ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କଲା ପରେ ରିଲାଏନ୍ସ ଜିଓ ଏବେ ଲାପଟପ ସେଗମେଂଟରେ ବି ଜବରଦସ୍ତ ଧମାକା କରିବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ, ଜିଓ ଖୁବ ଶୀଘ୍ର ସବୁଠୁ ଶସ୍ତା ଲାପଟପ ଲଂଚ କରିପାରେ । ଏଥିପାଇଁ କଂପାନୀ ପକ୍ଷରୁ ବି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ସୂଚନା ମୁତାବକ, ଏହି ଲାପଟପ ବଜାରରେ ଉପଲବ୍ଧ ବାକି ଲାପଟପମାନଙ୍କଠାରୁ ବହୁତ ଅଲଗା । ଏବଂ ଏହାର ଓପନ ଫିଚର୍ସ ତୁଳନାରେ ଏହାର ଦାମ ମଧ୍ୟ ବହୁତ କମ ବୋଲି ଶୁଣିବାକୁ ମିଳୁଛି । ତେବେ ଖାସ କଥା ହେଲା କି ଏହି ଲାପଟପରେ ୪ଜି ସିମ ବ୍ୟବହାର କରିବାର ସୁବିଧା ରହିଛି । ଯହାଦ୍ୱାରା ୟୁଜର୍ସ ଇଂଟରନେଟ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଲାପଟପର ଦାମ ଏବଂ ଏହାର ଫିଚର୍ସ ସଂପର୍କରେ...

Advertisment

ମିଳିଥିବା ସୂଚନା ମୁତାବକ, ରିଲାଏନ୍ସ ଜିଓ ତରଫରୁ ଏକ ଭିନ୍ନ ଧରଣର ଲାପଟପ ନିର୍ମାଣ କରୁଛି । ଯାହାର ଦାମ ୧୫ ହଜାର ଟଙ୍କାରୁ ବି କମ୍ ହୋଇପାରେ । ତେବେ ଏହି ଲାପଟପ ବାକି ଲାପଟପ ତୁଳନାରେ ପୂରା ଭିନ୍ନ । ଆଉ ଏଥିରେ ବ୍ୟବହୃତ ହୋଇଥିବା କି-ବୋର୍ଡ ବି ଅନ୍ୟ ଲାପଟପମାନଙ୍କ ଅପେକ୍ଷା ବହୁତ ଅଲଗା । ସେହିପରି ଜିଓ ଲାପଟପରେ ସିମ ଲଗାଇ ଡାଟା ବ୍ୟବହାର କରିବା ଭଳି ସୁବିଧା ବାକି ଲାପଟପମାନଙ୍କଠାରୁ ଏହାକୁ ବେଶ ଭିନ୍ନ କରିଛି । ତେବେ ଆଗୀମା ମାସେ ଦୁଇ ମାସେ ଭିତରେ ରିଲାଏନ୍ସ ଜିଓ ଏହି ଲାପଟପକୁ ଲଂଚ କରିପାରେ ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।

ଫିଚର୍ସ

• ଜିଓ ଲାପଟପରେ ୱିଣ୍ଡୋଜ-୧୦ ଅପରେଟିଂ ସିଷ୍ଟମ ରହିଛି । ଯାହାକୁ ବର୍ତ୍ତମାନର ସବୁଠାରୁ ଲାଟେଷ୍ଟ ଭର୍ସନ ବୋଲି କୁହାଯାଉଛି ।

• ସେହିଭଳି ୟୁଜର୍ସଙ୍କୁ ଭଲ ଭ୍ୟୁ ଦେବା ଉଦ୍ଦେଶ୍ୟରେ ଏହି ଲାପଟପର ସ୍କ୍ରିନ ୧୩.୩ ଇଂଚ ରହିଛି ବୋଲି ଜଣାପଡିଛି ।

• ଏଥିସହିତ ହିଁ ଏହି ଲାପଟପରେ ୪.ଜିବିର ରାମ ଏବଂ ୧୨୮ ଜିବିର ଷ୍ଟୋରେଜ ଥିବା ଜଣାପଡିଛି ।

• ଲାପଟପର ଓଜନ ପାଖାପାଖି ୧.୨ କିଲୋଗ୍ରାମ ହେବ, ଯାହାକି ବାକି ଲାପଟପ ତଳନାରେ ବହୁତ କମ୍ ।

• ସେହିପରି ଏହି ଲାପଟପରେ ଅନ୍ୟ ଲାପଟପ ତୁଳନାରେ ଭିନ୍ନ ପ୍ରକାରର କି-ବୋର୍ଡ ଦିଆଯାଇଛି । ଯାହା ଲୋକଙ୍କୁ ଲାପଟପ ଚଲାଇବାରେ ଏକ ଭଲ ଅନୁଭବ ପ୍ରଦାନ କରିବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି ।