ଭାରତର ଏହି ୫ଟି ସ୍ଥାନ: ବିଦେଶୀ ଯାଇପାରିବେ କିନ୍ତୁ ଭାରତୀୟଙ୍କୁ ମନା, ହେଲେ କାହିଁକି ପଢ଼ନ୍ତୁ…

555

କନକ ବ୍ୟୁରୋ: ବିଦେଶରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ହୁଏତ ଭାରତୀୟମାନଙ୍କ ଯିବା ଉପରେ କଟକଣା ରହିଥାଏପାରେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏମିତି କିଛି ସ୍ଥାନ ଅଛି ଯେଉଁଠିକୁ ଭାରତୀୟଙ୍କୁ ହିଁ ଯିବା ମନା । ଭାରତରେ ଏମିତି ୫ଟି ସ୍ଥାନ ଅଛି ଯେଉଁଠିକୁ ଭାରତୀୟମାନଙ୍କ ଯିବା ଉପରେ କଟକଣା ରହିଛି । ଏଠାକୁ କେବଳ ବିଦେଶୀ ନାଗରିକମାନେ ହିଁ ଯାଇପାରିବେ ।

ଡେକ୍କନ ହେରାଲ୍ଡର ସୂଚନା ମୁତାବକ ଚେନ୍ନାଇରେ ଏକ ଏମିତି ହୋଟେଲ ଅଛି ଯେଉଁଠି ଯିବାକୁ କେବଳ ବିଦେଶୀ ନାଗରିକମାନଙ୍କୁ ଅନୁମତି ମିଳିଥାଏ । ଚେନ୍ନାଇର ବ୍ରଡଲ୍ୟାଣ୍ଡ ଲଜ । ଏହି ଲଜ ପୁର୍ବକାଳରେ ରାଜା ମହାରାଜା ମାନଙ୍କର ମହଲ ରହିଥିଲା । ଯାହାକୁ ପରବର୍ତ୍ତୀ ସମୟରେ ହୋଟେଲ କରିଦିଆଯାଇଛି । ଆଉ ଏହି ହୋଟେଲଟି ନୋ ଇଣ୍ଡିଆନ ପଲିସିରେ ଚାଲୁଛି । ଏଠାରେ କେବଳ ବିଦେଶୀମାନଙ୍କ ଯିବାକୁ ଓ ରହିବାକୁ ଅନୁମତି ମିଳିଥାଏ । ହୋଟେଲକୁ କେବଳ ସେହିମାନେ ଯାଇପାରିବେ ଯେଉଁମାନଙ୍କ ପାଖରେ ବିଦେଶୀ ପାସପୋର୍ଟ ଥିବ ।
ସେହିପରି ପର୍ଯ୍ୟଟକମାନଙ୍କ ପାଇଁ ଆଉ ଏକ ପସନ୍ଦିତା ସ୍ଥାନ ହେଉଛି ଗୋଆ । ସେ ବିଦେଶୀ ପର୍ଯ୍ୟଟକ ହୁଅନ୍ତୁ ବା ଭାରତୀୟ ପର୍ଯ୍ୟଟକ ଗୋଆ ବୁଲିଯିବାକୁ କିଏ ନଚାହାଁନ୍ତି । ବିଶେଷ କରି ଗରମ ଦିନରେ ଗୋଆରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । କିନ୍ତୁ ଗୋଆର ଅନେକ ସମୂଦ୍ର ବେଳାଭୂମି ଅଛି ଯେଉଁଠିକୁ ଭାରତୀୟମାନଙ୍କ ଯିବା ଉପରେ କଟକଣା ରହିଛି । ଏଠାରେ କିଛି ବିଚ୍ ଅଛି ଯାହାକି କେବଳ ବିଦେଶୀ ନାଗରିକଙ୍କ ପାଇଁ ହିଁ ଉଦ୍ଦିଷ୍ଟ ।

ଅନ୍ୟପଟେ ବାଙ୍ଗାଲୁରରେ ଏକ ହୋଟେଲ ଅଛି ୟୁନୋ-ଇନ । ଯାହାକି ଜାପାନ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଥିଲା । କିନ୍ତୁ ଏଠାକୁ ଭାରତୀୟମାନଙ୍କୁ କାହିଁକି ଛଡାଯାଉନି ବୋଲି ଅଭିଯୋଗ ଉଠିବା ପରେ ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରିଦିଆଗଲା । ପୁଡୁଚେରୀରେ ମଧ୍ୟ ଏମିତି ଏକ ସମୂଦ୍ର ବେଳାଭୂମି ଅଛି ଯେଉଁଠାକୁ ଭାରତୀୟଙ୍କୁ ଆସିବାକୁ ମନା । ସେଠାରେ ଥିବା ରେଷ୍ଟୁରାଂଟ ଓ ରିଜର୍ଭ ବିଚ୍ କେବଳ ବିଦେଶୀ ନାଗରିକଙ୍କ ପାଇଁ । ଏଠାକୁ ଯିବାକୁ ହେଲେ ବିଦେଶୀ ପାସପୋର୍ଟ ଦେଖାଇବାକୁ ପଡିବ । ବିଦେଶୀ ପାସପୋର୍ଟ ଦେଖାଇବା ପରେ ଯାଇ ସେଠାକୁ ଯିବାକୁ ଅନୁମତି ମିଳିବ ।

ହିମାଚଳପ୍ରଦଶ ଏକ ଏମିତି ସ୍ଥାନ ଯାହାର ସବୁଜ ସୁନ୍ଦର ପ୍ରାକୃତିକ ପରିବେଶ ଲୋକଙ୍କୁ ଆକର୍ଷିତ କରିଥାଏ । ଏଠାକୁ ପ୍ରାୟତ ସବୁ ଲୋକ ବୁଲି ଯିବାକୁ ମନ ବଳାଇଥାନ୍ତି । ହିମାଚଳର କସୋଲ ଏକ ଟୁରିଷ୍ଟ ପ୍ଲେସ । କିନ୍ତୁ ଆପଣ ଜାଣିି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଏମିତି ଏକ କାଫେ ଅଛି ଯେଉଁଠି ଭାରତୀୟଙ୍କୁ ଯିବାକୁ ଅନୁମତି ମିଳେନାହିଁ । ଭାରତୀୟଙ୍କୁ ନଯିବାର କାରଣ କହିଛନ୍ତି କାଫେ ମାଲିକ । ତାଙ୍କ ମତରେ ଏଠାକୁ ଆସୁଥିବା ଅଧିକାଂଶ ଭାରତୀୟ ପର୍ଯ୍ୟଟକ ପୁରୁଷ ଆସିଥାନ୍ତି । ସେମାନେ ଅନ୍ୟ ପର୍ଯ୍ୟଟକଙ୍କୁ ଦୁର୍ବ୍ୟହାର କରିଥାନ୍ତି ବୋଲି କୁହାଯାଇଛି । ତେଣୁ ଏଠାକୁ ଭାରତୀୟମାନଙ୍କୁ ଆସିବା ମନା ।