ଦେଶରେ ଆରମ୍ଭ ହେଲା ପ୍ରଥମ ଡ୍ରାଇଭରଲେସ ମେଟ୍ରୋ ଟ୍ରେନ : ତେବେ କେମିତି ବିନା ଡ୍ରାଇଭରରେ ଚାଲୁଛି ଟ୍ରେନ? ଏଥିରେ ଯାତ୍ରୀ କେତେ ସୁରକ୍ଷିତ?
କନକ ବ୍ୟୁରୋ : ଡିସେମ୍ବର ୨୮ରେ ଦେଶରେ ପ୍ରଥମ ଡ୍ରାଇଭରଲେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟ୍ରେନ ଦିଲ୍ଲୀ ମେଟ୍ରୋରେ ସାମିଲ ହୋଇଛି । ଏହାସହ ଏହି ଟ୍ରେନ ୩୭ କିଲୋମିଟର ଯାତ୍ରା କରିପାରିବ । ହେଲେ ଏହି ଟ୍ରେନ ଆସିବା ପରେ ଆପଣଙ୍କ ମନରେ ନିଶ୍ଚିଚ ଭାବେ କିଛି ପ୍ରଶ୍ନ ଆସୁଥିବ । ବିନା ଡ୍ରାଇଭରରେ ଏହି ଟ୍ରେନ କିପରି ଚାଲୁଛି ? ଆଉ ଏହି
Kanak News is now on WhatsApp
Join and get latest news updates delivered to you via WhatsApp
ଟ୍ରେନରେ ଯାତ୍ରୀ କେତେ ସୁରକ୍ଷିତ ରହିପାରିବେ ?
ବିନା ଡ୍ରାଇଭରରେ ଟ୍ରେନ ଡିଟିଓ ମୋଡରେ ଅପରେଟ କରାଯିବ । ଏହି ମୋଡରେ ଟ୍ରେନକୁ ଡିଏମଆରସିର ୩ଟି କମାଣ୍ଡ ସେଣ୍ଟରରୁ ନିୟନ୍ତ୍ରଣ କରାଯିବ । ତାହା ପୁଣି ବିନା ଡ୍ରାଇଭରରେ । ସିଗନାଲ ଟେକ୍ନଲୋଜି ବ୍ୟବହାର କରି ଏହି ଟ୍ରେନଗୁଡିକ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ । ଏହାସହ କମାଣ୍ଡ ସେଣ୍ଟରରେ ଟ୍ରେନ ଉପରେ ଠିକ ସମୟରେ ନଜର ରଖାଯିବ ।
ମୋଟାମୋଟି ଭାବେ କହିବାକୁ ଗଲେ ଏହି ଟ୍ରେନ ଯୋଗାଯୋଗ ମାଧ୍ୟମରେ ଚାଲିବ । କଣ୍ଟ୍ରୋଲ ରୁମରେ ସିଷ୍ଟମ ମାଧ୍ୟମରେ ଏହାକୁ କଣ୍ଟ୍ରୋଲ କରାଯିବ । କେଉଁଠି ଟ୍ରେନରେ ଗତି ବଢାଯିବ, କେଉଁଠି ଟ୍ରେନର ଗତି କମ କରାଯିବ ତାହା କଣ୍ଟ୍ରୋଲ ରୁମରୁ ହିଁ ହେବ । ଯଦି ଟ୍ରେନରେ କୌଣସି ତ୍ରୁଟି ଦେଖାଯାଏ ତେବେ ସଙ୍ଗେସଙ୍ଗେ ସିଗନାଲ ମାଧ୍ୟମରେ ଏହାକୁ ସେହି ସ୍ଥାନରେ ରୋକାଯିବ ।
ଏହାପୂର୍ବରୁ ଏହି ଟ୍ରେନ ବିଦେଶରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇସାରିଛି । ଟେକ୍ନଲୋଜୀ ମାଧ୍ୟରେ ଆରମ୍ଭ ହୋଇଥିବା ଏହି ଟ୍ରେନ ଏବେ ଦିଲ୍ଲୀରେ ଚାଲିଛି । ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନରେ ଚାଲୁ ହେବ ବୋଲି କୁହାଯାଇଛି । ଏହି ଟ୍ରେନ ମାଧ୍ୟମରେ ଦେଶ ମେଟ୍ରୋ ଟ୍ରେନ ସଫଳତାର ଆଉ ଏକ ପାଦ ଆଗକୁ ଯାଇଛି । ଏହି ଟ୍ରେନ ପ୍ରଥମ ପର୍ଯ୍ୟାୟରେ ମେଜେଣ୍ଟା ଲାଇନ ଜନକପୁରୀର ପାଶ୍ଚିମରୁ ନୋଏଡାର ବଟାନିକାଲ ଗାର୍ଡେନ ମେଟ୍ରୋ ଷ୍ଟେସନ ଯାଏଁ ଯାତ୍ରା କରିବ । ପାଖାପାଖି ୨ ହଜାର ୨ଶହ ଜଣ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ । ପତ୍ୟେକ କୋଚରେ ୩୮୦ ଜଣ ଯାତ୍ରା କରିପାରିବେ । ତେବେ ମେଟ୍ରୋ ଟ୍ରେନର ଏହି ସୁବିଧା ଏବେ ଦିଲ୍ଲୀବାସୀ ଉପଭୋଗ କରିପାରିବେ ।
ଏହି ଚାଳକ ବୀହିନ ଟ୍ରେନର କେତେକ ଗୁୁରୁତ୍ୱପୂର୍ଣ୍ଣ ଦିଗ କ’ ଣ ?
- ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ ସଂପୂର୍ଣ୍ଣ ରୂପେ ସ୍ୱଂୟଚାଳିତ
- କମ୍ ସମୟ ପାଇଁ କୌଣସି ମାନବୀୟ ହସ୍ତକ୍ଷେପ ଆବଶ୍ୟକ ପଡ଼ିପାରେ
- ଏହି ଟ୍ରେନରେ କୌଣସି ତ୍ରୁଟି ଦେଖା ଯିବାର ଆଶଙ୍କା କମ୍ ରହିଛି
- ଦିଲ୍ଲୀ ମେଟ୍ରୋ ଭବନରେ ଥିବା କେନ୍ଦ୍ରୀୟ କଂଟ୍ରୋଲ ରୁମରୁ ଏହି ଟ୍ରେନର ପରିଚାଳନା କରାଯିବ
- ଆସନ୍ତା ବର୍ଷ ପିଙ୍କ ଲାଇନରେ ଏହି ମେଟ୍ରୋ ଟ୍ରେନ ଗଡ଼ିବ
- ଏହି ଟ୍ରେନରେ ୨ ହଜାର ୨୮୦ଜଣ ଯାତ୍ରୀ ଯାତାୟତ କରିବେ
- ପ୍ରତ୍ୟେକ କୋଚରେ ୩୮୦ ଯାତ୍ରୀ ବସିପାରିବେ
- ଘଂଟା ପ୍ରତି ୮୫ କିଲୋମିଟର ବେଗରେ ଗତି କରିବ
- ସର୍ବାଧିକ ବେଗ ୯୫ କିଲୋମିଟର ପ୍ରତି ଘଂଟା ରହିବ
- ଟ୍ରେନ ରହିବା, ଚାଲିବା ଏବଂ ଡ଼ୋର ବନ୍ଦ, ଖୋଲା ରିମୋଟ କଂଟ୍ରୋଲରେ ହେବ
- ଟ୍ରେନ ଧାରଣାରେ କୌଣସି ଜିନିଷ ଥିଲେ ୫୦ ମିଟର ପୂର୍ବରୁ ଅଟକି ଯିବ
- ଡ୍ରାଇଭର କ୍ୟାବିନ ନଥିବାରୁ ଯାତ୍ରୀଙ୍କ ପାଇଁ ଅଧିକ ସିଟର ସୁବିଧା ରହିଛି