ବଡ ଖବର: ଏଣିକି ଏକ୍ସଚେଂଜ କରି ହେବ ୨୦୦ ଓ ୨୦୦୦ଟଙ୍କିଆ ମଇଳା ନୋଟ୍ । ଆରବିଆଇ ଦେଲା ସୂଚନା । ଜାଣନ୍ତୁ କେଉଁଠି କରିପାରିବେ ବଦଳ
ବଦଳାଇ ହେବ ୨୦୦ ଏବଂ ୨୦୦୦ଟଙ୍କିଆ ମଇଳା ତଥା ରଙ୍ଗ ଲଗା ନୋଟ୍ । ଯଦି ଆପଣଙ୍କ ନିକଟରେ ଏପରି କିଛି ନୋଟ୍ ରହିଛି ତେବେ ଏହାକୁ ଅତି ସହଜରେ ଆପଣ ଏକ୍ସଚେଂଜ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନିକଟରେ ୨ ଶହ ଏବଂ ୨ ହଜାର ଟଙ୍କିଆ ମଇଳା ଓ ଚିଟା ଫଟା ନୋଟକୁ ବ୍ୟାଙ୍କ ଗ୍ରହଣ କରିବ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଥିଲା । କିନ୍ତୁ ଏଥିପାଇଁ ଆପଣଙ୍କୁ ଆଉ ଭୟ କରିବାକୁ ପଡିବ ନାହିଁ । କାରଣ ଏଭଳି ନୋଟକୁ ବି ଆପଣ ବଦଳାଇପାରିବେ ଏବଂ ବ୍ୟାଙ୍କ ମଧ୍ୟ ଗ୍ରହଣ କରିବ ।
କେଉଁଠି କରିବେ ବଦଳ
ଏହି ନୋଟକୁ ଆପଣ ରିଜର୍ଭ ବ୍ୟାଙ୍କର କୌଣସି ବି ଶାଖାକୁ ଯାଇ କିମ୍ବା କରେନ୍ସି ଚେଷ୍ଟ ଥିବା କୌଣସି ବି ବ୍ୟାଙ୍କ ଶାଖାକୁ ଯାଇ ବଦଳାଇପାରିବେ । ହଁ, ଯଦି ନୋଟଟି ଦୁଇ କିମ୍ବା ଏହାଠାରୁ ଅଧିକ ଖଣ୍ଡ ହୋଇଯାଇଥିବା ତେବେ ଏହାକୁ ଚେଂଜ କରିବାକୁ ସମୟ ଲାଗିପାରେ । କାହିଁକି ନା ଏଥିପାଇଁ ରିଜର୍ଭ ବ୍ୟାଙ୍କର ନୋଟ ରିଫଣ୍ଡ ରୁଲରେ ବଦଳା ଯାଇପାରିବ । ରିଜର୍ଭ ବ୍ୟାଙ୍କ କହିବା କଥା ହେଲା କି, ଉଇ ଲାଗିଯାଇଥିବା କିମ୍ବା ଜଳି ଯାଇଥିବା ନୋଟକୁ ବି ବଦଳା ଯାଇପାରିବ । କିନ୍ତୁ ତାର ନମ୍ବର ସୁରକ୍ଷିତ ଥିବା ନିହାତି ଆବଶ୍ୟକ ।
ଏଠାରେ ଆମେ କହି ରଖୁଛୁ କି, ନିକଟରେ ୨ ଶହ ଏବଂ ୨ ହଜାର ଟଙ୍କିଆ ମଇଳା ନୋଟ୍ ଗୁଡିକର ଏକ୍ସଚେଂଜକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା । ଏପରିକି ବ୍ୟାଙ୍କ ମଧ୍ୟ ଏହି ନୋଟକୁ ଗ୍ରହଣ କରିବନି ବୋଲି ରୋକଠୋକ୍ ମନା କରିଦେଇଥିଲା । କାରଣ, କରେନ୍ସି ନୋଟ୍ ଏକ୍ସଚେଂଜ ସହ ଜଡିତ ନିୟମ ପରିସରରେ ଏହି ନୋଟ୍ ଗ୍ରହଣ କରାଯିବା ନେଇ କୌଣସି ବି ଠାରେ ଉଲ୍ଲେଖ ନାହିଁ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଥିଲା ।
ଆରବିଆଇ ଆକ୍ଟର ଧାରା ୨୮ର ଏକ ଅଂଶ । ତେବେ ଏହି ଆକ୍ଟରେ ୫, ୧୦,୫୦,୧୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ସଂପର୍କରେ ଉଲ୍ଲେଖ ରହିଛି ସତ କିନ୍ତୁ ଏହି ଧାରାର କୌଣସି ବି ଠାରେ ୨୦୦ ଏବଂ ୨୦୦୦ଟଙ୍କିଆ ନୋଟ୍ ସଂପର୍କରେ ଆଲୋଚନା କରାଯାଇନାହିଁ ତେଣୁ ଉଭୟ ସରକାର ଏବଂ ଆରବିଆଇ ଏହାର ଏକ୍ସଚେଂଜ ଉପରେ ଲାଗୁ ହୋଇଥିବା ନିୟମକୁ ବଦଳାଇ ନାହାଁନ୍ତି ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।