓ ନିଜ ଭବିଷ୍ୟତର ସୁରକ୍ଷା ପାଇଁ ଅଧିକାଂଶ ଲୋକେ ବୀମା କରିଥାନ୍ତି । କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଟଙ୍କା ନଥିବା କାରଣରୁ ବୀମା କରିପାରିନଥାନ୍ତି । ତେବେ ସବୁ ବର୍ଗର ଲୋକଙ୍କ ପାଖରେ ବୀମା ସୁବିଧା ପହଞ୍ଚାଇବାକୁ ମୋଦି ସରକାର ଅନେକ ଗୁଡିଏ ବୀମା ଯୋଜନା ଆଣିଛନ୍ତି । ଯେଉଁଥିରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ୟତମ । ଏହି ଯୋଜନା ଜରିଆରେ ମାସକୁ ମାତ୍ର ୧ ଟଙ୍କା ହିସାବରେ ବର୍ଷକୁ ୧୨ ଟଙ୍କା ଦେଇ ୨ ଲକ୍ଷ ଟଙ୍କାର ବୀମା ରାଶିର ଲାଭ ପାଇପାରିବେ ।
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନୁଯାୟୀ, ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଦିବ୍ୟାଙ୍ଗ ହୋଇଗଲେ ଏହି ବୀମା ରାଶି ମିଳିବ । ଯଦି ଦୁର୍ଘଟଣାରେ ବୀମା ଧାରକଙ୍କର ମୃତ୍ୟୁ ହୋଇଯାଏ ତେବେ ନୋମିନିକୁ ୨ ଲକ୍ଷ, ସମ୍ପୂର୍ଣ୍ଣ ରୂପେ ଦିବ୍ୟାଙ୍ଗ ହୋଇଗଲେ ଯେପରିକି ଦୁଇ ଆଖି, ଦୁଇ ହାତ ଓ ଦୁଇ ଗୋଡ ହରାଇଥିଲେ ବୀମା ରାଶି ବାବଦକୁ ୨ ଲକ୍ଷ ଟଙ୍କା ମିଳିବ । ସେହିପରି ଦୁର୍ଘଟଣାରେ ଆଂଶିକ ରୂପେ କ୍ଷତିଗ୍ରସ୍ତ ବା ଦିବ୍ୟାଙ୍ଗ ହୋଇଗଲେ ଯେପରିକି ଦୃଷ୍ଟି ଶକ୍ତି ହରାଇଲେ, ଗୋଟିଏ ହାତ ଓ ଗୋଡ କାମ ନକରିଲେ ୧ ଲକ୍ଷ ଟଙ୍କାର ବୀମା ରାଶି ପାଇପାରିବେ ଖାତାଧାରକ ।
/kanak/media/post_attachments/wp-content/uploads/2020/08/31-4.jpg)
କେମିତି କରିବେ ରେଜିଷ୍ଟ୍ରେସନ ?
- ଆପଣଙ୍କ ଆକାଉଣ୍ଟ ଥିବା ଯେକୌଣସି ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପାଇଁ ଆବେଦନ କରିପାରିବେ ।
- ଅନଲାଇନରେ ମଧ୍ୟ ଏହି ପଲିସି ପାଇଁ ଆବେଦନ କରିପାରିବେ
- www.dif.mp.gov.in/pmjsby.htm ରେ କ୍ଲିକ୍ କରି ଏହି ଯୋଜନା ପାଇଁ ଥିବା ପଲିସି ଫର୍ମ ଡାଉନଲୋଡ କରିପାରିବେ
- ଆକାଉଣ୍ଟରୁ ପ୍ରିମିୟମ ରାଶି ଆପଣାଛାଏଁ କାଟି ନେବା ପାଇଁ ଖାତାଧାରକଙ୍କୁ ଫର୍ମରେ ସ୍ୱାକ୍ଷର କରିବାକୁ ପଡିବ
ଦେଶରେ ୧୪ କୋଟିରୁ ଅଧିକ ଲୋକ ଏବେ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଏହାବାଦ୍ ପ୍ରତି ସପ୍ତାହରେ ଏହି ପଲିସିରେ ଦେଢ ଲକ୍ଷରୁ ଅଧିକ ଲୋକ ସାମିଲ ହେଉଛନ୍ତି ।