ଏଣିକି ସୁରକ୍ଷାବଳୟରେ ରହିବେ ମହିଳା ! ଜାରି ହେଲା ହେଲ୍ପଲାଇନ୍ । ଏହି ଟୋଲ ଫ୍ରି ନମ୍ବରରେ କଲ୍ କରିବା କ୍ଷଣି ହିଁ ତୁରନ୍ତ ମିଳିଯିବ ସହାୟତା

38

ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି ଭାରତୀୟ ରେଳ ମନ୍ତ୍ରାଳୟ । ଯଦିଓ ପୂର୍ବରୁ ଏହି ବ୍ୟବସ୍ଥା ପ୍ରଚଳିତ ହୋଇ ଆସୁଛି ହେଲେ ବିଭିନ୍ନ କାରଣରୁ ଏହା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରୁନଥିଲା । କିନ୍ତୁ ଏବେ ଏହି ବ୍ୟବସ୍ଥାକୁ ରେଲ ମନ୍ତ୍ରାଳୟ ଗୁରୁତର ସହ ନେଇଛି । ବିଶେଷ କରି ମହିଳାଙ୍କ ଉପରେ ହେଉଥିବା ନିର୍ଯାତନାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଅଧିକ ତତ୍ପରତା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ରେଲୱେରେ ମହିଳା ସୁରକ୍ଷା ହେଲପଲାଇନ ଏବେ ଆହୁରୀ ଅଧିକ ସହାୟତାପୂର୍ଣ୍ଣ ପ୍ରମାଣିତ ହେବ । ଏହି ହେଲ୍ପଲାଇନ ଜରିଆରେ ମହିଳାମାନଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରାଯିବ । ୧୮୨ ଟୋଲ ଫ୍ରି ନମ୍ବରରେ କଲ୍ କରିବା କ୍ଷଣି ହିଁ ୱେଟିଂ ଜନିତ ସମସ୍ୟାରୁ ମଧ୍ୟ ଆଶ୍ୱସ୍ତି ମିଳିବ । ଅର୍ଥାତ୍ ଜିଓ ଫିକ୍ସିଂ ସିଷ୍ଟମ ଆଧାରିତ ହେଲ୍ପଲାଇନ ତତକାଳ ସୁରକ୍ଷା ଯୋଗାଇଦେବାରେ ସହାୟତା କରିବ ।

ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଚଳନ୍ତା ଟ୍ରେନରେ ମହିଳାଙ୍କ ସହିତ କୌଣସି ବି ପ୍ରକାରର ଅପ୍ରିତିକର ଘଟଣା ଘଟିବା ପରିସ୍ଥିତିରେ ମହିଳାମାନେ ଟୋଲ ଫ୍ରି ନମ୍ବର ୧୮୨ରେ କଲ କରି ସୁରକ୍ଷା ମାଗିପାରିବେ । ଏବେ ଏହି ସୁବିଧାକୁ ଆହୁରୀ ଭଲ କରିବା ପାଇଁ କଂଟ୍ରୋଲ ସେଂଟରରେ ଫୋନ କନେକସନର ସଂଖ।। ବୃଦ୍ଧି କରିଦିଆଯାଇଛି । କାରଣ ୪ ଲାଇନ ହେବା କାରଣରୁ କଲ ୱେଟିଂରେ ଚାଲିଯାଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ୪ ଲାଇନକୁ ବଢାଯାଇ ୮ ଲାଇନ କରିଦିଆଯାଇଛି ।

ଏହି ସୁବିଧାର ଲାଭ ଏହା ହେଲା କି, ଫୋନ ରିଙ୍ଗ ହେବା ମାତ୍ରକେ କଂଟ୍ରୋଲ ରୁମରେ ଉପସ୍ଥିତ ଥିବା କର୍ମୀ ତୁରନ୍ତ ଫୋନ ଉଠାଇବେ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବେ । ଏହାବ୍ୟତୀତ ମହିଳା ହେଲ୍ପଲାଇନ ନମ୍ବରରେ ଫୋନ କରିବା କ୍ଷଣି ହିଁ ଅଭିଯୋଗକର୍ତ୍ତାଙ୍କ ମୋବାଇଲ ନମ୍ବରରେ ମାମଲା ଦାଖଲ ହେବା ନେଇ ଏକ ମେସେଜ ମଧ୍ୟ ଚାଲିଆସିବ । ଯାହାଦ୍ୱାରା ଅଭିଯୋଗକର୍ତ୍ତାଙ୍କୁ ବିଶ୍ୱାସ ହୋଇଯିବକି ଚଳନ୍ତା ଟ୍ରେନରେ ତାଙ୍କୁ ତୁରନ୍ତ ହିଁ ସୁରକ୍ଷା ମିଳିବ ।