ନକଲି ନୋଟ୍ ଧରିବ ମୋବାଇଲ ଫୋନ ! ଆରବିଆଇ ଜାରି କଲା ନୂଆ ଆପ୍ଲିକେସନ । ଜାଣନ୍ତୁ କିପରି କରିବେ ବ୍ୟବହାର

32

ନକଲି ନୋଟ୍ ଚିହ୍ନଟ କରିବା ପାଇଁ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ ତଥା ଆରବିଆଇ ଏକ ନୂଆ ଟେକନିକ୍ ଲଂଚ କରିବାକୁ ଯାଉଛି । ଆରବିଆଇ ଅସଲି ଏବଂ ନକଲି ନୋଟ୍ ଚିହ୍ନଟ କରିବା ପାଇଁ ଏକ ଆପ୍ଲିକେସନ ପ୍ରସ୍ତୁତ କରୁଛି । ଯେଉଁଥିରୁ ଜନତା ଅସଲି ଏବଂ ନକଲି ନୋଟ୍ ମଧ୍ୟରେ ଫରକ କଣ ଜାଣିପାରିବେ ତଥା ଚିହ୍ନଟ ମଧ୍ୟ କରିପାରିବେ । ତେବେ ଏହି ଆପରେ ସବୁପ୍ରକାରର ନୋଟ ସହ ଜଡିତ କିଛି ଖାସ୍ ଫିଚର ମଧ୍ୟ ସାମିଲ ରହିଛି ।

ନକଲି ନୋଟ କାରବାର ଦିନକୁ ଦିନ ବୃଦ୍ଧି ପାଇବା ଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଆରବିଆଇ ତରଫରୁ ସାଧାରଣ ଜନତାଙ୍କ ସୁବିଧା ପାଇଁ ଏଭଳି ଏକ ଆପ ଲଂଚ କରିବାକୁ ଯାଉଛି । ଯାହାକି ଖୁବ୍ ଶୀଘ୍ର ଲୋକଙ୍କ ନିକଟରେ ପହଂଚିଯିବ । କେନ୍ଦ୍ରୀୟ ବ୍ୟାଙ୍କ କଥା ଅନୁସାରେ, ସାଧାରଣ ଜନତା ନକଲି ଓ ଅସଲି ନୋଟ୍ ଭିତରେ ଫରକ୍ କଣ ତାହା ସହଜରେ ଜାଣିପାରିବେ ଏବଂ ଏହାଦ୍ୱାରା ନକଲି ନୋଟ୍ କାରବାର ଉପରେ ଅଙ୍କୁଶ ଲଗାଯାଇପାରିବ । ଏଥିପାଇଁ ଆରବିଆଇ ଆଣ୍ଡ୍ରଏଡ ବେସ ସ୍କାନର ଆପ୍ଲିକେସନ ପ୍ରସ୍ତୁତ କରୁଛି । ଏହି ସ୍କାନର ଆପ ନୋଟକୁ ସ୍କାନ କରିବ ଏବଂ ତାର ଫିଚର ପଢିବା ପରେ ଜଚ୍ଚାଇଦେବ କି ନୋଟଟି ଅସଲି ନା ନକଲି ।

ବର୍ତ୍ତମାନ ଏହି ସ୍କାନର ଆପର ପରୀକ୍ଷଣ ଚାଲିଛି ଏବଂ ପାର୍ୟ ୯୫ ପ୍ରତିଶତରୁ ଅଧିକ ଆକ୍ୟୁରେସି ଲେବୁଲରେ ପହଂଚିସାରିଛି । ତେବେ ଯେଉଁଦିନ ଏହି ଆପଟି ୧୦୦ ପ୍ରତିଶତ ଆକ୍ୟୁରେସିରେ ନୋଟକୁ ଚିହ୍ନିବାରେଲାଗିବ, ଏହାକୁ ସାଧାରଣ ଜନତାଙ୍କ ପାଇଁ ଲଂଚ କରିଦିଆଯିବ । ଏହି ଆପ୍ଲିକେସନରେ ୧୦ ଟଙ୍କାରୁ ଆରମ୍ଙ କରି ୨୦୦୦ଟଙ୍କା ପର୍ଯ୍ୟନ୍ତ ସମସ୍ତ ନୋଟ୍ ଉଭୟ ନୂଆ ଏବଂ ପୁରୁଣା ନୋଟର ଫିଚର ସାମିଲ ରହିଛି । ଆରବିଆଇ ବିଭିନ୍ନ ନୋଟର ୧୪ରୁ୧୭ ଫିଚର ସାଧାରଣ ଜନତାଙ୍କ ପାଇଁ ଜାରି କରିଛି କିନ୍ତୁ ଏହି ସ୍କାନର ଆପରେ ଏଭଳି ସିକ୍ୟୁରିଟି ଫିଚର ବି ସାମିଲ ରହିଛି । ଯାହାକି ବିନା କୌଣସି ଉପକରଣ ସହାୟତାରେ ଦେଖିପାରିବେ ନାହିାଁ କାରଣ କୌଣସି ବି ଆପ୍ଲିକେସନର ସୁରକ୍ଷା ଚକ୍ର ଏହାକୁ ଯେପରି ଭାଙ୍ଗି ପାରିବ ନାହିଁ ତେଣୁ ଏଥିପାଇଁ ଏହି ସ୍କାନର ଆପ୍ଲିକେସନର ନାଁ ଏବଂ ଫିଚର ବର୍ତ୍ତମାନ ଗୋପନୀୟ ରଖାଯାଇଛି ।