ଟିକ୍ ଟକ୍ ଆପର ଲୋକପ୍ରିୟତା ଏତେ ମାତ୍ରାରେ ବଢିଗଲାଣି କି ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଏଁ ଏଥିରେ ଭିଡିଓ ଏବଂ ଫଟୋ ଲୋଡ କରିବାକୁ ପୂରା ପୁରି ବାୟା ହୋଇଯାଉଛନ୍ତି । ଯଦି ଆପଣ ଆଜିର ସମୟରେ ଟିକ୍ ଟକ୍ ଆପ ସଂପର୍କରେ ଜାଣିନାହାଁନ୍ତି ତେବେ ଆପଣ ବହୁତ ପଛରେ ରହିଯାଇଛି ବୋଲି କହିବା କିଛି ଭୁଲ ହେବନି । ‘ଟିକ୍ ଟକ୍’ ହେଉଛି ଚୀନ କଂପାନୀ ‘ୱାଇଟ୍ ଡାନ୍ସ’ର ଏକ ଆପ । ଯାହା ଜରିଆରେ ୧୫ ସେକେଣ୍ଡ ପର୍ଯ୍ୟନ୍ତର ଏକ ଭିଡିଓ ଆପଣ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିପାରିବେ । ଏହି ଆପକୁ ସେପ୍ଟେମ୍ବର ୨୦୧୬ରେ ଚୀନରେ ଲଂଚ କରାଯାଇଥାଏ । ୨୦୧୮ରେ ଟିକ୍ ଟକର ଲୋକପ୍ରିୟତା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି । ତେବେ ଭାରତରେ ବି ଏହି ଆପର କ୍ରେଜ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ନିକଟରେ ଏକ ରିପୋର୍ଟ ମୁତାବକ, ଏହି ଆପ ଆଣ୍ଡ୍ରଏଡ ଏବଂ ଆଇଓଏସ ଉପରେ ୧ ବିଲିୟନ ଡାଉନଲୋଡରେ ପହଂଚିଲାଣି । ଏହା ଡାଟା ସେନସର ଟାଓର ଉପଲବ୍ଧ କରିଛି ।
ଫେସବୁକକୁ ଟିକଟକରୁ ମିଳିଛି କଡା ଟକ୍କର
ରିପୋର୍ଟ ଅନୁସାରେ , ଏହି ଆପଟି ଫେସବୁକକୁ କଡା ଟକ୍କର ଦେଉଛି । ଏହାକୁ ଗତ ବର୍ଷ ବର୍ଷ ହିଁ ଲଂଚ କରାଯାଇଥିଲା । ବର୍ଷ ୨୦୧୮ରେ ଏହି ଆପକୁ ୬୬ ମିନିୟନ ୟୁଜର୍ସ ନିଜର ଡିଭାଇସରେ ଇନଷ୍ଟଲ କରିଥିଲେ । ସେହିପରି ଫେସବୁକ ଗତ ବର୍ଷ ୭୧୧ ମିଲିୟନରେ ଛୁଇଁଥିଲା । ଯଦି ଇନଷ୍ଟାଗ୍ରାମର କଥା କୁହାଯାଏ ତେବେ ଗତ ବର୍ଷ ଏହାକୁ ୪ କୋଟି ୪୪ ଲକ୍ଷ ନୂଆ ଡାଉନଲୋଡ ମିଳିଥିଲା । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହେଲା କି ଟିକ୍ ଟକ୍ , ଯାହାକି ୧୦୦ କୋଟି ଡାଉନଲୋଡ କରିସାରିଲେଣି । ତେବେ ଏହି ଆପଟି ଚୀନ ମାର୍କେଟରେ କରାଯାଇଥିବା ଆପ ଇନଷ୍ଟଲଲ ଡାଟାରେ ସମ୍ମିଳିତ ନାହିଁ । ଏହାର ସିଧା ଅର୍ଥ ହେଲା ଏହି ଆପର ଡାଉନଲୋଡର ଡାଟା ଏହାଠାରୁ ବହୁ ଅଧିକ ରହିଛି ।
ରିପୋର୍ଟରେ ଆହୁରୀ ମଧ୍ୟ ଉଲ୍ଲେଖ ରହିଛି କି, ଟିକ୍ ଟକ୍ ୨୦୧୮ର ଚତୁର୍ଥ ଲୋକପ୍ରିୟ ନନ-ଗେମ ଆପ । ଏହାପୂର୍ବରୁ ହ୍ୱାଟସଆପ, ଫେସବୁକ ମେସେଂଜର ଏବଂ ଫେସବୁକ ସାମିଲ ରହିଛି । ବିଶେଷଜ୍ଞଙ୍କ ମତରେ କିଛି ଡାଉନଲୋଡ ମଧ୍ୟରେ ଅଂଶବିଶେଷ ୨୫ ପ୍ରତିଶତ ରହିଛି । ସେହିପରି ଏହି ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୪୩ ପ୍ରତିଶତ ହୋଇଗଲାଣି ।
କାହିଁକ ବ୍ୟାନ ହେବ ଟିକ୍ ଟକ୍ ଆପ
‘ଟିକ୍ ଟକ୍’ ଆପ କାରଣରୁ କିଛି ଦିନ ହେଲା ଘଟୁଥିବା ଦୁର୍ଘଟଣା ଏବଂ ବୃଦ୍ଧି ପାଉଥିବା ଅଶ୍ଳୀଳ ଭିଡିଓକୁ ବିରୋଧ କରି ଏବେ ତାମିଲନାଡୁ ସରକାର ଏହାକୁ ବ୍ୟାନ କରିବାକୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନାରେ ତାମିଲନାଡୁ ରାଜ୍ୟର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏମ.ମଣିକନ୍ଦନ କହିଛନ୍ତି କି ତାମିଲନାଡୁ ସରକାର ଟିକ୍ ଟକ୍ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛନ୍ତି । କାହିଁକି ନା ଏହି ଆପ ଦ୍ୱାରା ତାମିଲ ସଂସ୍କୃତିକୁ ନୀଚା ଦେଖାଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/28_02_2019-tiktok_18999354.jpg)