ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର ! ଏଣିକି ୧୪୯ ଟଙ୍କାରେ ମିଳିବ ଅସୀମ ଡାଟା

58

ରିଲାଏନ୍ସ ଜିଓ ୧୪୯ ଟଙ୍କିଆ ପ୍ଲାନ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଖୁସି ଖବର । କାରଣ କଂପାନୀ ଏହି ପ୍ଲାନକୁ ଅପଡେଟ୍ କରିଛି । ଯେଉଁଥିରେ ୟୁଜର୍ସ ପାଇପାରିବେ ଅସୀମ ଡାଟା । ତେବେ ଜିଓ ଏହି ପ୍ଲାନଟିକୁ ଅପଡେଟ୍ କରିବା ପରେ ଏହା ବର୍ତ୍ତମାନ ଏୟାରଟେଲର ଡାଟା ସହିତ ସମାନ ହୋଇଯାଇଛି । ଅନ୍ୟପଟେ ବିଏସଏନଏଲ ମଧ୍ୟ ନିଜ ୟୁଜର୍ସଙ୍କ ପାଇଁ ନୂଆ ପ୍ଲାନ ଭେଟି ଦେଇଛି । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ଜିଓର ୧୪୯ଟଙ୍କିଆ ପ୍ଲାନରେ କଣ ହୋଇଛି ପରିବର୍ତ୍ତନ

ଜିଓର ୧୪୯ ଟଙ୍କିଆ ପ୍ଲାନରେ ଏପର୍ଯ୍ୟନ୍ତ ୟୁଜର୍ସଙ୍କୁ ମିଳିଥିଲା ମାତ୍ର ୨ଜିବି ଡାଟା । ଏବଂ ଏହାର ୨୮ ଦିନର ବୈଧତା ରହିଥିଲା ବେଳେ ଡାଟା ଶେଷ ହେବାପରେ ୟୁଜର୍ସ ଟପ-ଅପ କରିପାରୁଥିଲେ । ହେଲେ ଏହି ନୁଆ ପ୍ଲାନ ଆଧାରରେ ଏବେ ୟୁଜର୍ସ ୧୪୯ ଟଙ୍କିଆ ଥିବା ପ୍ଲାନରେ ଅସୀମ ଡାଟା ପାଇ ପାରିବେ ।

ଏଠାରେ ଆମେ କହି ରଖୁଛୁ, ଏହି ରିଚାର୍ଜ ପ୍ଲାନରେ ଏବେବି ୨ଜିବି ୪ଜି ଡାଟା ହିଁ ମିଳିବ । ଫରକ୍ ମାତ୍ର ଏତିକି କି, ଡାଟା ଶେଷ ହେବା ପରେ ବି ୟୁଜର୍ସ ୬୪କେବିପିଏସର ସ୍ପିଡରେ ଡାଟା ବ୍ୟବହାର କରିପାରିବେ । କଂପାନୀ ପକ୍ଷରୁ ଏଥିରେ ଆସୀମ ଡାଟା ଦିଆଯାଇଛି ସତ ହେଲେ ଏହାର ସ୍ପିଡ ଅନ୍ୟ ପ୍ଲାନ ତୁଳନାରେ କମ୍ ରହିଛି । ୯୬ ଟଙ୍କିଆ, ୩୦୯ ଟଙ୍କିଆ ଏବଂ ଏହାଠାରୁ ମହଙ୍ଗା ପ୍ଲାନରେ ଗ୍ରାହକଙ୍କୁ ନିର୍ଦ୍ଧାରିତ ସୀମା ପରେ ୧୨୮ କେବିପିଏସର ସ୍ପିଡର ଇଂଟରନେଟ୍ ମିଳିଥାଏ ।

ଏୟାରଟେଲ ପ୍ଲାନକୁ ଟକ୍କର

ଏହି ପ୍ଲାନକୁ ଅପଡେଟ୍ କରିବା ପରେ ଜିଓର ଏହି ପ୍ଲାନ ଏୟାରଟେଲର ଏହି ଦାମରେ ଆସୁଥିବା ପ୍ଲାନଠାରୁ ଟିକେ ଉନ୍ନତମାନର ହୋଇଯାଇଛି । ଏୟାରଟେଲର ୧୪୯ ଟଙ୍କିଆ ପ୍ରିପେଡ୍ ପ୍ଲାନ ଆଧାରରେ ୟୁଜର୍ସଙ୍କୁ ମିଳୁଛି ମାତ୍ର ୨ଜିବି ଡାଟା ।

ବିଏସଏନଏଲର ନୂଆ ପ୍ଲାନର ଡିଟେଲ୍ସ

• ବିଏସଏନଏଲର ୨୪୯ ଟଙ୍କିଆ ପ୍ଲାନର ନାଁ ରହିଛି ‘ପ୍ରୋମୋସନାଲ ଏସଟିଭି’ । ଏଥିରେ ପ୍ରିପେଡ ୟୁଜର୍ସଙ୍କୁ ବିଏସଏନଏଲରୁ ବିଏସଏନଏଲ ଉପରେ ପ୍ରତିଦିନ ହିସାବରେ ମିଳୁଛି ଅସୀମ ଲୋକଲ ଏବଂ ଏସଟିଡି କଲ ସମେତ ୧ଜିବି୩ଜି ଡାଟା । ତେବେ ଏହି ପ୍ଲାନର ବୈଧତା ରହିଛି ୨୮ ଦିନ ।

• ସେହିପରି, ବିଏସଏନଏଲର ୪୨୯ ଟଙ୍କିଆ ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ହିସାବରେ ମିଳୁଛି ୯୦ ଦିନ ପର୍ଯ୍ୟନ୍ତ ୧ଜିବି ଡାଟା । ଏଥିସହିତ ହିଁ ବିଏସଏନଏଲରୁ ବିଏସଏନଏଲ ଉପରେ ଅସୀମ ଲୋକଲ ଏବଂ ଏସଟିଡି କଲ୍ ମଧ୍ୟ ଦିଆଯାଇଛି ।

ସୌଜନ୍ୟ: ଅମର ଉଜାଲା