ସରକାରଙ୍କ ବଡ ନିଷ୍ପତି: ଏଣିକି ସରକାରୀ ମେଡିକାଲ ଭଳି ଘରୋଇ ମେଡିକାଲରେ ବି ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା, ଜାଣନ୍ତୁ କେଉଁଠି

77

ସରକାରୀ ମେଡିକାଲ ଭଳି ଏଣିକି ଘରୋଇ ଡାକ୍ତରଖାନାରେ ବି ମାଗଣାରେ ଚିକିତ୍ସା କରିପାରିବେ ରୋଗୀ । ଘରୋଇ ମେଡିକାଲରେ ବି ସରକାରୀ ମେଡିକାଲ ଭଳି ସୁବିଧା ପାଇବେ ରୋଗୀ । ଏଭଳି ଏକ ବଡ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଶିବରାଜ ସିଂ କହିଛନ୍ତି କି, ଏଣିକି କୌଣସି ବି ଗରିବ ଲୋକ ଚିକିତ୍ସା ନପାଇ ମୃତ୍ୟୁ ବରଣ କରିବେ ନାହିଁ । ଏଥିସହିତ ଶ୍ରୀଯୁକ୍ତ ଶିବରାଜ ଆହୁରୀ ମଧ୍ୟ କହିଛନ୍ତି କି, ଏଣିକି ଗୋଟିଏ ଗରିବ ପରିବାରର ରୋଗୀର ଚିକିତ୍ସା ବାବଦକୁ ପୂରା ଖର୍ଚ୍ଚ ମଧ୍ୟପ୍ରଦେଶ ସରକାର ନିଜେ ହିଁ ବହନ କରିବେ । ଏପରିକି ଯେତେ ପୁରୁଣା ରୋଗ ହୋଇଥିଲେ ମଧ୍ୟ ତାର ପୂରା ଖର୍ଚ୍ଚ ବହନ କରିବେ ମଧ୍ୟପ୍ରଦେଶ ସରକାର ।

ଏକ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଏଭଳି ଘୋଷଣା କରିବା ସହ କହିଛନ୍ତି ଯେ, ମଧ୍ୟପ୍ରଦେଶର ସମସ୍ତ ଗରିବ ଲୋକଙ୍କୁ ଆଗାମୀ ୪ ବର୍ଷ ମଧ୍ୟରେ ରହିବାକୁ ପକ୍କା ଘର ପ୍ରଦାନ କରାଯିବ । ସେ କହିଥିଲେ କି, ଆଜି ମୁଁ ଏଠାରେ ଏକ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରୁଛି । ଏହି ଯୋଜନାରେ ଆୟକର ଦାତା , ଯେଉଁମାନଙ୍କର ଜମି ଅଢେଇ ଏକରରୁ ଅଧିକ ରହିଛି କିମ୍ବା ସରକାରୀ ଚାକିରିଆ ହୋଇଥିବେ ସେମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯିବ । ଏହାବ୍ୟତୀତ ସମସ୍ତ ଗରିବ ତଥା ଦିନ ମଜୁରିଆଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ।

ଶିବରାଜ ସିଂ ଚୌହାନଙ୍କ ସୂଚନା ମୁତାବକ, ଜମିହୀନ ତଥା ବାସହରା ଲୋକଙ୍କୁ ଜମି ପ୍ରଦାନ କରାଯିବ ଏବଂ ଘର ନିର୍ମାଣ କରିବାକୁ ବି ଆର୍ଥିକ ସହାୟତା ପ୍ରଦାନ କରାଯିବ । ତେବେ ୪ବର୍ଷ ମଧ୍ୟରେ ସମସ୍ତ ଗରିବ ଲୋକଙ୍କ ରହିବା ପାଇଁ ଘର ନିର୍ମାଣ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରତିଶ୍ରୃତି ଦେଇଛନ୍ତି ।