ଭୟଙ୍କର ରୂପ ନେଲାଣୀ ନିପା ଆଇରସ୍ ! ରକ୍ଷା ପାଇବାର ନାହିଁ କୌଣସି ବି ବିକଳ୍ପ, ଏହି ୫ଟି ସତର୍କତା ଅବଲମ୍ବନ କରି ରୁହନ୍ତୁ ସୁରକ୍ଷିତ

60

ଭାରତରେ ବ୍ୟାପିବାରେ ଲାଗିଛି ଭୟଙ୍କର ନିପାହ ଭାଇରସ । କେରଳର କୋଝିକୋଡ଼ ଅଞ୍ଚଳରେ ଏହି ଭୟଙ୍କର ଭାଇରସ ବ୍ୟାପିବାରେ ଲାଗିଛି । ଏହି ଭାଇରସ ପ୍ରଭାବରେ ଏଯାବତ୍ ୧୪ ଜଣଙ୍କର ମୃତ୍ୟୁ ଘଟିସାରିଛି । ଏପରିକି ୨୫ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନାରେ ଏହି ଭାଇରସ ଥିବା ଜଣା ପଡ଼ିଛି । ଏମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହି ଭାଇରସ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଦେଶର ସମସ୍ତ ରାଜ୍ୟମାନଙ୍କରେ ଏହାକୁ ନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଯେପର୍ଯ୍ୟନ୍ତ ଆପଣ ନିଜେ ନିଜର ଯନ୍ତ୍ର ନ ନେଇଛନ୍ତି ସେପର୍ଯ୍ୟନ୍ତ ଏଭଳି ଆତଙ୍କକାରୀ ଭାଇରସର ମୁକାବିଲା କରିବା ସମ୍ଭବପର ହୋଇପାରିବ ନାହିଁ ।

ଡବ୍ଲୁଏଚଓ ଅନୁସାରେ, ଏହି ଭାଇରସ ପାଇଁ ଏଯାବତ୍ କୌଣସି ବି ପ୍ରକାରର ନିରାକରଣ ବାହାରି ପାରିନାହିଁ । ଯାହାକୁ ଉଭୟ ମଣିଷ ଏବଂ ପଶୁଙ୍କୁ ଦିଆଯାଇପାରିବ । ଏନଆଇଭି ଦ୍ୱାରା ସଂକ୍ରମିତ ରୋଗୀଙ୍କର କେବଳ ଯନ୍ତ୍ର ହିଁ ନିଆଯାଇଥାଏ । ଏହି ଭାଇରସର ଇନଫେକସନ ଅନ୍ୟ ଭାଇରସ ଇନଫେକସନ ଭଳି ଅଟେ । ଏହି ରେସପାୟରି ଏବଂ ସେଂଟ୍ରାଲ ସ୍ନାୟୁତନ୍ତ୍ର ସିଷ୍ଟମକୁ ଆଫେକ୍ଟେ କରିଥାଏ । ଡାକ୍ତରଙ୍କ ମତରେ ଏହି ଭାଇରସରୁ ବଂଚିବା ପାଇଁ ହେଲେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଦରକାର । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ତିନୋଟି ଉପାୟରେ ବ୍ୟାପି ଥାଏ ଏହି ଭାଇରସ

• ସଂକ୍ରମିତ ବାଦୁଡି ସଂପର୍କରେ ଆସିବା ଦ୍ୱାରା

• ସଂକ୍ରମିତ ଘୁଷୁରି ସଂପର୍କରେ ଆସିଲେ

• ଭାଇରସ ଦ୍ୱାରା ଆଫେକ୍ଟେଡ ରୋଗୀ ସଂପର୍କରେ ଆସିଲେ

ମଣିଷକୁ କିଭଳି ଡେଇଁଥାଏ ଏହି ଭାଇରସ୍

• ନିପାହ ଭାଇରସ ଦ୍ୱାରା ସଂକ୍ରମିତ ବାଦୁଡି କିମ୍ବା ଅନ୍ୟ କୌଣସି ପକ୍ଷୀ କୌଣସି ଫଳରେ ଥଂଟ ମାରିଥିଲେ କିମ୍ବା ଶୁଘିଂଥିଲେ କିମ୍ବା ଖଣ୍ଡିଆ କରିଥିଲେ , ଏହି ଭାଇରସ୍ ଏଥିରେ ଚାଲି ଆସିଥାଏ । ତେବେ ଏହି ଫଳ ଯେକୌଣସି ବି ଫଳ ହୋଇପାରେ ।

• ଭାଇରସ୍ ଥିବା ଫ୍ରୁଡ ମାର୍କେଟରୁ ଆପଣଙ୍କ ଘର ପର୍ଯ୍ୟନ୍ତ ଚାଲିଆସିଥାଏ । ଯଦି ଆପଣ ଏହି ଫଳକୁ ଖାଇଦିଅନ୍ତି ତେବେ ଆପଣ ବି ଏହି ଭାଇରସର ଶିକାର ହୋଇପାରନ୍ତି ।

• ଯଦି କୌଣସି ଘୁଷୁରି ମଧ୍ୟରେ ଏହି ଭାଇରସ ଚାଲି ଆସିଥାଏ , ତେବେ ତା ଜରିଆରେ ବି ଏହାର ଇନଫେକସନ ଆପଣଙ୍କ ଯାଏଁ ପଂହଚିପାରେ ।

• ଏହାଛଡା ଯଦି କୌଣସି ବ୍ୟକ୍ତି ଏହି ଭାଇରସ ଦ୍ୱାରା ସଂକ୍ରମିତ ଅଛନ୍ତି ଆଉ ଆପଣ ତାଙ୍କ ସଂପର୍କରେ ଆସନ୍ତି ତେବେ ଆପଣ ବି ଏହି ଭାଇରସର ଶିକାର ହୋଇପାରନ୍ତି ।

ତେବେ ଏହି ଭୟଙ୍କର ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ଟିକା କିମ୍ବା ଔଷଧ ବାହାରିପାରିନି । କେବଳ କିଛି ସଚେତନତା କାରଣରୁ ହିଁ ଏହି ଭାଇରସରୁ ରକ୍ଷା ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ…..

• ସର୍ବପ୍ରଥମେ ଆପଣଙ୍କୁ ସ୍ପଷ୍ଟ ହେବାକୁ ପଡିବ କି, ଆପଣ ଯେଉଁ ଖାଦ୍ୟ ତଥା ଖାଉଛନ୍ତି ତାହା କୌଣସି ବାଦୁଡି ଦ୍ୱାରା କ୍ଷତବିକ୍ଷତ ହୋଇନାହିଁତ କିମ୍ବା ସେହି ଫଳରେ କୌଣସି ପ୍ରକାରର ଖଣ୍ଡିଆ କିମ୍ବା ଆମ୍ପୁଡା ଚିହ୍ନ ନାହିଁ ତ । ଯଦି ଆପଣଙ୍କୁ ସନ୍ଦେହ ରହୁଛି ତେବେ ସେଭଳି ଫଳକୁ ଆଦୌ ଛୁଅନ୍ତୁ ନାହିଁ ।

• ବିଶେଷ କରି ଖଜୁରୀ କିମ୍ବା ଖଜୁରୀ ରସରେ ତିଆରି କୌଣସି ବି ଖାଦ୍ୟପେୟଠାରୁ ନିଜକୁ ଦୂରେଇ ରଖନ୍ତୁ ।

• ରୋଗରେ ଆକ୍ରାନ୍ତ କୌଣସି ବି ବ୍ୟକ୍ତିଙ୍କ ସହ ସଂପର୍କରେ ଆସନ୍ତୁ ନାହିଁ । ଯଦି ତାଙ୍କୁ ଦେଖାକରିବାରେ ଅଛି ତେବେ ଭେଟି ସାରିବା ପରେ ଭଲଭାବରେ ସାବୁନରେ ହାତକୁ ଧୁଅନ୍ତୁ ।

• ଟଏଲେଟରେ ବ୍ୟବହାର କରାଯାଉଥିବା ଜିନିଷ ତଥା ବାଲ୍ଟି ଏବଂ ମଗକୁ ଭଲ ଭାବରେ ସଫା ରଖନ୍ତୁ ।

ଏହି ଭାଇରସ କାରଣରୁ ମୃତ୍ୟୁ ବରଣ କରିଥିବା କୌଣସି ବି ବ୍ୟକ୍ତିଙ୍କର ମୃତଦେହ ନେଉଯାଉଥିବା ସମୟରେ ମୁହଁକୁ ଭଲ ଭାବରେ ଘୋଡାଇ ରଖନ୍ତୁ । ସେହପରି ମୃତଦେହଠାରୁ ଦୂରେଇ ରୁହନ୍ତୁ । ଏଥିସହିତ ହିଁ ମୃତଦେହକୁ ଗାଧୋଇଦେବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।