କନକ ବ୍ୟୁରୋ: ରଥଯାତ୍ରା ଆଉ ୧୪ ଦିନ ବାକିଥିବା ବେଳେ ତିନି ରଥକୁ ଶେଷ ସ୍ପର୍ଶ ଦେବା ପାଇଁ ତିନି ରଥର ବିଶ୍ବକର୍ମା, ଭୋଇ ସେବକ, ରୂପକାର ସେବକ, ଚିତ୍ରକର ସେବକ, ଓଝା ସେବକ, ଦର୍ଜୀ ସେବକ ଦିନରାତି ଏକ କରି ଦେଇଛନ୍ତି। ଭୋଇ ସେବକଙ୍କ ଦ୍ବାରା ଆବଶ୍ୟକ କାଠ ଯୋଗାଣ ପରେ ମହାରଣା ସେବକମାନେ ଯୋଖା ହାଣିବା ଆରମ୍ଭ କରିଛନ୍ତି।
ଆଜି ତିନି ରଥର ୭ରୁ ୮ଟି ଲେଖା ଯୋଖା ହଣା ଶେଷ ହୋଇଛି। ବାକି କାମ ଆଗେଇ ଚାଲିଛି । ସେପଟେ ରୂପକାର ସେବକମାନେ ପଟାଗୁଜ ସହ ନାଟଗୁଡ଼ୁ କାମକୁ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି। ଆଜି ନାଟଗୁଡ଼ୁ ପାଇଁ ଆବଶ୍ୟକ କାଠ ଭୋଇ ସେବକମାନେ ଯୋଗାଇ ଦେଇଛନ୍ତି। ଏହା ପରେ ପ୍ରଭା, ସିଂହାସନ ଆଦି କାମକୁ ଆଗେଇ ନେବାକୁ ପ୍ରସ୍ତୁତି ଚାଲିଛି । ଚିତ୍ରକର ସେବକମାନେ ପାର୍ଶ୍ବ ଦେବାଦେବୀଙ୍କୁ ରଙ୍ଗ ଦେଉଛନ୍ତି । ଏକାଧିକ ଚିତ୍ରକର ସେବକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି କାମକୁ ଆଗେଇ ନେଇଛନ୍ତି । ଓଝା ସେବକମାନେ ତିନି ରଥ ପାଇଁ ଆବଶ୍ୟକ କଣ୍ଟା କାମ ତ୍ବରାନ୍ବିତ କରିଛନ୍ତି । ଦୋଳବେଦୀ କମାରଶାଳରେ ଲୁହା ପଡ଼ିବା ପରେ ଗୟଳ, ଯୋଖା, ତାଗ କଣ୍ଟା କାମ ଆଗେଇ ଚାଲିଛି । ତିନି ରଥର ପର୍ଯ୍ୟାୟକ୍ରମେ ପ୍ରସ୍ତୁତି ସହ ଆବଶ୍ୟକ କଣ୍ଟା ତିଆରି କାମ ଚାଲିଛି ।
ପାଖେଇ ଆସୁଛି ଘୋଷଯାତ୍ରା, ନୀତି ଅନୁଯାୟୀ ଚାଲିଛି ରଥକାମ । ୩ ରଥ ପାଇଁ ଆଜି ଶେଷ ହୋଇଛି ଯୋଖା ହଣା କାର୍ଯ୍ୟ
/kanak/media/post_attachments/wp-content/uploads/2019/06/maxresdefault-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)