୫ଜି ସେବା ପାଇଁ ଅଣ୍ଟାଭିଡିଛନ୍ତି ଜିଓ, ଭୋଡାଫୋନ୍‌ ଓ ଆଇଡିଆ: ୨୦୨୦ ସୁଦ୍ଧା ହେବ ଉପଲବ୍ଧ

81

ସଫଳତା ସହ ୪ଜି ସେବା ଯୋଗାଇବା ପରେ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ, ଭୋଡାଫୋନ୍ ଇଣ୍ଡିଆ ଓ ଆଇଡିଆ ସେଲ୍ୟୁଲାର ୫ଜି ସେବା ପାଇଁ ଅଣ୍ଟାଭିଡିଛନ୍ତି । ରିଲାଏନ୍ସ ଜିଓ, ଭୋଡାଫୋନ୍ ଇଣ୍ଡିଆ ଓ ଆଇଡିଆ ୫ଜି ସେବାକୁ ଧ୍ୟାନରେ ରଖି ଏମୋସିଓ୍ଵ ଏମଆଇଏମଓ ଟେକ୍ନୋଲୋଜି ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି । ଏମଆଇଏମଓ ଜରିଆରେ ୫ଜି ସେବା ଯୋଗାଇବା ସବୁଠାରୁ ସଠିକ୍ କୌଶଳ ବୋଲି ଧରାଯାଇଛି । ଭାରତରେ ୨୦୨୦ ପର୍ଯ୍ୟନ୍ତ ୫ଜି ସେବା ଉପଲବ୍ଧ ହୋଇ ପାରେ ବୋଲି ଅନୁମାନ କରାଯାଉଛି ।

ଏୟାରଟେଲ ଚୀନ୍ କମ୍ପାନି ହୁଆଓ୍ଵ ସହିତ ମିଶି ମ୍ୟାସିବ ଏମଆଇଏମଓ ଜରିଆରେ ପ୍ରଥମ ପର୍ଯ୍ୟାୟ କାମ କରୁଛି । ବେଙ୍ଗାଲୁରୁ ଓ କଲିକତାରେ ୫ଜି ନେଟଓ୍ଵାର୍କର କାମ ଆରମ୍ଭ ହୋଇସାରିଲାଣି। ପୁଣେ, ହାଇଦ୍ରାବାଦ ଓ ଚଣ୍ଡିଗଡ଼ ଭଳି ଅନ୍ୟ ସହରମାନଙ୍କରେ ବି ୫ଜି ଅପରେସନ୍ ଖୁବ୍ ଶୀଘ୍ର ଆରମ୍ଭ ହେବାର ଯୋଜନା କରାଯାଉଛି ।

ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ,ଏମଆଇଏମଓ ୫ଜି ନେଟଓ୍ଵାର୍କ ପାଇଁ ଭାରତର ରୋଡମ୍ୟାପକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ଧରାଯାଇଛି । କମ୍ପାନି ପକ୍ଷରୁ ପ୍ରକାଶ, ମ୍ୟାସିବ ଏମଆଇଏମଓ ସଲ୍ୟୁସନରୁ ସ୍ପେକଟ୍ରମର କ୍ଷମତା ପାଞ୍ଚ ସାତ ଗୁଣା ଅଧିକ ରହିବ । ଏହାର ଦ୍ୱାରା ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି ।

ଭୋଡାଫୋନ୍ ଟେକ୍ନୋଲୋଜି ଡାଇରେକ୍ଟର ବିଶାନ୍ତ ବୋରାଙ୍କ କହିବାନୁସାରେ, ଏଯାବତ୍ ୫ଜି ଆସିବା ପାଇଁ କିଛି ବର୍ଷ ବାକି ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆମେ ୫ଜି କିଛି ସେବା ମ୍ୟୋସିବ ଏମଆଇଏମଓ ଜରିଆରେ ୪ଜି ନେଟଓ୍ଵାର୍କକୁ ଆଣିବାର ଯୋଜନା ରଖିଛୁ । ଜେଡଟିଇ, ହୁଆଓ୍ଵ, ଏରିକ୍ସନ୍ ଓ ନୋକିଆ ଭଳି କମ୍ପାନି ଟେଲିକମ୍ ଅପରେର୍ଟସ ସହିତ ମିଶି ୫ଜି ସେବାରେ ଟ୍ରାଏଲ ଅପରେସନ୍ ଆରମ୍ଭ କରିସାରିଲେଣି । ଅନ୍ୟପକ୍ଷରେ ଏରିକସନ୍ ସହିତ ୫ଜି ନେଟଓ୍ଵାର୍କ ପାଇଁ ବିଭିନ୍ନ କମ୍ପାନି ମଧ୍ୟ ଆଲୋଚନା ଜାରି ରଖିଛନ୍ତି ।