ସହରବାସୀଙ୍କୁ ବି ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ! ଏହି ମହତ୍ୱାକାଂକ୍ଷୀ ଯୋଜନାର ଲାଭ ଉଠାଇବା ପାଇଁ ଅନଲାଇନରେ କରିପାରିବେ ଆବେଦନ, ଜାଣନ୍ତୁ ପୂରା ପ୍ରକ୍ରିୟା

85

ଏଣିକି ସହରାଂଚଳରେ ବାସ କରୁଥିବା ଗରିବ ଲୋକମାନେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇ ପାରିବେ । କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅନଲାଇନ ଆବେଦନ ପାଇଁ ମଂଜୁରୀ ମିଳିଛି । ମୋଦି ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଆବାସ ଯୋଜନା ପାଇଁ ଏଣିକି ସହରରେ ବାସ କରୁଥିବା ଗରିବ ଲୋକମାନେ, ଯେଉଁମାନଙ୍କ ନିକଟରେ ରହିବାକୁ ଖଣ୍ଡେ ଘର ନାହିଁ ସେମାନେ ଏଥିପାଇଁ ଅନଲାଇନ ଆବେଦନ କରିପାରିବେ । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରରେ ରହୁଥିବା ଗରିବଙ୍କ ପାଇଁ ଅନଲାଇନ ଆବେଦନ ୨୦୧୮ରେ ମଧ୍ୟ ଖୋଲା ରହିଛି ଏବଂ କୌଣସି ହିତାଧିକାରୀ ଏହି ଯୋଜନା ପାଇଁ ଆବେଦନ କରିପାରିବେ ।

ଆବଶ୍ୟକୀୟ ଦସ୍ତାବିଜ

ଆବେଦନ କରିବା ପାଇଁ ଆଧାର କାର୍ଡ ଏବଂ ପାସପୋର୍ଟ ସାଇଜ ୨ଟି ଫଟୋ ନିହାତି ଆବଶ୍ୟକ । ସରକାରଙ୍କ ଏହି ଯୋଜନା ପାଇଁ ଆବେଦନ କରିବା ପାଇଁ ଜନ ସୁବିଧା କେନ୍ଦ୍ର ଦ୍ୱାରା ୨୫ ଟଙ୍କା ଫିସ୍ ବାବଦକୁ ନିଆଯିବ । ଆବେଦନ କରିବା ପରେ ଆବେଦକଙ୍କୁ ଏକ ରସିଦ ଦିଆଯିବ, ଯେଉଁଥିରେ ଆବେଦକଙ୍କ ଫଟୋ ଥିବ ଏବଂ ଆବେଦନର ଏକ ସିରିଏଲ ନମ୍ବର ଥିବ । ଏହି ନମ୍ବର ପ୍ରତ୍ୟେକ ଆବେଦନକାରୀଙ୍କ ପାଇଁ ପୃଥକ ପୃଥକ ଅଟେ । ଆଉ ଏହି ନମ୍ବର ଜରିଆରେ ଆବେଦକ ଆବେଦନର ସ୍ଥିତି ସଂପର୍କରେ ସମସ୍ତ ସୂଚନା ପାଇପାରିବେ ।

କିଭଳି ଜାଣିବେ ଆବେଦନ ଷ୍ଟାଟସ

ଆବେଦନର ଷ୍ଟାଟସ ପ୍ରକ୍ରିୟା ଜାଣିବା ପାଇଁ https://pmaymis.gov.in/Track_Application_Status.aspx ଲିଙ୍କରେ କ୍ଲିକ କରିବାକୁ ହେବ । କିମ୍ବା ଏହାର ଆଧିକାରୀକ େଓବସାଇଟ pmaymis.gov.inକୁ ଯାଆନ୍ତୁ ।

କିଭଳି କରିବେ ଆବେଦନ

ଷ୍ଟେପ-୧

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଏହାର ଆଧିକାରୀ ୱେବସାଇଟ pmaymis.gov.in କୁ ଯାଆନ୍ତୁ ।

ଷ୍ଟେପ-୨

ଏହାପରେ ଏଠାରେ ଥିବା ମେନୁ “Citizen Assessment”  ଉପରେ କ୍ଲିକ କରନ୍ତୁ । ଯଦି ଆପଣ କୌଣସି ବସ୍ତିରେ ରହିଛନ୍ତି ତେବେ“For Slum Dwellers” ଉପରେ କ୍ଲିକ କରନ୍ତୁ କିମ୍ବା Benefit Under Other 3 Components” ଉପରେ କ୍ଲିକ କରନ୍ତୁ ।

ଷ୍ଟେପ-୩

ଏହାପରେ ଆପଣଙ୍କୁ ଆଉ ଏକ ସ୍କ୍ରିନ ନଜର ଆସିବ । ଏଥିରେ ନିଜ ଆଧାର ନମ୍ବର ଭରନ୍ତୁ ଏବଂ “Check” ଉପରେ କ୍ଲିକ କରନ୍ତୁ ।

ଷ୍ଟେପ-୪

ଯଦି ଆପଣଙ୍କ ଆଧାର କାର୍ଡ ଠିକ୍ ଅଛି ତେବେ ଆପଣଙ୍କ ସାମ୍ନାରେ ଠିକ୍ ତଳକୁ ନଜର ଆସୁଥିବା ଫଟୋ ସମାନ ଏକ ଆବେଦନ ପତ୍ର ଖୋଲିବ, ଯେଉଥିରେ ଆପଣଙ୍କୁ ନିଜ ସମସ୍ତ ସୂଚନା ଭରିବାକୁ ପଡିବ ଏବଂ ସବା ତଳେ ଦିଆଯାଇଥିବା“Submit / ସୁରକ୍ଷିତ ବଟନ ଉପରେ କ୍ଲିକ କରିବାକୁ ହେବ । ଯଦି ଆଧାର ନମ୍ବର ଭୁଲ ଥିବ ତେବେ ଆପଣଙ୍କୁ ପୁଣି ଥରେ ସଠିକ ଆଧାର ନମ୍ବର ଭରିବାକୁ ହେବ ।

ଷ୍ଟେପ-୫

“Submit / ସୁରକ୍ଷିତ ବନଟ ଉପରେ କ୍ଲିକ୍ କରିବା ପରେ ଆପଣଙ୍କ ସ୍କ୍ରିନରେ ଏକ ଆବେଦନ ନମ୍ବର ଦିଆଯବ । ଯାହାକୁ ଆପଣ ପ୍ରିଂଟ କରି ପାରିବେ । ଏହି ନମ୍ବରକୁ କେଉଠି ବି ଲେଖି ଦିଅନ୍ତୁ, ଯାହାଦ୍ୱାରା ଭବିଷ୍ୟତରେ ଆପଣ ଆପଣଙ୍କ ଆବେଦନ ଷ୍ଟାଟସ ସଂପର୍କରେ ଜାଣିପାରିବେ ।

କାହାକୁ ମିଳିବ ଫାଇଦା

• ଯେଉଁ ଲୋକଙ୍କ ନିକଟରେ ପୂର୍ବରୁ ଘର ଥିବ କିମ୍ବା ପରିବାର ସଦସ୍ୟଙ୍କର କୌଣସି ଘର ଥିବ ତେବେ ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ ।

• ଆବେଦକଙ୍କ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କର ପକ୍କା ଘର ନଥିବା ଦରକାର । ଏଥିସହିତ ହିଁ ସେ ଭାରତ ସରକାରଙ୍କ କୌଣସି ବି ଲାଭାର୍ଥୀ ମଧ୍ୟ ନହୋଇଥିବା ଦରକାର ।

• ଏହି ଯୋଜନା ପରିସରରେ ସ୍ୱାମୀ, ସ୍ତ୍ରୀ, ଏବଂ ଅବିବାହିତ ପୁଇ ଝିଅ ସାମିଲ ହୋଇପାରିବେ । କୌଣସି ପ୍ରକାରର ଜାଲିଆତି ତଥା ହେରଫେର ଭଳି ପରିସ୍ଥିତି ଯେଭଳି ନଉପୁଜୁ ସେଥିପାଇଁ ଆବେଦନ ଫର୍ମରେ ପରିବାର ସଦସ୍ୟମାନଙ୍କର ଆଧାର ନମ୍ବର ଦେବା ନିହାତି ଜରୁରୀ ।

• ରୋଜଗାର କରୁଥିବା କୌଣସି ବି ବିବାହିତ ବା ଅବିବାହିତ ଆଡଲ୍ଟ ସଦ୍ୟସ୍ୟଙ୍କୁ ଅଲଗା ପରିବାର ଭାବେ ଗ୍ରହଣ କରାଯିବ । ହେଲେ ତାଙ୍କ ନାଁରେ କେଉଁଠାରେ ବି କୌଣସି ପକ୍କା ଘର ନଥିବା ଦରକାର ।

• ପକ୍କା ଘର ଥିବା ପିତାମାତାଙ୍କ ରୋଜଗାର ତାଙ୍କର ପୁଅ ଝିଅ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ, କିନ୍ତୁ ସେମାନଙ୍କ ନାଁରେ ଯେଭଳି କୌଣସି ପକ୍କା ଘର ନଥିବ ।

ସବସିଡ କେତେ ମିଳିବ

• ୬ରୁ ୧୨ ଲକ୍ଷ ଟଙ୍କାର ବାର୍ଷିକ ଆମଦାନୀ ବାଲା ଏମଆଇଜିର ପ୍ରଥମ ଶ୍ରେଣୀଭୁକ୍ତ ଲୋକଙ୍କୁ ୯ ଲକ୍ଷ ଟଙ୍କ ପର୍ଯ୍ୟନ୍ତ ଲୋନ ଆମାଉଂଟର ସୁଧ ଉପରେ ୪ ପ୍ରତିଶତର ସବସିଡ ମିଳିବ , ଯେବେକି ୧୨ରୁ ୧୮ ଲକ୍ଷ ଟଙ୍କାର ବାର୍ଷିକ ଆମଦାନୀ ବାଲା ଅନ୍ୟ ଶ୍ରେଣୀଭୁକ୍ତ ଲୋକଙ୍କୁ ୧୨ ୧୨ ଲକ୍ଷ ପର୍ଯ୍ୟନ୍ତ ଲୋନର ସୁଧ ଉପରେ ୩ ପ୍ରତିଶତ ରାହାତି ମିଳିବ ।

• ଯଦି କୌଣସି ବ୍ୟକ୍ତି ଏହାଠାରୁ ଅଧିକ ଲୋନ ନିଅନ୍ତି ତେବେ ତାଙ୍କୁ ଅତିରିକ୍ତ ରାଶି ଉପରେ ବ୍ୟାଙ୍କ ତରଫରୁ ନିର୍ଧାରିତ ଦରରେ ହିଁ ସୁଧ ପରିଶୋଧ କରିବାକୁ ହେବ ।

କେଉଁ କେଉଁ ଘରଙ୍କୁ ମିଳିବ ଲୋନ

• ଆପଣ କୌଣସି ଡେଭଲପର କିମ୍ବା ବିଲଡରଙ୍କଠାରୁ ଘର କିଣିଛନ୍ତି କିମ୍ବା କୌଣସି ପୁରୁଣା ଘର କିଣିଛନ୍ତି । ତେବେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ ।

• ଯେଉଁ ଲୋକମାନେ ଘର କିଣିବା ପରିବର୍ତ୍ତେ ନିଜେ ନିର୍ମାଣ କରିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ ।

• ସେହିପରି ଯେଉଁମାନଙ୍କ ନିକଟରେ ପକ୍କା ଘର ରହିଛି, ଆଉ ସେହି ଘରରୁ ସେ ମରାମତି କରିବାକୁ ଚାହୁଁଛନ୍ତି କିମ୍ବା ପୁର୍ନନିର୍ମାଣ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ବି ଲୋନ ନେବାର ସୁଯୋଗ ଦିଆଯିବ ।