ଆଇଏଏସ ଓ ଓଏଏସ ପରୀକ୍ଷାର ପ୍ରସ୍ତୁତିକୁ ନେଇ ଆପ୍ଟି ପ୍ଲସର ସ୍ୱତନ୍ତ୍ର କର୍ମଶାଳା

73

କନକ ବ୍ୟୁରୋ : ଆଇଏଏସ ପ୍ରୋବେସନର, ଓଡ଼ିଶା କ୍ୟାଡରର ତେଜସ୍ୱିନୀ ବେହେରାଙ୍କୁ ନେଇ ଅନୁଷ୍ଠାନ ତରଫରୁ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସିଭିଲ୍ ସର୍ଭିସେସ୍ ୨୦୨୦ ଶୀର୍ଷରେ ରହିବା ଠାରୁ ଆରମ୍ଭ କରି ଭାରତର ସବୁଠାରୁ ପ୍ରତିଷ୍ଠିତ ସେବା ଆଇଏଏସରେ ସ୍ଥାନ ପାଇବା ପର୍ଯ୍ୟନ୍ତ ତେଜସ୍ୱିନୀ ନିଜର ଅଭିଜ୍ଞତା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଓଏଏସରୁ ଆଇଏଏସ ପର୍ଯ୍ୟନ୍ତ ଯାତ୍ରା ସମୟର ପ୍ରସ୍ତୁତି, ଅଭିଜ୍ଞତା ଏବଂ କେଉଁ କୌଶଳରେ ପ୍ରୟୋଗ କରି ନିଜକୁ ପ୍ରସ୍ତୁତ କରିବାକୁ ହେବ ସେନେଇ ଅନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । କେଉଁ ପାଠ୍ୟପୁସ୍ତକମାନ ବ୍ୟବହାର କରିବା ଦରକାର, କେଉଁ ତ୍ରୁଟି ସବୁ ସୁଧାରିବାର ଅଛି ତାହାକୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଛାତ୍ରଛାତ୍ରୀ ମାନେ ତାଙ୍କ ସହ ଆଲୋଚନା କରି ନିଜର ଦ୍ୱନ୍ଦ୍ୱ ଦୂର କରିଥିଲେ ।

ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ ସୁସିଜିତ ସାହୁ ଆଇଏଏସ ପ୍ରୋବେସନର ତେଜସ୍ୱିନୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜ୍ଞାପନ କରିଥିଲେ । ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୨୦୨୩ର ପ୍ରକାଶିତ ଫଳାଫଳରେ ଆପ୍ଟି ପ୍ଲସର ଛାତ୍ରଛାତ୍ରୀ ସର୍ବଭାରତୀୟସ୍ତରରେ ୧୦୦ ଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଗାଇଡାନ୍ସ ନେଇ ରାଙ୍କ-୧, ୧୩, ୧୬, ୨୪, ୩୬, ୬୪, ୭୫, ୮୪, ୮୬ ହାସଲ କରିଥିବା ବେଳେ ଓଡ଼ିଶାର ରାଙ୍କ-୨୪ ପ୍ରଜ୍ଞାନନ୍ଦନ ଗିରି, ରାଙ୍କ-୩୬ ଆୟୁଷି ପ୍ରଧାନ, ରାଙ୍କ-୧୧୦ ଅମ୍ରିତାନ୍ସୁ ନାୟକ, ରାଙ୍କ୍-୩୮୭ ପ୍ରିୟଙ୍କା ପ୍ରିୟଦର୍ଶିନୀ, ରାଙ୍କ-୪୦୯ ସନ୍ତୋଷ କୁମାର ପାତ୍ର, ରାଙ୍କ-୫୯୧ ସାଇରାଜ ମିଶ୍ର ଇତ୍ୟାଦି ବିଭିନ୍ନ ରାଙ୍କ ରଖି ଆପ୍ଟି ପ୍ଲସ ଭୁବନେଶ୍ୱର ସେଣ୍ଟରକୁ ଗୌରବାନିତ୍ୱ କରିଛନ୍ତି ।

ବର୍ତ୍ତମାନ ଆପ୍ଟି ପ୍ଲସରେ ଗ୍ରାଜୁଏସନ ପଢୁଥିବା ଏବଂ ଗ୍ରାଜୁଏସନରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ IAS ଓ OAS INTEGRATED FOUNDATION COURSE ସହ ADVANCE LEVELର ପାଠ୍ୟକ୍ରମ ଦିଲ୍ଲୀର ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ଦିଆଯାଉଅଛି । ସମସ୍ତ ପ୍ରକାର ଆବଶ୍ୟକୀୟ ପାଠ୍ୟ ପୁସ୍ତକ, ଲାଇବ୍ରେରୀ ସୁବିଧା, ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି ।