ସରକାରଙ୍କ କଡା ନିର୍ଦ୍ଦେଶ: ଘର ପାଖରେ ପଲିଥିନ ଦେଖିଲେ ସିଲ୍ ହୋଇଯିବ ସଂପତି, ଜାଣନ୍ତୁ କେଉଁଠି

61

ଆଜିକାଲି ପଲିଥିନର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ଯାହାକି ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ସାଜିଛି । ତେବେ ଏଥିପାଇଁ ଲୋକଙ୍କୁ ସରକାରଙ୍କ ତରଫରୁ ଯେତେବି ସଚେତନ କରାଗଲେ ସୁଦ୍ଧା କେହି ମାନିବାକୁ ନାରାଜ । ତେଣୁ ଏହି ସମସ୍ୟାକୁ ଦୃଷ୍ଟିରୋ ରଖି ସରକାର ଏବେ ଏକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହମ କରିବାକୁ ବାଧ୍ୟ ହୋଇଛନ୍ତି ।

ସୂଚନା ମୁତାବକ, ଏଣିକି ପଲିଥିନ ମିଳିବା ମାତ୍ରେ ଲୋକଙ୍କୁ ୧୦ ଗୁଣା ଜରିମାନା ଦେବାକୁ ପଡ଼ିବ । ତେବେ ଏହି ନିୟମ କାର୍ଯ୍ୟକାରୀ ହୋଇଛି ରାଜସ୍ଥାନରେ । ଏଠାକାର ପ୍ରଶାସନ ଏନେଇ ରାଜସ୍ଥାନ ନଗରପାଳିକା ଆକ୍ଟ ସଂଶୋଧନର ସ୍ୱୀକୃତି ପ୍ରସ୍ତାବ ସ୍ୱାୟତ୍ତ ଶାସନ ମନ୍ତ୍ରୀଙ୍କୁ ପଠାଇଛନ୍ତି । ଯାହାଦ୍ୱାରା ପଲିଥିନ ମିଳିବା ମାତ୍ରକେ ଉକ୍ତ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ନିକଟରୁ ସର୍ବନିମ୍ନ ୧୦୦ ଟଙ୍କାରୁ ୧୦୦୦ ଟଙ୍କା ଏବଂ ସର୍ବାଧିକ ୧୦୦୦୦ ଟଙ୍କା ଜରିମାନା ଆଦାୟ କରାଯିବ । ହାଇକୋର୍ଟରେ ମଧ୍ୟ ପଲିଥିନ ମିଳିବାକୁ ନେଇ ଖୁବ ଅସନ୍ତୁଷ୍ଟତା ଦେଖାଇଥିଲେ । ଏଥିସହିତ ଏପର୍ଯ୍ୟନ୍ତ କରାଯାଇଥିବା ତଦାରଖ ବାବଦରେ ମଧ୍ୟ ରିପୋର୍ଟ ମାଗିଛନ୍ତି ।

ତେବେ ରାଜସ୍ଥାନ ନଗରପାଳିକା ଆକ୍ଟ ୨୦୦୯ ଅନୁସାରେ, ପଲିଥିନ ବ୍ୟବହାର କରିବା ଉପରେ ଜରିମାନା ଆରମ୍ଭ କରି ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇପାରନ୍ତି । ଯାହାକି ୧୦୦ରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ସର୍ବନିମ୍ନ ରାଶି ୧୦୦୦ ଏବଂ ସର୍ବାଧିକ ୧୦୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ । ଏହା ବ୍ୟତୀତ ଯେଉଁଠାରେ ପଲିଥିନ ମିଳିବ ସେହି ସମ୍ପତ୍ତିକୁ ସିଲ କରିଦିଆଯିବ ଭଳି ବ୍ୟବସ୍ଥା ମଧ୍ୟ କରାଯାଇଛି । ଏବେ କେବଳ ଏଭଳି ପ୍ରଦୂଷିତ ଅଂଚଳଗୁଡିକୁ ଚିହ୍ନଟ କରାଯାଉଛି ।ସେହପରି ଜୟପୁରରେ ମଧ୍ୟ କଡ଼ା ନିୟମ କରାଯାଇଛି । ପଲିଥିନ ମିଳିବାରୁ ନଗରପାଳିକା ବେପାରୀ ମାନଙ୍କ ଠାରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି । ଯଦିଓ ଏତେ ଟଙ୍କା ନେବା ପାଇଁ ଆଇନ ନାହିଁ, କିନ୍ତୁ ବେପାରୀଙ୍କୁ ଡରାଇ ଟଙ୍କା ଆଦାୟ କରାଯାଉଛି ।