ପୁଣି ଜିଓ ଦେଲା ଝଟକା ! ଏଣିକି ପ୍ରତିମାସ ବଢି ପାରେ ଶସ୍ତା ପ୍ଲାନର ଦାମ୍

31

ଲାଗୁଛି ଯେପରି ରିଲାଏନ୍ସ ଜିଓ ୟୁଜର୍ସଙ୍କର ରାମରାଜ୍ୟ ଏବେ ଶେଷ ହେବାକୁ ବସିଛି । କାରଣ କଂପାନୀ ଗ୍ରାହକଙ୍କ ପାଇଁ ଭେଟି ଦେଇଥିବା ବିଭିନ୍ନ ଆକର୍ଷଣୀୟ ଶସ୍ତା ଅଫରକୁ ବର୍ତ୍ତମାନ ଅପଡେଟ୍ କରି ଏବେ ମହଙ୍ଗା କରିଦେଇଛି । ଅର୍ଥାତ୍ କଂପାନୀ ତାର ଅସୀମ ଡାଟାଠାରୁ ଆରମ୍ଭ କରି ମାଗଣା କଲିଂ ଏବଂ ମେସେସ ପର୍ଯ୍ୟନ୍ତ ଅନେକ ଶସ୍ତା ଅଫରଗୁଡିକୁ ଏବେ ମହଙ୍ଗା କରିଦେଇଛି । ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି ।

ସୂଚନା ମୁତାବକ, ଆମେରିକାର ବ୍ରୋକେଜ ଫର୍ମ ଗୋଲ୍ଡମ୍ୟାନ ସଚସ ଏଭଳି ମନ୍ତବ୍ୟ ଦେଇଛନ୍ତି । ଫର୍ମ ରେ ନିଜର ରିପୋର୍ଟରେ ସେ ଲେଖିଛନ୍ତି କି ରିଲାଏନ୍ସ ଜିଓ ଆସନ୍ତା ବର୍ଷ ତଥା ଜାନୁଆରୀ ୨୦୧୮ରେ ପୁଣି ଥରେ ତାର ଶସ୍ତା ଅଫରଗୁଡିକର ଦାମ ବୃଦ୍ଧି କରିପାରେ । କାହିଁକି ନା ଦିନକୁ ଦିନ ୪ଜି ଟେଲିକମ ସେକ୍ଟରରେ ଅବନତି ଦେଖିବାକୁ ମିଳିଛି ।

ଏଠାରେ ଆମେ କହି ରଖୁଛୁ କି, ଜିଓ ନିକଟରେ ତଥା ଦିପାବଳୀ ଅବସରରେ ନିଜର ସମସ୍ତ ପୂରୁଣା ପ୍ଲାନକୁ ଅପଡେଟ୍ କରିଛି । ଯେଉଁଥିରେ କଂପାନୀ କିଛି ନୂଆ ପ୍ଲାନ ଲଂଚ କରିବା ସହ କଛି ଶସ୍ତା ଏବଂ ଆଉ କିଛି ମହଙ୍ଗା ପ୍ଲାନ ମାନ ଲଂଚ କରିଛି । ଯାହାକି ବାକି ଟେଲିକମ କଂପାନୀମାନଙ୍କୁ ସୁହାଇଲା ଭଳି ରହିଛି । କାରଣ ଏଥିରେ କୌଣସି ବି ସନ୍ଦେହ ନାହିଁ କି ଜିଓ କାରଣରୁ ଏୟାରଟେଲ, ଭୋଡାଫୋନ, ବିଏସଏନଏଲ ଏବଂ ଆଇଡିଆ ଭଳି ବଡ ବଡ କଂପାନୀଗୁଡିକୁ ବହୁତ କ୍ଷତି ସହିବାକୁ ପଡିଛି । ସେହିପରି ଜିଓର ଏହି ଶସ୍ତା ଆକର୍ଷଣୀୟ ପ୍ଲାନର ଦାମ ବୃଦ୍ଧି ପାଇବା ପରେ ବାକି କଂପାନୀମାନେ ବି ନିଜର ପ୍ଲାନକୁ ମହଙ୍ଗା କରିପାରିବେ ।

ସୌଜନ୍ୟ: ଅମର ଉଜାଲା