ଖୁବ୍ ଶୀଘ୍ର କଂଗ୍ରେସରେ ଆରମ୍ଭ ହେବାକୁ ଯାଉଛି ରାହୁଲ ଗାନ୍ଧୀଙ୍କ ଶାସନ । ଉପାଧ୍ୟକ୍ଷ ପରେ ଏବେ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ଯାଉଛନ୍ତି ରାହୁଲ । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସ ମୁଖ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଯୁବରାଜ । କଂଗ୍ରେସ ମୁଖ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସର ଏହି ଯୁବରାଜ । ହେଲେ ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ହେବା ପରେ ବି ତାଙ୍କ ରାସ୍ତା ଏତେ ସହଜ ହେବନାହିଁ । କାରଣ ତାଙ୍କ ଆଗରେ ରହଛି ଅନେକ ଚ୍ୟାଲେଞ୍ଜ ।
ତେବେ ସେ ଯାହା ହେଉ ନା କାହିଁକି, ଆପଣ ସବୁବେଳେ ରାହୁଲଙ୍କୁ ସବୁବେଳେ ରାଜନୀତିରେ ବ୍ୟସ୍ତ ରହୁଥିବାର ଦେଖିଥିବେ ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜନୀତିକୁ ଜୀବନର ଏକମାତ୍ର ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ରାହୁଲ ବି କେବେ କାହା ପ୍ରେମରେ ପଡିଥିବେ । ଆଜ୍ଞା ହଁ । ଯୁବରାଜଙ୍କୁ ଜଣେ ମହିଳା ପସନ୍ଦ ଆସିଥିଲେ । ଏକଥା ଆମେ କହୁନାହୁଁ ବରଂ ଖୋଦ ରାହୁଲ ଏହାକୁ ସ୍ୱୀକାର କରିଛନ୍ତି ।
ଘଟଣାଟି ହେଉଛି ୨୦୦୪ର , ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ମୁତାବକ, ଏହି ସମୟରେ ରାହୁଲ ଗାନ୍ଧୀ ତାଙ୍କର ନିର୍ବାଚନ ମଣ୍ଡିଳୀ ତଥା ଅମେଠୀରେ କ୍ୟାମ୍ପେନିଂ କରୁଥିଲେ ଆଉ ଏହି ଅବସରରେ ହିଁ ତାଙ୍କର ଜମେ ଗଲଫ୍ରେଣ୍ଡ ଥିବା କଥା ସ୍ୱୀକାର କରିଥିଲେ । କୁହାଯାଏ କି, ତାଙ୍କର ଗଲଫ୍ରେଣ୍ଡଙ୍କର ନାଁ Veronique Cartelli ଆଉ ସେ ଜଣେ ସ୍ପେନିଶ । ଉଭୟଙ୍କର କିଛି ଫଟୋ ମଧ୍ୟ ଗୁଗଲରେ ଦେଖିବାକୁ ମିଳିଛି । ଯଦିଓ ଶେଷ ଥର ପାଇଁ ଉଭୟଙ୍କୁ ୧୯୯୯ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ୱାଲର୍ଡ କପରେ ଏକାଠି ଦେଖିବାକୁ ମିଳିଥିଲା ତେବେ ଉଭୟଙ୍କ ବିବାହ କିମ୍ବା ବିଚ୍ଛେଦକୁ ନେଇ ଏଯାବତ୍ କୌଣସି ବି ସୂଚନା ମିଳି ପାରିନାହିଁ ।
ଏଠାରେ ଆମେ କହି ରଖୁଛି କି, କିଛି ଦିନ ପୂର୍ବେ ଏକ ସମାରୋହରେ ଯୋଗଦେଇଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବକ୍ସର ବିଜେନ୍ଦ୍ର ସିଂହ ତାଙ୍କୁ ପ୍ରଶ୍ନ କରିଥିଲେ କି ଆପଣ ବିବାହ କରି ପ୍ରଧାନମନ୍ତ୍ରୀ ହେବେ ନା ତାପୂର୍ବରୁ ହିଁ ବିବାହ କରିବେ । ଯାହାର ଉତ୍ତର ରାହୁଲ ନିଜ ଭାଗ୍ୟ ଉପରେ ଛାଡି ଦେଇଥିଲେ । ରାହୁଲ କହିଥିଲେ କି , ‘ମୁଁ ଭାଗ୍ୟ ଉପରେ ବିଶ୍ୱାସ ରଖେ, ଯେତେବେଳେ ଯାହା ହେବାରେ ଥିବ ତାହା ନିଶ୍ଚୟ ହେବ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/RAHUL_00000.png)