ରେଳ ଟିକେଟ୍ ବୁକ୍ କରିବା ପରେ ଏହାକୁ କ୍ୟାନସେଲ କରିବା ଯାତ୍ରୀଙ୍କ ପାଇଁ ଏକ ବଡ ସମସ୍ୟା ଭଳି ଲାଗେ । ଯେଉଁ କାରଣରୁ ଅଧିକାଂଶ ଲୋକେ ଟିକେଟ୍ କ୍ୟାନସଲ ହିଁ କରନ୍ତି ନାହିଁ । ଯାହାଦ୍ୱାରା ସେମାନଙ୍କୁ ଟଙ୍କା ତ ହରାଇବାକୁ ପଡିଥାଏ, ଏଥିସହିତ ହିଁ ଉକ୍ତ ସିଟ୍ ଅନ୍ୟ ଯାତ୍ରୀଙ୍କୁ ବି ମିଳିପାରି ନଥାଏ । ହେଲେ ଆପଣ ଜାଣିଛନ୍ତି କି, ରେଳ ମନ୍ତ୍ରାଳୟରେ ଯେତେ ସହଜରେ ଟିକେଟ ବୁକ କରାଯାଏ ,ସେତେ ସହଜ ମଧ୍ୟ ଟିକେଟକୁ କ୍ୟାନସେଲ କରିବାରେ ହୋଇଥାଏ । ଆପଣ କୌଣସି ବି ସମୟରେ କଲ କରି ନିଜ ଟିକେଟ କ୍ୟାନସେଲ କରିପାରିବେ ।ତେବେ କିଭଳି ଆସନ୍ତୁ ଜାଣିବା..

Advertisment

ଜାଣନ୍ତୁ ପୂରା ପ୍ରକ୍ରିୟା

ଟିକେଟ କ୍ୟାନସେଲକୁ ନେଇ ହେଉଥିବା ସମସ୍ୟାର ସମାଧାନ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ କ୍ୟାନସେଲସନର ସୁବିଧା ଆରମ୍ଭ କରିଛି ।

ଏହି ସୁବିଧାର ଲାଭ ଉଠାଇବା ପାଇଁ ଯାତ୍ରୀମାନଙ୍କୁ ରେଳମନ୍ତ୍ରାଳୟର ଇନକ୍ୱାରୀ ନମ୍ବର ୧୩୯ରେ କଲ କରିବାକୁ ହେବ । ଧ୍ୟାନ ରଖିବେ କି ଏହି କଲ ଆପଣ ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ହିଁ କରିବେ । ଅର୍ଥାତ୍ ଯେଉଁ ନମ୍ବର ଆପଣ ଟିକେଟ୍ ରିଜର୍ଭେସନ ସମୟରେ ଦେଇଥିବେ , ସେହି ନମ୍ବରରୁ ହିଁ ଆପଣଙ୍କୁ କଲ କରିବାକୁ ହେବ ।

ଫୋନ କରିବା ପରେ ଆପଣଙ୍କୁ ଆପଣଙ୍କର ରିଜର୍ଭ ଟିକେଟର ପିଏନଆର ନମ୍ବର କହିବାକୁ ହେବ । ଏହାପରେ ରେଳ ମନ୍ତ୍ରାଳୟ ଆପଣଙ୍କୁ ଆପଣଙ୍କର ରିଜେଷ୍ଟର୍ଡ ନମ୍ବର କନଫର୍ମ କରିବ ।

କ୍ୟାନସେଲସନ ପ୍ରୋସେସକୁ ଆଗକୁ ଜାରି ରଖିବା ପାଇଁ ଆପଣଙ୍କ ମୋବାଇଲରେ ଏକ ଓଟିପି ପଠାଯିବ । ଯାହାର ସୂଚନା ଆପଣଙ୍କୁ ଉକ୍ତ କଲ ଜରିଆରେ ହିଁ ଦେବାକୁ ହେବ । ଏହାପରେ ରେଳ ମନ୍ତ୍ରାଳୟ ଆପଣଙ୍କର ଟିକେଟ୍ କ୍ୟାନସେଲ କରିଦେବ ।

ଟିକେଟ୍ କ୍ୟାନସେଲସନ ପରେ ରିଫଣ୍ଡ ପାଇଁ ଆପଣଙ୍କୁ ରେଳମନ୍ତ୍ରାଳୟର ରିଜର୍ଭେସନ କାଉଂଟରକୁ ଯିବାକୁ ହେବ । ଟିକେଟ କ୍ୟାନସେଲର ସୂଚନା ଦେବା ସହିତ ଓଟିପି ନମ୍ବର କହି ଆପଣଙ୍କୁ କାଉଂଟରୁ ହିଁ ରିଫଣ୍ଡ ମିଳିଯିବ ।

ଏକାଧିକ ଟିକେଟ୍ କ୍ୟାନସେଲ କରିବା ପାଇଁ

ସେହିଭଳି ଯଦି ଆପଣ ଏକାଧିକ ଟିକେଟ୍ କ୍ୟାନସେଲ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ବି ଆପଣଙ୍କୁ ରେଳ ମନ୍ତ୍ରାଳୟର ଇନକ୍ୱାରୀ ନମ୍ବର ତଥା ୧୩୯କୁ କଲ କରି ପିଏନଆର ସୂଚନା ଦେବାକୁ ହେବ । ଏଥି ସହିତ ହିଁ ରିଜର୍ଭେସନ ସମୟରେ ଟିକେଟ ସହିତ ଯେଉଁ ମୋବାଇଲ ନମ୍ବର ରେଜିଷ୍ଟର୍ଡ ରହିଥିବ, ତାକୁ ମଧ୍ୟ କନଫର୍ମ କରିବାକୁ ହେବ ।

ଏହାପରେ ଯେଉଁ ଯାତ୍ରୀମାନଙ୍କର ଟିକେଟ୍ ଆପଣ କ୍ୟାନସେଲ କରିବାକୁ ଚାହୁଁଥିବେ ସେମାନଙ୍କର ସୂଚନା ଦେବାକୁ ହେବ । ଏହାପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ, ଏହାକୁ କହି ଆପଣ ଟିକେଟ୍ କ୍ୟାନସେଲ କରିପାରିବେ ।

ଏହାପରେ ପିଏନଆର ସହ ଜଡିତ ଥିବା ଯାତ୍ରୀମାନଙ୍କର ଟିକେଟ୍ କ୍ୟାନସେଲ କରିଦିଆଯିବ । ଏବଂ ରିଫଣ୍ଡ ପାଇଁ ଆପଣଙ୍କୁ କାଉଂଟରକୁ ହିଁ ଯିବାକୁ ହେବ ।