ସରକାରଙ୍କ ବିନା ଅନୁମତିରେ ଅଧିକାରୀଙ୍କ ବିରୋଧରେ କରିପାରିବେନି କୌଣସି ବିି ଅଭିଯୋଗ ! ଗଣମାଧ୍ୟମ ବି ୬ ମାସ ପର୍ଯ୍ୟନ୍ତ ପଚାରି ପାରିବେନିି ପ୍ରଶ୍ନ

48

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ୨୩ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଥିବା ବିଧାନ ସଭାରେ ବିଚାରପତି, ମାଜିଷ୍ଟ୍ରେଟ୍ ଏବଂ ଅନ୍ୟ ସରକାରୀ ଅଧିକାରୀ ଓ ସେବକଙ୍କୁ ସୁରକ୍ଷା କବଚ ପ୍ରଦାନ କଲା ଭଳି ଏକ ପ୍ରସ୍ତାବ ଉପସ୍ଥାପନା କରିବାକୁ ଯୋଜନା କରିଛନ୍ତି । ଏହି ବିଲଟି ନିକଟରେ ଅଣାଯାଇଥିବା ଅଧ୍ୟାଦେଶର ସ୍ଥାନ ଅଳଂକୃତ କରିବ ।

ପ୍ରସ୍ତାବିତ ବିଲ ମୁତାବକ, ଡିୟୁଟି ସମୟରେ ରାଜ୍ୟର କୌଣସି ବି କାର୍ଯ୍ୟରତ ବିଚାରପତି, ମାଜିଷ୍ଟ୍ରେଟ୍ କିମ୍ବା ଅଧିକାରୀଙ୍କ ବିରୋଧରେ କୌଣସି ବି ଅଭିଯୋଗ ସରକାରଙ୍କର ବିନା ଅନୁମତିରେ ଦାଖଲ କରାଯିବ ନାହିଁ । ଅର୍ଥାତ୍ ଏମାନଙ୍କ ବିରୋଧରେ କୋର୍ଟରେ କିମ୍ବା ଥାନାରେ ଅଭିଯୋଗ ଦାଖଲ କରାଯାଇ ପାରିବ ନାହିଁ । ଯଦି କୌଣସି ବ୍ୟକ୍ତି ପ୍ରାଥମିକତା ସ୍ତରରେ ଅଭିଯୋଗ ପତ୍ର ଦାଖଲ କରିବାକୁ ଚାହୁଁଥିବେ ତେବେ ତାଙ୍କୁ ପ୍ରଥମେ ସରକାରଙ୍କଠାରୁ ଅନୁମତି ନେବାକୁ ପଡିବ । ଅଧ୍ୟାଦେଶର ପ୍ରୋଭିଜନ ମୁତାବକ, ସରକାର ୧୮୦ ଦିନ ମଧ୍ୟରେ ମାମଲାର ଯାଂଚ ପାଇଁ ଅନୁମତି ପ୍ରଦାନ କରିବେ କିମ୍ବା ତାକୁ ଖାରଜ ବି କରିପାରିବେ । ଯଦି ୧୮୦ ଦିନରେ ଏଭଳି ନକରାଯାଏ ତେବେ ସରକାର ଯାଂଚ ପାଇଁ ମଂଜୁରୀ ଦେଇଛନ୍ତି ବୋଲି ଗ୍ରହଣ କରି ଦିଆଯିବ ।

ଖାଲି ସେତିକି ନୁହେଁ, ଏହି ନିୟମ ପରିସରରେ ବି ଗଣମାଧ୍ୟମ ଅନ୍ତର୍ଭୁକ୍ତ । ନିୟମ ମୁତାବକ, ଗଣମାଧ୍ୟମ ମଧ୍ୟ ୬ ମାସ ପର୍ଯ୍ୟନ୍ତ କୌଣସି ବି ଅଭିଯୁକ୍ତଙ୍କ ବିରୋଧରେ ନା ତ କିଛି ଦେଖାଇପାରିବେ ଏବଂ ନା ହିଁ କିଛି ଛାପି ପାରିବେ । ଯେ ପର୍ଯ୍ୟନ୍ତ ସରକାରୀ ଏଜେନ୍ସି ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ପାଇଁ ମଂଜୁରୀ ଦେଇ ନାହାଁନ୍ତି ସେପର୍ଯ୍ୟନ୍ତ ସେମାନଙ୍କୁ କୌଣସି ପ୍ରଶ୍ନ କରାଯିବ ନାହିଁ । ଯଦି କେହି ଏହି ନିୟନକୁ ଉଲ୍ଲଂଘନ କରେ ତେବେ ଉକ୍ତ ବ୍ୟକ୍ତିବିଶେଷଙ୍କୁ ୨ ବର୍ଷ କାଳ ଜେଲଦଣ୍ଡାଦେଶ ମିଳିପାରେ ।

ସୌଜନ୍ୟ: ଜନସତ୍ତା